ମୋଦୀଙ୍କୁ ଟ୍ରମ୍ପ୍‌ଙ୍କ ଭୂୟସୀ ପ୍ରଶଂସା: ଜଣେ ଭଲ ବନ୍ଧୁ, ଚମତ୍କାର ବ୍ୟକ୍ତିତ୍ବ

Advertisment

ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ  ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ‘ଭଲ ବନ୍ଧୁ ଏବଂ ଚମତ୍କାର ବ୍ୟକ୍ତିତ୍ବ’ ବୋଲି କହିଛନ୍ତି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ  ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ‘ଭଲ ବନ୍ଧୁ ଏବଂ ଚମତ୍କାର ବ୍ୟକ୍ତିତ୍ବ’ ବୋଲି କହିଛନ୍ତି।

sfsffsssssss

ୱାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ  ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ‘ଭଲ ବନ୍ଧୁ ଏବଂ ଚମତ୍କାର ବ୍ୟକ୍ତିତ୍ବ’ ବୋଲି କହିଛନ୍ତି। ଟ୍ରମ୍ପ୍‌ ଏକ  ପୋଡକାଷ୍ଟରେ ବିଶ୍ୱ ନେତାଙ୍କ ଉପରେ ତାଙ୍କର ଚିନ୍ତାଧାରା ବିଷୟରେ ଆଲୋଚନା କରିବା ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି।  ସେ କହିଛନ୍ତି, ମୋଦୀ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଭାରତ ଅତ୍ୟନ୍ତ ଅସ୍ଥିର ଥିଲା। ମୋଦୀଙ୍କ ଭଳି ଜଣେ ଦକ୍ଷ ନେତା ସବୁଦିଗରୁ ଭାରତର ବିକାଶ କରିଛନ୍ତି। ବାହାରୁ ସେ  ଜଣେ ପିତା ଭଳି ଦେଖାଯାଆନ୍ତି।  ସେ ଜଣେ ଶ୍ରେଷ୍ଠ ମଣିଷ ଓ ଜଣେ ଶକ୍ତିଶାଳୀ ନେତା।  

୨୦୧୯ରେ ଟେକ୍ସାସର ହ୍ୟୁଷ୍ଟନରେ ଆୟୋଜିତ ‘ହାଉଡି ମୋଦୀ’ କାର୍ଯ୍ୟକ୍ରମକୁ ମଧ୍ୟ ଟ୍ରମ୍ପ୍ ମନେ ପକାଇଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭାରତୀୟ-ଆମେରିକୀୟ ଯୋଗ ଦେଇଥିଲେ।  ସେଠାରେ ପାଖାପାଖି ୮୦,୦୦୦ ଲୋକ ଥିଲେ ଏବଂ ଏହା ଆଶ୍ଚର୍ଯ୍ୟଜନକ ଥିଲା । ମୁଁ ହୁଏତ ଆଜି ତାହା କରିପାରିବି ନାହିଁ ବୋଲି ଟ୍ରମ୍ପ୍‌ କହିଛନ୍ତି। ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ‘ଦୃଢ଼ ସମ୍ପର୍କ’ ବିଷୟରେ ଉଲ୍ଲେଖ କରିବା ସହ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସମୟରେ ହୋଇଥିବା କଥାବାର୍ତ୍ତାକୁ ମନେ ପକାଇଥିଲେ। ସେ କହିଛନ୍ତି, କିଛି ସମୟରେ କେହି ଭାରତକୁ ଧମକ ଦେଉଥିଲା ଏବଂ ମୁଁ ମୋଦୀଙ୍କୁ କହିଥିଲି, ‘ମୋତେ ସାହାଯ୍ୟ କରିବାକୁ ଦିଅନ୍ତୁ, କାରଣ ମୁଁ ଏହା ଭଲରେ କରିପାରିବି। କିନ୍ତୁ ମୋଦୀ ଦୃଢ଼ ଜବାବ ଦେଇ କହିଥିଲେ, ମୁଁ ଏହାକୁ ସମ୍ଭାଳିବି ଏବଂ ଆବଶ୍ୟକ ପଡ଼ିଲେ କିଛି ବି କରିବି। ଶହ ଶହ ବର୍ଷ ଧରି ଆମେ ସେମାନଙ୍କୁ ଶିକ୍ଷା ଦେଇଛୁ।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଭଳି ଜବାବରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି ବୋଲି ଟ୍ରମ୍ପ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe