Trump threatens Greenland Prime Minister: ଗ୍ରିନଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଧମକାଇଲେ ଟ୍ରମ୍ପ

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରିନଲାଣ୍ଡକୁ ନିଜ ନିୟନ୍ତ୍ରଣକୁ ନେବାକୁ ଲଗାତାର ଚାପ ସୃଷ୍ଟି କରିଆସୁଛନ୍ତି। ଏବେ ସେ ପୁଣି ଥରେ ଗ୍ରିନଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଧମକାଇଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରିନଲାଣ୍ଡକୁ ନିଜ ନିୟନ୍ତ୍ରଣକୁ ନେବାକୁ ଲଗାତାର ଚାପ ସୃଷ୍ଟି କରିଆସୁଛନ୍ତି। ଏବେ ସେ ପୁଣି ଥରେ ଗ୍ରିନଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଧମକାଇଛନ୍ତି।

Minister

Trump threatens Greenland Prime Minister Photograph: (sambad.in)

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରିନଲାଣ୍ଡକୁ ନିଜ ନିୟନ୍ତ୍ରଣକୁ ନେବାକୁ ଲଗାତାର ଚାପ ସୃଷ୍ଟି କରିଆସୁଛନ୍ତି। ଅନ୍ୟପକ୍ଷରେ ଗ୍ରିନଲାଣ୍ଡ ପ୍ରଧାନମନ୍ତ୍ରୀ ତାଙ୍କ ଦେଶ ଡେନମାର୍କ ନିୟନ୍ତ୍ରଣରେ ରହିବା ନେଇ ପ୍ରାଥମିକତା ଦେଇଛନ୍ତି। ଏହାଉପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଏହା ତାଙ୍କ ସମସ୍ୟା। ମୁଁ ତାଙ୍କ ସହିତ ଅସହମତ ଅଛି। ମୁଁ ତାଙ୍କୁ ଜାଣିନାହିଁ। ତାଙ୍କ ବିଷୟରେ ମୋତେ କିଛି ଜଣାନାହିଁ। କିନ୍ତୁ ଏହା ତାଙ୍କ ପାଇଁ ବଡ଼ ସମସ୍ୟା ହେବାକୁ ଯାଉଛି ବୋଲି କହିଛନ୍ତି। ଗ୍ରିନଲାଣ୍ଡ ଓ ଡେନମାର୍କର ନେତାମାନେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆହ୍ବାନ ବିରୋଧରେ ଏକଜୁଟ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଗ୍ରିନଲାଣ୍ଡକୁ ନିଜ ନିୟନ୍ତ୍ରଣକୁ ନେବାପାଇଁ ଆମେରିକାର ଅଭିଳାଷକୁ ସେମାନେ ବିରୋଧ କରିଛନ୍ତି। ଡେନମାର୍କ ଓ ଗ୍ରିନଲାଣ୍ଡ ମଙ୍ଗଳବାର ସବୁଠୁ ତୀବ୍ର ପ୍ରତିକ୍ରିୟା ରଖି କହିଥିଲେ ଯେ ଏହି କ୍ଷେତ୍ର ଡେନମାର୍କର ଅଂଶବିଶେଷ ଓ ନାଟୋ ମେଣ୍ଟ ଅଧୀନରେ ଆସୁଛି।

ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକ୍ସନ ଓ ଗ୍ରିନଲାଣ୍ଡ ପ୍ରଧାନମନ୍ତ୍ରୀ ଜେନ୍ସ ଫ୍ରେଡରିକ ନିଲସନ ନିଜ ଏକତା ଉପରେ ଗୁରୁତ୍ବ ଦେଇଛନ୍ତି। କୋପେନହାଗେନରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଫ୍ରେଡରିକସେନ୍‌ କହିଛନ୍ତି, ଆମେ ଗ୍ରିନଲାଣ୍ଡବାସୀଙ୍କ ସହିତ ଏକାଠି ରହିଛୁ ଓ ଆଗକୁ ମଧ୍ୟ ଏହା ଜାରି ରହିବ। ଅନ୍ୟପକ୍ଷରେ ନିଲସନ କହିଛନ୍ତି ଯଦି ଆମକୁ ଆମେରିକା ଓ ଡେନମାର୍କ ମଧ୍ୟରେ କାହାକୁ ବାଛିବାକୁ ପଡ଼େ, ତା’ହେଲେ ଆମେ ଡେନମାର୍କକୁ ବାଛିବୁ। ଆମେ ନାଟୋକୁ ବାଛିବୁ। ଆମେ ଡେନମାର୍କ ସାମ୍ରାଜ୍ୟକୁ ବାଛିବୁ ଓ ୟୁରୋପୀୟ ସଂଘକୁ ବାଛିବୁ। ଡେନମାର୍କର ବିଦେଶ ମନ୍ତ୍ରୀ ଲାର୍ସ ଲୋକେ ରାସମୁସେନ୍‌ ଓ ଗ୍ରିନଲାଣ୍ଡର ବିବିୟନ ମୋଟ୍ଜଫେଲ୍ଡ ବୁଧବାର ହ୍ବାଇଟ ହାଉସରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହିତ କଥାବାର୍ତ୍ତା ପାଇଁ ପ୍ରସ୍ତୁତି କରୁଛନ୍ତି।

ପୂର୍ବରୁ କ’ଣ କହିଥିଲେ ଟ୍ରମ୍ପ?

ଚଳିତ ସପ୍ତାହର ପ୍ରାରମ୍ଭରେ ଟ୍ରମ୍ପ ପୁଣି ଥରେ ଆମେରିକା ଗ୍ରିନଲାଣ୍ଡକୁ ଦଖଲ କରିବାକୁ ଚାହୁଛି, ନହେଲେ ରୁଷ୍ କିମ୍ବା ଚୀନ ଏହାକୁ ଦଖଲ କରିନେବେ ବୋଲି କହିଥିଲେ। ଆମେ ଏଥିପାଇଁ ବୁଝାମଣା କରିବାକୁ ପ୍ରସ୍ତୁତ। ଡେନମାର୍କ ଅଧିକାରୀ ଗ୍ରିନଲାଣ୍ଡରେ ଆମେରିକା ସେନାକୁ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ଟ୍ରମ୍ପ କହିଥିଲେ। ତେବେ ଗ୍ରିନଲାଣ୍ଡ ଏହାକୁ ପ୍ରତ୍ୟାଖ୍ୟାନ କରିଛି।

ଆହୁରି ପଢ଼ନ୍ତୁ: Fire breaks out at BJP MP residence: ବିଜେପି ନେତା ରବି ଶଙ୍କର ପ୍ରସାଦଙ୍କ ଦିଲ୍ଲୀ ବାସଭବନରେ ଅଗ୍ନିକାଣ୍ଡ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe