ମେ’ ସୁଦ୍ଧା ଉତ୍ତର କୋରିଆ ନେତା କିମ୍‌ଙ୍କୁ ଭେଟିବାକୁ ଟ୍ରମ୍ପ୍‌ ପ୍ରସ୍ତୁତ: ଦକ୍ଷିଣ କୋରିଆ

Advertisment
ମେ’ ସୁଦ୍ଧା ଉତ୍ତର କୋରିଆ ନେତା କିମ୍‌ଙ୍କୁ ଭେଟିବାକୁ ଟ୍ରମ୍ପ୍‌ ପ୍ରସ୍ତୁତ: ଦକ୍ଷିଣ କୋରିଆ

Image Courtesy of Free Malaysia Today

ଓ୍ଵାସିଂଟନ୍‌: ରାଷ୍ଟ୍ରପତି ଟ୍ରମ୍ପ୍‌ ମେ’ ମାସ ସୁଦ୍ଧା ଉତ୍ତର କୋରୀୟ ନେତା କିମ୍‌ ଜୋଙ୍ଗ୍‌-ଉନ୍‌ଙ୍କୁ ଭେଟିବାକୁ ଗୁରୁବାର ଦିନ ଇଚ୍ଛାପ୍ରକାଶ କରିଥିବା କଥା ଦକ୍ଷିଣ କୋରୀୟ ଦୂତ କହିଛନ୍ତି। ଆମେରିକା ଏବଂ ଉତ୍ତର କୋରିଆ ନେତାଙ୍କ ମଧ୍ୟରେ ପ୍ରଥମ ବୈଠକ କରାଇବାକୁ କିମ୍‌ଙ୍କ ଆମନ୍ତ୍ରଣ ରକ୍ଷା କରି ଟ୍ରମ୍ପ୍‌ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସୋମବାର ଦିନ କିମ୍‌ଙ୍କ ସହ ଦକ୍ଷିଣ କୋରୀୟ ଅଧିକାରୀମାଙ୍କ ଆଲୋଚନା ପ୍ରସଙ୍ଗ ଟ୍ରମ୍ପ୍‌ଙ୍କୁ ଚୁମ୍ବକରେ କହିବା ପରେ ଦକ୍ଷିଣ କୋରିଆର ଜାତୀୟ ନିରାପତ୍ତା କାର୍ଯ୍ୟାଳୟ ମୁଖ୍ୟ ଚୁଙ୍ଗ୍‌ ଏଉଇ-ୟୋଙ୍ଗ୍‌ ହ୍ଵାଇଟ୍‌ ହାଉସ୍‌ ଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ପାରମାଣବିକ ନିରସ୍ତ୍ରିକରଣ ଏବଂ ଆଣବିକ କିଂବା କ୍ଷେପଣାସ୍ତ୍ର ପରୀକ୍ଷା ବାତିଲ କରିବାକୁ କିମ୍‌ ବଦ୍ଧପରିକର।

ଗତବର୍ଷ ଆକ୍ରମଣାତ୍ମକ ଅପମାନ ଆଦାନ ପ୍ରଦାନ କରି ଯୁଦ୍ଧ ଭୟ ଉଦ୍ରେକ କରାଇଥିବା କିମ୍‌ ଓ ଟ୍ରମ୍ପ୍‌ଙ୍କ ମଧ୍ୟରେ ସାକ୍ଷାତ୍‌, ଆମେରିକା ମେନ୍‌ଲାଣ୍ଡ୍‌କୁ ଭେଦ କରିବାର ସାମର୍ଥ୍ୟ ଥିବା ଆଣବିକ-ଶୃଙ୍ଗ କ୍ଷେପଣାସ୍ତ୍ର ବିକଶିତ କରିବାକୁ ଉତ୍ତର କୋରିଆର ଉଦ୍ୟମ ଯୋଗୁଁ ତ୍ରିଶଙ୍କୁ ସ୍ଥିତିରେ ଥିବା ଉତ୍ତେଜନାର ସମାଧାନ ନିମନ୍ତେ ଏକ ନାଟକୀୟ ଉଦ୍ୟମ।

ଚୁଙ୍ଗ୍‌ କହନ୍ତି: ମୁଁ ଟ୍ରମ୍ପ୍‌ଙ୍କୁ କହିଲି ଯେ ଆମ ବୈଠକରେ ଉତ୍ତର କୋରୀୟ ନେତା କିମ୍‌ ଜୋଙ୍ଗ୍‌-ଉନ୍‌ କହିଲେ ଯେ ସେ ଆଣବିକ ନିରସ୍ତ୍ରିକରଣ ପାଇଁ ବଦ୍ଧପରିକର। ଅଧିକ ଆଣବିକ କିଂବା କ୍ଷେପଣାସ୍ତ୍ର ପରୀକ୍ଷାରୁ ନିବୃତ ରହିବେ ବୋଲି କିମ୍‌ ନିୟମ କରି କହିଛନ୍ତି।

ଯଥା ଶୀଘ୍ର ସମ୍ଭବ ସେ ଟ୍ରମ୍ପ୍‌ଙ୍କୁ ଭେଟିବା ସକାଶ ବ୍ୟାକୁଳତା ପ୍ରକାଶ କରିଥିଲେ। ଏହି ଚୁମ୍ବକେ କଥାକୁ ରାଷ୍ଟ୍ରପତି ଟ୍ରମ୍ପ୍‌ ପ୍ରଶଂସା କରି କହିଛନ୍ତି ଯେ ଆଣବିକନିରସ୍ତ୍ରିକରଣ ପ୍ରାପ୍ତି ପାଇଁ ସେ ମେ’ ସୁଦ୍ଧା କିମ୍‌ ଜୋଙ୍ଗ୍‌-ଉନ୍‌ଙ୍କୁ ଭେଟିବେ।

ଉତ୍ତର କୋରୀୟ ଦୂତଙ୍କ ବକ୍ତବ୍ୟ ଉପରେ ହ୍ଵାଇଟ୍‌ ହାଉସ୍‌ରୁ ତୁରନ୍ତ କୌଣସି ମତାମତ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe