ଦ୍ବିତୀୟଥର ହତ୍ୟା ଉଦ୍ୟମ ପାଇଁ ହୋଇଥିଲା ଯୋଜନା: ବଞ୍ଚିଗଲେ ଟ୍ରମ୍ପ

Advertisment
ଦ୍ବିତୀୟଥର ହତ୍ୟା ଉଦ୍ୟମ ପାଇଁ ହୋଇଥିଲା ଯୋଜନା: ବଞ୍ଚିଗଲେ ଟ୍ରମ୍ପ

ଓ୍ସାସିଂଟନ: ରିପବ୍ଲିକାନ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଡୋନାଲ୍ଡ ଟ୍ରମ୍ପ୍ ସୋମବାର ଆନୁଷ୍ଠାନିକଭାବେ ମନୋନୀତ ହେବା ପରେ ନିଜର ରନିଂ ମେଟ୍ ବା ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ୩୯ ବର୍ଷୀୟ ଓହିଓ ସିନେଟର ଜେଡି ଭାନ୍ସଙ୍କ ନାମ ଘୋଷଣା କରିଛନ୍ତି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରାଯିବା ଘଟଣାର ଦୁଇଦିନ ପରେ ସେ ସୋମବାର ରାତିରେ ରିପବ୍ଲିକନ ନାସନାଲ କନଭେନସନରେ ନଜର ଆସିଥି‌ଲେ। ଏହି ସମୟରେ ତାଙ୍କ ଡାହାଣ କାନରେ ପଟି ପନ୍ଧା ଥିବା ଦେଖିବାକୁ ମିଳିଥିଲା। ତାଙ୍କ ଦଳର ଏହି ଜାତୀୟ ସମ୍ମିଳନୀ ବିସ୍କାନ୍ସିନ ରାଜ୍ୟର ମିଲବାଉକି ସହରସ୍ଥିତ ଫିସର୍ବ ଫୋରମରେ ଆୟୋଜିତ ହୋଇଥିଲା।

ଏହି ସମୟରେ ଖବର ମିଳିଥିଲା କି କନଭେନସନ ନିକଟରେ ଜଣେ ୨୧ବର୍ଷର ଯୁବକଙ୍କୁ ନିହତ କରାଯାଇଛି। ଯିଏକି ମାସ୍କ ପିନ୍ଧିଥିଲା। ଆଉ ହାତରେ ଧାରୁଆ ଅସ୍ତ୍ର ଧରିଥିଲା।

ପ୍ରାପ୍ତ ସୂଚନା ଅନୁଯାୟୀ, ନିହତ ହୋଇଥିବା ସନ୍ଦିଗ୍ଧ କନଭେନସନ‌ରେ ସାମିଲ ‌ହେବାକୁ ଯାଉଥିଲା। ଏହି ସମୟରେ କ୍ୟାପିଟାଲ ପୁଲିସ ଓ ହେମଲ୍ୟାଣ୍ଡ ସିକ୍ୟୁରିଟି ତାକୁ ଅଟକାଇ ଦେଇଥିଲେ। ଏହାପରେ ଉକ୍ତ ସନ୍ଦିଗ୍ଧ ବ୍ୟକ୍ତିର ଯାଞ୍ଚ କରିବାରୁ ତା ପାଖରୁ ଧାରୁଆ ଛୁରୀ ବାହାରିଥିଲା। ପୁଲିସ ତାକୁ ଉକ୍ତ ଛୁରୀ ଫିଙ୍ଗିବାକୁ କହିଥିଲା। ସେ ଏପରି ନକରି ଓଲଟି ପୁଲିସ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ଉକ୍ତ ସନ୍ଦିଗ୍ଧ ବ୍ୟକ୍ତି ଉପରକୁ ଗୁଳି କରିଥିଲା। ପୁଲିସ ଗୁଳିରେ ସନ୍ଦିଗ୍ଧ ଘଟଣାସ୍ଥଳରେ ଟଳି ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe