Trump-Musk Stoped voice of the media: channel with 3 crore viewers is suddenly closed Photograph: (sambad.in)
ୱାଶିଂଟନ ଡିସି: ଏକ ଆରବି ଭାଷାର ନ୍ୟୁଜ୍ ଚ୍ୟାନେଲ୍ ଆମେରିକା ସରକାର ବିରୋଧରେ ଦାୟିତ୍ୱହୀନ ଭାବରେ ସରକାରୀ ପାଣ୍ଠି ବନ୍ଦ କରିବାର ଅଭିଯୋଗ ଆଣିଛି। ପଶ୍ଚିମ ଏସିଆ ଏବଂ ଉତ୍ତର ଆଫ୍ରିକାରେ ପ୍ରାୟ ୩ କୋଟି ଦର୍ଶକଙ୍କ ପାଖରେ ପହଞ୍ଚିଥିବା ଏକ ଆରବିକ ଭାଷାର ନ୍ୟୁଜ୍ ଚ୍ୟାନେଲ୍ ଏବଂ ଅନଲାଇନ୍ ଆଉଟଲେଟ୍କୁ ଶନିବାର ହଠାତ୍ ବନ୍ଦ କରାଯାଇଛି।
ଏହାର କର୍ମଚାରୀମାନଙ୍କୁ ରାତାରାତି ଛଟେଇ କରାଯାଇଛି। ଚ୍ୟାନେଲ୍ଟି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରଶାସନ ଏବଂ କୋଟିପତି ବ୍ୟବସାୟୀ ଏଲନ ମସ୍କଙ୍କ ଉପରେ ଦାୟିତ୍ବହୀନ ଏବଂ ଆର୍ଥିକ ଅନୁଦାନରେ ବେଆଇନ କାଟଛାଣ୍ଟ୍ର ଅଭିଯୋଗ ଆଣିଛି। ଏହା ସହିତ ଟ୍ରମ୍ପ୍ ଏବଂ ମସ୍କ ଗଣମାଧ୍ୟମର କଣ୍ଠରୋଧ କରିଥିବା ମଧ୍ୟ ଅଭିଯୋଗ ହୋଇଛି।
ଅଲ୍-ହୁରା ନ୍ୟୁଜ୍'ର କର୍ମଚାରୀମାନଙ୍କୁ ଚାକିରିରୁ ବହିଷ୍କାର ସମ୍ପର୍କରେ ଏକ ନୋଟିସ୍ ପଠାଇ ଚ୍ୟାନେଲର ମୁଖ୍ୟ ଜେଫ୍ରି ଗେଡମିନ୍ କହିଛନ୍ତି ଯେ, କଂଗ୍ରେସ (ଆମେରିକୀୟ ସଂସଦ) ଦ୍ୱାରା ଅନୁମୋଦିତ ପାଣ୍ଠି ଉପରେ ଟ୍ରମ୍ପ୍ ପ୍ରଶାସନର ପ୍ରତିବନ୍ଧକ ଶୀଘ୍ର ଉଠାଇ ନିଆଯିବ ବୋଲି ସେ ଏବେ ସମ୍ପୂର୍ଣ୍ଣ ଆଶା ହରାଇ ବସିଛନ୍ତି।
ଗେଡମିନ୍ ଅଲ୍-ହୁରା, ଭଏସ୍ ଅଫ୍ ଆମେରିକା ଏବଂ ବିଦେଶରେ ଆମେରିକା ଦ୍ୱାରା ପାଣ୍ଠିପ୍ରାପ୍ତ ଅନ୍ୟାନ୍ୟ ଖବର କାର୍ଯ୍ୟକ୍ରମଗୁଡ଼ିକର ତଦାରଖ କରୁଥିବା ଆମେରିକୀୟ ସରକାରୀ ସଂସ୍ଥାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଦ୍ୱାରା ନିଯୁକ୍ତ କ୍ୟାରି ଲେକଙ୍କୁ ପାଣ୍ଠି ହ୍ରାସ ବିଷୟରେ କଥା ହେବାର ତାଙ୍କର ପ୍ରୟାସକୁ ବାରମ୍ବାର ଅଣଦେଖା କରୁଥିବାର ଅଭିଯୋଗ କରିଛନ୍ତି।
ଚାକିରିରୁ ବରଖାସ୍ତ ଚିଠିରେ, ଗେଡମିନ୍ ଲେଖିଛନ୍ତି, ମୁଁ ଏବେ ଅନୁଭବ କରୁଛି ଯେ, କ୍ୟାରି ଲେକ୍ ଜାଣିଶୁଣି ଆମକୁ ଏପରି ପାଣ୍ଠିରୁ ବଞ୍ଚିତ କରୁଛନ୍ତି ଯାହା ଆମକୁ ଆପଣଙ୍କ ପରି କଠିନ ପରିଶ୍ରମୀ ଏବଂ ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ଦରମା ଦେବାରେ ସାହାଯ୍ୟ କରୁଥିଲା। ଏହି ଚିଠିଟି ଆସୋସିଏଟେଡ୍ ପ୍ରେସ୍ ଦ୍ୱାରା ପ୍ରାପ୍ତ ହୋଇଛି ଏବଂ ଏହାକୁ ଅଲ୍-ହୁରାର ମୂଳ କମ୍ପାନି ମିଡିଲ୍ ଇଷ୍ଟ୍ ବ୍ରଡକାଷ୍ଟିଂ ନେଟୱାର୍କର ୱେବସାଇଟରେ ମଧ୍ୟ ସେୟାର କରାଯାଇଛି।
ଦୁବାଇସ୍ଥିତ ଅଲ୍-ହୁରା ନ୍ୟୁଜ୍ ୱେବସାଇଟ୍ ପାଇଁ କାମ କରୁଥିବା ଇଜିପ୍ଟର ଜଣେ ସାମ୍ବାଦିକ ମହମ୍ମଦ ଅଲ୍-ସବାଘ୍ ଆସୋସିଏଟେଡ୍ ପ୍ରେସ୍କୁ କହିଛନ୍ତି ଯେ, ଚ୍ୟାନେଲ୍ ଏବଂ ୱେବସାଇଟ୍ର ସମସ୍ତ କର୍ମଚାରୀଙ୍କୁ ଇମେଲ୍ ମାଧ୍ୟମରେ ଚୁକ୍ତିନାମା ସମାପ୍ତ ହେବା ବିଷୟରେ ଅବଗତ କରାଯାଇଛି।
ଅଧିକ ପଢ଼ନ୍ତୁ: ୟୁକ୍ରେନ୍ ହେବ ଦୁଇ ଭାଗ!
ସୂଚନାଯୋଗ୍ୟ,'ଅଲ୍-ହୁରା' ହେଉଛି ଆମେରିକା ସରକାରଙ୍କ ଦ୍ୱାରା ଅନୁଦାନପ୍ରାପ୍ତ ଅନେକ ଖବର ସଂଗଠନ ମଧ୍ୟରୁ ଗୋଟିଏ ଯାହା ସମ୍ପ୍ରତି ପାଣ୍ଠି ହ୍ରାସର ସମ୍ମୁଖୀନ ହୋଇଛି। ଏଥିରେ ଭଏସ୍ ଅଫ୍ ଆମେରିକା, ରେଡିଓ ଫ୍ରି ୟୁରୋପ/ଲିବର୍ଟି, ରେଡିଓ ଫ୍ରି ଏସିଆ ଭଳି ନାମ ଅନ୍ତର୍ଭୁକ୍ତ। ଏହି ସଂଗଠନଗୁଡ଼ିକ କହିଛନ୍ତି ଯେ, ଟ୍ରମ୍ପ ପ୍ରଶାସନ ଏବଂ ଏଲନ ମସ୍କଙ୍କ ସରକାରୀ ଦକ୍ଷତା ବିଭାଗ ବଜେଟକୁ ବନ୍ଦ କରିଦେଇଛି।
ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଓଡ଼ିଆ ନୂଆବର୍ଷ କ୍ୟାଲେଣ୍ଡର ଲୋକାର୍ପିତ
USA | donald-trump | elon musk
Follow Us