୫.୩ ନିୟୁତ ପ୍ରବାସୀଙ୍କୁ ଆମେରିକା ଛାଡିବାକୁ ଟମ୍ପ୍‌ଙ୍କ ନିର୍ଦ୍ଦେଶ: ଅଛନ୍ତି କି ଭାରତୀୟ, ଜାଣନ୍ତୁ

ଟ୍ରମ୍ପ ପ୍ରଶାସନ ୪ ଦେଶର ୫.୩ ନିୟୁତ ପ୍ରବାସୀଙ୍କୁ ଆମେରିକା ଛାଡିବାକୁ ବାଧ୍ୟ ବୋଲି ନିର୍ଦ୍ଦେଶ ଜାରି କରିଛି। ସେମାନଙ୍କର ଆଇନଗତ ସୁରକ୍ଷା ସମାପ୍ତ ହୋଇଥିବା ସୂଚିତ କରାଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ଏହି ପ୍ରବାସୀମାନଙ୍କୁ ଆଗାମୀ ଗୋଟିଏ ମାସ ମଧ୍ୟରେ ଆମେରିକା ଛାଡ଼ିବାକୁ ପଡ଼ିବ...

Trump orders 5.3 million immigrants to leave America: Are they Indians, find out

Trump orders 5.3 million immigrants to leave America: Are they Indians, find out Photograph: (sambad.in)

ୱାଶିଂଟନ: ଆମେରିକାର ପ୍ରବାସ ନୀତି ସମ୍ପର୍କରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି।  ଯାହା ଦ୍ୱାରା ୪ ଦେଶର ନାଗରିକଙ୍କୁ ଏବେ ଆମରେିକା ଛାଡିବାକୁ ପଡ଼ିବ। କ୍ୟୁବା, ହାଇତି, ନିକାରାଗୁଆ ଏବଂ ଭେନେଜୁଏଲାର ଆଦି ୪ ଦେଶର ୫.୩ ଲକ୍ଷ ପ୍ରବାସୀଙ୍କର ଆଇନଗତ ସୁରକ୍ଷା ଶେଷ ହୋଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ଏହି ପ୍ରବାସୀମାନଙ୍କୁ ଆଗାମୀ ଗୋଟିଏ ମାସ ମଧ୍ୟରେ ଆମେରିକା ଛାଡ଼ିବାକୁ ପଡ଼ିବ।

ଗୃହ ସୁରକ୍ଷା ବିଭାଗ ଅନୁଯାୟୀ, ଏହି ଦେଶଗୁଡ଼ିକର ପ୍ରବାସୀ ଯେଉଁମାନେ ଅକ୍ଟୋବର ୨୦୨୨ରେ ଆର୍ଥିକ ପ୍ରାୟୋଜକଙ୍କ ସହିତ ଆମେରିକାରେ ପ୍ରବେଶ କରିଥିଲେ। ସେମାନଙ୍କର ପାରୋଲ ସ୍ଥିତି ବର୍ତ୍ତମାନ ସମାପ୍ତ ହୋଇଯିବ। ପୂର୍ବରୁ ସେମାନଙ୍କୁ ଆମେରିକାରେ ରହିବା ଏବଂ କାମ କରିବା ପାଇଁ ଦୁଇ ବର୍ଷର ଅନୁମତି ଦିଆଯାଇଥିଲା,। ଯାହା ଆଉ ଆଇନଗତ ହେବ ନାହିଁ। ଏହି ପଦକ୍ଷେପ ବେଆଇନ ପ୍ରବାସୀମାନଙ୍କ ପାଇଁ କଠୋର ହେବାକୁ ଯାଉଛି।

ମାନବିକ ପାରୋଲ ବ୍ୟବସ୍ଥା ହେଉଛି ଏକ ଆଇନଗତ ପ୍ରକ୍ରିୟା ଯାହା ଯୁଦ୍ଧ କିମ୍ବା ରାଜନୈତିକ ଅସ୍ଥିରତା ଅନୁଭବ କରୁଥିବା ଦେଶର ନାଗରିକମାନଙ୍କୁ ଅସ୍ଥାୟୀ ଭାବରେ ଯୁକ୍ତରାଷ୍ଟ୍ରରେ ପ୍ରବେଶ ଏବଂ ବାସ କରିବାକୁ ଅନୁମତି ଦେବା ପାଇଁ ବ୍ୟବହୃତ ହୁଏ। ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ଯ୍ୟକାଳ ସମୟରେ, କ୍ୟୁବା, ହାଇତି, ନିକାରାଗୁଆ ଏବଂ ଭେନେଜୁଏଲାର ନାଗରିକମାନଙ୍କୁ ଏହି ନୀତି ଅନୁଯାୟୀ ଆମେରିକା ଆସିବାକୁ ଅନୁମତି ଦିଆଯାଇଥିଲା।

ତଥାପି, ଏହି ବ୍ୟବସ୍ଥାର ଅପବ୍ୟବହାର ଅଭିଯୋଗ ଆଣି ଟ୍ରମ୍ପ ପ୍ରଶାସନ ଏହି ବ୍ୟବସ୍ଥାକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳସ୍ୱରୂପ, ଏହି ପ୍ରକ୍ରିୟାର ଅଧୀନରେ ଥିବା ଲୋକମାନଙ୍କୁ ଏପ୍ରିଲ ୨୪ ପରେ ଆମେରିକା ଛାଡିବାକୁ କୁହାଯାଇଛି। ଯାହା ଫଳରେ ବଡ଼ ଧରଣର ନିର୍ବାସନର ଆଶଙ୍କା ବୃଦ୍ଧି ପାଇଛି।

ଟ୍ରମ୍ପ ପ୍ରଶାସନର କଠୋର ପ୍ରବାସ ନୀତି ଯୋଗୁ ଏପର୍ଯ୍ୟନ୍ତ ରେକର୍ଡ ସଂଖ୍ୟକ ବେଆଇନ ପ୍ରବାସୀଙ୍କୁ ଆମେରିକାରୁ ବହିଷ୍କାର କରାଯାଇଛି। ପ୍ରଶାସନ କହିଛି ଯେ, ବାଇଡେନ ପ୍ରଶାସନ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ପାରୋଲ କାର୍ଯ୍ୟକ୍ରମ ଆଇନଗତ ପରିସର ବାହାରେ ଥିଲା। ତେଣୁ ଏହାକୁ ଜାନୁଆରି ୨୦୨୫ରେ ସମାପ୍ତ କରିବା ପାଇଁ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରାଯାଇଥିଲା।

ଏହି ନିଷ୍ପତ୍ତି ଆମେରିକାର କଠୋର ପ୍ରବାସ ନୀତିକୁ ପ୍ରତିଫଳିତ କରୁଛି। ଯାହା ବିଶେଷ କରି ସେହି ଦେଶଗୁଡ଼ିକର ପ୍ରବାସୀମାନଙ୍କୁ ପ୍ରଭାବିତ କରେ ଯେଉଁମାନଙ୍କ ସହିତ ଆମେରିକାର କୂଟନୈତିକ ଏବଂ ରାଜନୈତିକ ସମ୍ପର୍କ ଖରାପ ହୋଇଛି।

ବାଇଡେନ୍ ପ୍ରଶାସନ ୨୦୨୨ମସିହାରେ ଭେନେଜୁଏଲା ପ୍ରବାସୀମାନଙ୍କ ପାଇଁ ଏକ ପାରୋଲ୍ ପ୍ରବେଶ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ଯାହାକୁ ୨୦୨୩ମସିହାରେ କ୍ୟୁବା, ହାଇତି ଏବଂ ନିକାରାଗୁଆରୁ ପ୍ରବାସୀମାନଙ୍କ ପାଇଁ ବିସ୍ତାର କରାଯାଇଥିଲା। ଏହି ନୀତି ଅନୁଯାୟୀ, ଏହି ପ୍ରବାସୀମାନଙ୍କୁ ଦୁଇ ବର୍ଷର ପାରୋଲ ଦିଆଯାଇଥିଲା। ଯାହା ଫଳରେ ସେମାନେ ଆମେରିକାରେ ରହି ପାରିବେ ଏବଂ କାମ କରିପାରିବେ।

ଅଧିକ ପଢ଼ନ୍ତୁ: ହସିନା ବିରୋଧୀ ଛାତ୍ର ନେତା ଏବଂ ସାମରିକ ନେତୃତ୍ୱ ମୁହାଁମୁହିଁ

ତଥାପି, ଟ୍ରମ୍ପ ପ୍ରଶାସନ ଏହି ନୀତିଗୁଡ଼ିକୁ ଆଇନଗତ ସୀମାର ଉଲ୍ଲଂଘନ ବୋଲି ବିବେଚନା କରିଥିଲା ​​ଏବଂ ପ୍ରବାସ ନୀତିରେ ବଡ଼ ପରିବର୍ତ୍ତନ ଆଣିଥିଲା। ଏହା ଲକ୍ଷ ଲକ୍ଷ ପ୍ରବାସୀଙ୍କ ଆଇନଗତ ସ୍ଥିତିକୁ ବିପଦରେ ପକାଇଛି।

ଆମେରିକାରେ ପ୍ରବାସ ନୀତି ଉପରେ ରାଜନୈତିକ ବିତର୍କ ଜାରି ରହିଛି, ଏବଂ ଏହି ନିଷ୍ପତ୍ତି କ୍ୟୁବା, ହାଇତି, ନିକାରାଗୁଆ ଏବଂ ଭେନେଜୁଏଲାର ପ୍ରବାସୀମାନଙ୍କୁ ସେମାନଙ୍କ ଭବିଷ୍ୟତ ପାଇଁ ନୂତନ ବିକଳ୍ପର ସମ୍ମୁଖୀନ କରାଇବ। ଟ୍ରମ୍ପ ପ୍ରଶାସନର ଏହି ମନୋଭାବ ଆମେରିକାରେ ରହୁଥିବା ପ୍ରବାସୀମାନଙ୍କ ପରିସ୍ଥିତିକୁ ଅଧିକ ଚ୍ୟାଲେଞ୍ଜିଂ କରିପାରେ ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: ନା ପାଣ୍ଠି ମିଳିବ, ନା କେହି ଆମ କଥା ଶୁଣିବେ: ଷ୍ଟାଲିନ

         donald-trump USA 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe