ଋଷିଆକୁ ଯୁଦ୍ଧ ସମାପ୍ତ କରିବାକୁ କହିଲେ ଟ୍ରମ୍ପ୍‌

ଡୋନାଲ୍ଡ ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ସାରା ବିଶ୍ୱରେ ଚହଳ ପଡିଛି । କାରଣ ଶପଥ ଗ୍ରହଣ ପରେ ସେ ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ଯାହାକୁ ନେଇ ଦୁଇ ମହାଶକ୍ତି ଥରି ଉଠିଛନ୍ତି ।  ଆମେରିକା ଦଖଲ କରିବା ପରେ ଟ୍ରମ୍ପଙ୍କ ମନୋଭାବ ଦେଖାଇବା ଆରମ୍ଭ କରିଛନ୍ତି ।

trump putin

ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ସାରା ବିଶ୍ୱରେ ଚହଳ ପଡିଛି । କାରଣ ଶପଥ ଗ୍ରହଣ ପରେ ସେ ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ଯାହାକୁ ନେଇ ଦୁଇ ମହାଶକ୍ତି ଥରି ଉଠିଛନ୍ତି ।  ଆମେରିକା ଦଖଲ କରିବା ପରେ ଟ୍ରମ୍ପଙ୍କ ମନୋଭାବ ଦେଖାଇବା ଆରମ୍ଭ କରିଛନ୍ତି । ଶପଥ ଗ୍ରହଣ ପରେ ତାଙ୍କର ପ୍ରଥମ ଭାଷଣରେ,  ସେ ଚାଇନାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିଲେ। ସେ କହିଥିଲେ ଯେ ସେ ପାନାମା କେନାଲ ଉପରେ ଚାଇନାର ଆଧିପତ୍ୟ ଶେଷ କରିବେ। 

ଏହା ପରେ ସେ ଋଷିଆକୁ ଯୁଦ୍ଧ ସମାପ୍ତ କରିବାକୁ ଅନୁରୋଧ କଲେ । ଟ୍ରମ୍ପଙ୍କ ଘୋଷଣା ଏବଂ ବିବୃତିରେ ଦୁଇ ମହାଶକ୍ତି ଚାଇନା ଓ ଋଷିଆ ଉଭୟ ଚିନ୍ତାରେ ପଡିଛନ୍ତି। ଏହି ସମୟରେ, ଚାଇନା ରାଷ୍ଟ୍ରପତି ଜିନପିଙ୍ଗ ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ସହ ଭିଡିଓ କଲ ମାଧ୍ୟମରେ କଥା ହୋଇଛନ୍ତି ।

ସୋସିଆଲ ମିଡିଆ 'ଏକ୍ସ'ରେ ଟ୍ରମ୍ପଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପୋଷ୍ଟରେ ଟ୍ରମ୍ପ୍‌ ପୁଟିନଙ୍କୁ ସିଧାସଳଖ ଯୁଦ୍ଧ ବନ୍ଦ କଥା କରିବାକୁ କହିଛନ୍ତି। ରୁଷବାସୀଙ୍କୁ ସେ ଭଲପାନ୍ତି କିନ୍ତୁ ଯୁଦ୍ଧକୁ ନପସନ୍ଦ କରୁଛନ୍ତି। ରୁଷ ଆମେରିକାକୁ ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ସାହାଯ୍ୟ କରିଥିଲା। ବିଶ୍ବର ଏକ ବଡ଼ ଅର୍ଥବ୍ୟବସ୍ଥା ହେଉଛି ରୁଷର। ତେଣୁ ପୁଟିନ ତୁରନ୍ତ ଏଭଳି କଦର୍ଯ୍ୟ ଯୁଦ୍ଧକୁ ପରିସମାପ୍ତ କରନ୍ତୁ ବୋଲି ଟ୍ରମ୍ପ୍‌ ଇଚ୍ଛା ପ୍ରକାଶ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe