ଆକାଶ ସଫା ଥିଲା, ଦୁର୍ଘଟଣା କିପରି ହେଲା ? : ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ନିକଟରେ ହୋଇଥିବା ବିମାନ ଦୁର୍ଘଟଣା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଲେ ଯେ ଏହା ଠିକ ଲାଗୁ ନାହିଁ। ଆକାଶ ସଫା ଥିବା ସତ୍ତ୍ୱେ ଏହି ଦୁର୍ଘଟଣା କିପରି ଘଟିଲା?

435

34

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ନିକଟରେ ହୋଇଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି ଯେ ଏହା ଠିକ ଲାଗୁ ନାହିଁ। ଆକାଶ ସଫା ଥିବା ସତ୍ତ୍ୱେ ଏହି ଦୁର୍ଘଟଣା କିପରି ଘଟିଲା? ହେଲିକପ୍ଟରଟି କିପରି ଏବଂ କାହିଁକି ବିମାନ ଆଡକୁ ଗତି କରିଚାଲିଲା, କାହିଁକି ଏହା ଉପରକୁ, ତଳକୁ କିମ୍ବା ଅନ୍ୟ ପାର୍ଶ୍ୱକୁ ଗଲା ନାହିଁ? ଏୟାର ଟ୍ରାଫିକ କଣ୍ଟ୍ରୋଲର କଣ କରୁଥିଲେ ? ଏହି ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଥାନ୍ତା ।

ସୂଚନାଯୋଗ୍ୟ ଯେ ବୁଧବାର ରାତି (ସ୍ଥାନୀୟ ସମୟ) ୱାଶିଂଟନର ହ୍ୱାଇଟ୍ ହାଉସ୍ ନିକଟରେ କାନାଡିଆନ୍ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଆମେରିକୀୟ ସହର କାନସାସ ସିଟିରୁ ୱାଶିଂଟନ ଆସୁଥିଲା। ଦୁର୍ଘଟଣା ପରେ ବିମାନଟି ପୋଟୋମାକ୍ ନଦୀରେ ଖସି ପଡ଼ିଥିଲା। ବିମାନରେ ୬୦ ଜଣ ଲୋକ ଥିଲେ। ଏପର୍ଯ୍ୟନ୍ତ ନଦୀରୁ ୧୮ ଜଣଙ୍କ ମୃତଦେହ ବାହାର କରାଯାଇଛି। ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଲା ସେ ସମୟରେ ଟ୍ରମ୍ପ ହ୍ବାଇଟ ହାଉସରେ ଥିଲେ । ଏଣୁ ଏହି ଦୁର୍ଘଟଣାକୁ ନେଇ ଆମେରିକୀୟ ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇଉଠିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe