ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି ଏବଂ ନିଜକୁ ଭାରତର ବହୁତ ନିକଟତର ବୋଲି କହିଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ବିଷୟରେ ପଚରାଯିବାରୁ ଟ୍ରମ୍ପ କହିଥିଲେ, "ମୁଁ ଭାରତର ବହୁତ ନିକଟତର, ମୁଁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବହୁତ ନିକଟତର। ମୁଁ ଗତକାଲି ତାଙ୍କ ସହ କଥା ହୋଇଥିଲି। ମୁଁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲି। ଆମର ବହୁତ ଭଲ ସମ୍ପର୍କ ଅଛି।"
ଟ୍ରମ୍ପଙ୍କ ବକ୍ତବ୍ୟ ପୁଣି ଥରେ ଭାରତ-ଆମେରିକା ସମ୍ପର୍କର ସ୍ଥାୟିତ୍ବ ଏବଂ ମୋଦୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ଏକ ସକାରାତ୍ମକ ଦିଗକୁ ମୋଡ଼ିଛି ଶୁଳ୍କ ବିବାଦ ପରେ ଏହା ଚତୁର୍ଥ ଥର ପାଇଁ ଟ୍ରମ୍ପ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ଉଚ୍ଚ ପ୍ରଶଂସା କରିଛନ୍ତି।
ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ମଧ୍ୟ ଟ୍ରମ୍ପ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ପୁଟିନ ( ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ)ଙ୍କ ସହ ତାଙ୍କର ବହୁତ ଦିନ ଧରି ଭଲ ସମ୍ପର୍କ ଥିଲା, ଏହି କାରଣରୁ ଯୁଦ୍ଧ ବନ୍ଦ କରିବା ଏକ ସହଜ କାମ ବୋଲି ସେ ଭାବୁଥିଲେ । କିନ୍ତୁ ପୁଟିନ ତାଙ୍କୁ ନିରାଶ କରିଛନ୍ତି ଓ ଭରସା ଭାଙ୍ଗିଛନ୍ତି । ଏହା ପରେ ଆମେରିକା ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିପାରେ ।
Follow Us