ଫେସବୁକ ଓ ଟ୍ୱିଟରରେ ବ୍ୟାନ ପରେ ଟ୍ରମ୍ପ ଆରମ୍ଭ କଲେ ନିଜସ୍ୱ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ

Advertisment
ଫେସବୁକ ଓ ଟ୍ୱିଟରରେ ବ୍ୟାନ ପରେ ଟ୍ରମ୍ପ ଆରମ୍ଭ କଲେ ନିଜସ୍ୱ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ

କାଲିଫର୍ଣ୍ଣିଆ: ଫେସବୁକ୍ ଏବଂ ଟ୍ୱିଟରରେ ବ୍ୟାନ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିଛନ୍ତି | ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ବାସ୍ତବରେ ତାଙ୍କ ୱେବସାଇଟରେ ଏକ ୱାର୍ଡପ୍ରେସ୍ ବ୍ଲଗ୍ ଭାବେ ସ୍ଥାନ ପାଇଛି | ଟ୍ରମ୍ପଙ୍କ ଅନୁସରଣକାରୀ ବା ଫଲୋୟର୍ସମାନେ ସେମାନଙ୍କର ଇମେଲ ଏବଂ ଫୋନ୍ ନମ୍ବର ସାହାଯ୍ୟରେ ସାଇନ୍ ଅପ୍ କରିପାରିବେ |

ନୂତନ ପ୍ଲାଟଫର୍ମ ଟ୍ୱିଟରର ଏକ ଜେନେରିକ୍ ସଂସ୍କରଣ ପରି ଡିଜାଇନ୍ ହୋଇଛି, କିନ୍ତୁ ଏକ ଚାଲୁଥିବା ବ୍ଲଗ୍ ଭାବରେ ହୋଷ୍ଟ ହୋଇଛି | ଟ୍ରମ୍ପ ନୂତନ 'ପ୍ଲାଟଫର୍ମ'ରେ ୨୪ ମାର୍ଚ୍ଚ ପର୍ଯ୍ୟନ୍ତ ବିଭିନ୍ନ ପୋଷ୍ଟ କରିଛନ୍ତି। ଏଥିରେ ଏକ ଭିଡିଓ ପୋଷ୍ଟ କରାଯାଇଛି ଯାହାକି ଦର୍ଶାଉଛି ଯେ ମୁକ୍ତ ଭାବରେ କହିବାର ଅଧିକାର ସମସ୍ତଙ୍କୁ ମିଳିବା ଆବଶ୍ୟକ |

ଟ୍ରମ୍ପଙ୍କ ପୂର୍ବତନ ସହଯୋଗୀ ବ୍ରାଡ ପାର୍ସକେଲଙ୍କ ଦ୍ୱାରା ପ୍ରତିଷ୍ଠିତ ଡିଜିଟାଲ ସେବା କମ୍ପାନୀ କ୍ୟାମ୍ପେନ ନ୍ୟୁକ୍ଲିଅସ ଦ୍ୱାରା ଏହି ପ୍ଲାଟଫର୍ମ ନିର୍ମାଣ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ବିବାଦୀୟ ପୋଷ୍ଟ କରିବା ସହ ଉତ୍ତେଜକ ଭାଷଣ ଦେଇଥିବାରୁ ଟ୍ରମ୍ପଙ୍କୁ ଫେସବୁକ୍ ଏବଂ ଟ୍ୱିଟର ଭଳି ଅନ୍ୟ ସୋସିଆଲ ମିଡ଼ିଆ ମାନେ ବ୍ୟାନ କରିଦେଇଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe