Image Courtesy of The Guardian
୨୦୧୬ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କର ଜଣେ ଓକିଲ ଜଣେ ପୂର୍ବତନ ପର୍ଣ୍ଣଷ୍ଟାର୍ଙ୍କୁ ୮୨ ଲକ୍ଷ ଟଙ୍କା ଦେଇଥିଲେ ବୋଲି ‘ଓ୍ଵାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ରେ ପ୍ରକାଶ ପାଇଛି।
ଟ୍ରମ୍ପ୍ଙ୍କ ସହ ତାଙ୍କର ଶାରୀରିକ ସମ୍ପର୍କ ଥିଲା ବୋଲି ପ୍ରକାଶ୍ୟରେ ଆଲୋଚନା ନ କରିବାକୁ ସେ ମହିଳାଙ୍କୁ ଏତେ ପରିମାଣର ଅର୍ଥ ଦିଆଯାଇଥିଲା। ପ୍ରାୟ ୧୨ ବର୍ଷ ତଳେ ପ୍ରାପ୍ତବୟସ୍କଙ୍କ ପାଇଁ ସିନେମାରେ ଅଭିନୟ କରୁଥିବା ଜଣେ ମହିଳାଙ୍କ ସହ କୁଆଡ଼େ ଟ୍ରମ୍ପ୍ଙ୍କର ସମ୍ପର୍କ ଥିଲା।
ଏଇଟା ପୁଣି ଥରେ ଗଢ଼ା ଯାଇଥିବା ଗୋଟାଏ ପୁରୁଣା କଥା ବୋଲି କହି ହ୍ଵାଇଟ୍ ହାଉସ୍ ଖବରଟିକୁ ଅସ୍ୱୀକାର କରିଛି।
Follow Us