ୱାସିଂଟନ:ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁକ୍ତରାଜ୍ୟ ସମ୍ପର୍କରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଇରାନ ଉପରେ ଏକ ବଡ଼ ଆକ୍ରମଣ ଧମକ ପରେ, ଟ୍ରମ୍ପ ୟୁକେକୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି, ଯୁକ୍ତରାଜ୍ୟ ଥରେ ଆମର ଏକ ମହାନ ସହଯୋଗୀ ଥିଲା। କିନ୍ତୁ ଆଜି ମଧ୍ୟ ସେମାନେ ଆମ ପାଇଁ ମଧ୍ୟପ୍ରାଚ୍ୟକୁ ଦୁଇଟି ବିମାନ ବାହକ ପଠାଇବା ବିଷୟରେ ଗମ୍ଭୀରତାର ସହିତ ବିଚାର କରୁଛନ୍ତି। ଏହା ଠିକ୍ ଅଛି। ମୁଁ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମରଙ୍କୁ କହିବାକୁ ଚାହୁଁଛି ଯେ. ଆମକୁ ଆଉ ତାଙ୍କର ଆବଶ୍ୟକତା ନାହିଁ।
ଆହୁରି ପଢନ୍ତୁ - Donald Trump Warns ଇରାନର ତୈଳ ପ୍ରତିଷ୍ଠାନ ଉପରେ ବଡ଼ ଆକ୍ରମଣ; ଇରାନକୁ ''ନର୍କ''ରେ ପରିଣତ କରିବାକୁ ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ
ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ନିରନ୍ତର ଆକ୍ରମଣ କରୁଛନ୍ତି
ଟ୍ରମ୍ପ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଏହାକୂ ମନେ ରଖିବୁ। ଯୁଦ୍ଧ ଜିତିବା ପରେ ଆମ ସହ ଯୋଗ ଦେବାକୁ ଚାହୁଁଥିବା ଲୋକଙ୍କର ଆମର ଆବଶ୍ୟକତା ନାହିଁ। ଟ୍ରମ୍ପ ସୂଚିତ କରିଛନ୍ତି ଯେ, ସେ ମଧ୍ୟପ୍ରାଚ୍ୟରେ ଯୁକ୍ତରାଜ୍ୟକୁ ଏକ ସହଯୋଗୀ ରାଷ୍ଟ୍ର ଭାବରେ ବିବେଚନା କରନ୍ତି ନାହିଁ। ସୂଚନାଯୋଗ୍ୟ, ଗତ ନଅ ଦିନ ଧରି ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ନିରନ୍ତର ଆକ୍ରମଣ କରୁଛନ୍ତି ଏବଂ ଉତ୍ତେଜନା ବୃଦ୍ଧି ପାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/08/trump-message-2026-03-08-12-24-35.jpeg)