ୱାସିଂଟନ୍ : ଗତ ବୁଧବାର ଆମେରିକା କ୍ୟାପିଟଲ୍ ହିଂସା ଘଟଣା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କ ମଧ୍ୟରେ ଗତକାଲି ପ୍ରଥମ ସାକ୍ଷାତ ହୋଇଥିଲା। କ୍ୟାପିଟଲ୍ ହିଂସା ଦିନ ମାଇକ୍ ପେନ୍ସଙ୍କ ବିରୋଧରେ ବିଷୋଦ୍ଗାର କରିଥିବା ଟ୍ରମ୍ପ୍ ପେନ୍ସଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ କଥାବାର୍ତ୍ତା କରିଥିଲେ । ପ୍ରଶାସନିକ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଉଭୟଙ୍କ ମଧ୍ୟରେ ଭଲ କଥାବାର୍ତ୍ତା ହୋଇଥିଲା। ତେବେ ଜାନୁଆରି ୨୦ ପୂର୍ବରୁ ଟ୍ରମ୍ପ୍ ତାଙ୍କ ପଦରୁ ଇସ୍ତଫା ଦେବାର କୌଣସି ଯୋଜନା ନାହିଁ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷେ ଟ୍ରମ୍ପ୍ଙ୍କୁ ହଟାଇବା ପାଇଁ ସମ୍ବିଧାନର ୨୫ ତମ ସଂଶୋଧନ କାର୍ଯ୍ୟକାରୀ କରିବାକୁ ଡେମୋକ୍ରାଟ୍ଙ୍କ ଦାବିକୁ ମଧ୍ୟ ପେନ୍ସ ଗ୍ରହଣ କରିନାହାନ୍ତି।
କ୍ୟାପିଟଲ୍ ହିଂସାକାଣ୍ଡ ପରେ ଟ୍ରମ୍ପ୍-ପେନ୍ସ୍ ପ୍ରଥମ ସାକ୍ଷାତ
Advertisment
Follow Us