ପ୍ରଘଟ ନକରିିବାକୁ ପର୍ଣ୍ଣଷ୍ଟାରଙ୍କୁ ୧.୩ ଲକ୍ଷ ଡଲାର!

Advertisment

ଚର୍ଚ୍ଚାରେ ଟ୍ରମ୍ପଙ୍କ ଶାରୀରିକ ସମ୍ପର୍କ ମାମଲ

ଚର୍ଚ୍ଚାରେ ଟ୍ରମ୍ପଙ୍କ ଶାରୀରିକ ସମ୍ପର୍କ ମାମଲ

ଭାରତ ବିରୋଧରେ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନ ? ୫୦ଟି ଭାରତୀୟ ସାମଗ୍ରୀ ଉପରେ ଲାଗୁ ଟିକସ ରିହାତିକୁ ପ୍ରତ୍ୟାହାର କଲା ଆମେରିକା

ଓ୍ଵାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପର୍ଣ୍ଣଷ୍ଟାରଙ୍କ ସହ ଶାରିରୀକ ସମ୍ପର୍କ ନେଇ ଆଉ ଏକ ସଙ୍ଗୀନ୍‌ ଅଭିଯୋଗ ସାମ୍ନାକୁ ଆସିଛି। ଷ୍ଟ୍ରୋମି ଡାନିଏଲ୍ସଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏ ସମ୍ପର୍କରେ ମୁହଁ ନଖୋଲିବାକୁ ଷ୍ଟ୍ରୋମିଙ୍କୁ ୧ ଲକ୍ଷ ୩୦ ହଜାର ଡଲାର ଦେଇଥିଲେ ବୋଲି ଗଣମାଧ୍ୟମରେ ପ୍ରକାଶିିତ ଖବର ହଇଚଇ ସୃଷ୍ଟି କରିଛି।

ଖବର କାଗଜ ‘ଦ ଓ୍ଵାଲ ଷ୍ଟ୍ରିଟ୍‌ ଜର୍ଣ୍ଣାଲ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଟ୍ରମ୍ପ ବର୍ତ୍ତମାନର ପତ୍ନୀ ମେଲାନିଅଙ୍କୁ ତୃତୀୟ ବିବାହ କରିବାର ବର୍ଷକ ପରେ ଅର୍ଥାତ୍‌ ୨୦୦୬ ମସିହାରେ କାଲିଫର୍ଣ୍ଣଆର ‘ଲେକ୍‌ ତାହୋଏ’ ହୋଟେଲରେ ପର୍ଣ୍ଣଷ୍ଟାରଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ତେବେ ଏ ବିଷୟ ପ୍ରଘଟ ନକରିବା ପାଇଁ ଉକ୍ତ ପର୍ଣ୍ଣଷ୍ଟାରଙ୍କୁ ଟ୍ରମ୍ପଙ୍କ ଓକିଲ ମାଇକେଲ୍‌ କୋହେନ୍‌ ଲସ୍‌ ଲଞ୍ଜେଲସ୍‌ର ସିଟି ନ୍ୟାସନାଲ ବ୍ୟାଙ୍କ ଯୋଗେ ଟଙ୍କା ଦେଇଥିଲେ। ଅପରପକ୍ଷେ, ଏପରି ଖବର ଗୁଜବ ବୋଲି ଓକିଲ କୋହେନ୍‌ କହିଛନ୍ତି। ଏପରି ମିଛ ଖବରକୁ ୨୦୧୧ ମସିହାରୁ ଏଯାବତ୍‌ ବିରୋଧୀମାନେ ପ୍ରସାରିତ କରି ଚାଲିଥିବା ସେ କହିଛନ୍ତି। ଅପରପକ୍ଷେ, ପର୍ଣ୍ଣଷ୍ଟାର ଷ୍ଟ୍ରୋମି ମଧ୍ୟ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି। ଟ୍ରମ୍ପଙ୍କ ଠାରୁ ସେ କୌଣସି ଟଙ୍କା ନେଇଥିଲେ ନିଜ ଡାଏରିରେ ସେ ଲେଖିଥାନ୍ତେ ବୋଲି କହିଛନ୍ତି। ହ୍ଵାଇଟ୍‌ ହାଉସ୍‌ ମଧ୍ୟ ଏଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିବା ସହ ଟ୍ରମ୍ପଙ୍କ ବିରୋଧରେ ଏସବୁ ପୁରୁଣା ଅପପ୍ରଚାର ବୋଲି କହିଛି।
ଅପରପକ୍ଷେ, ‘ଦ ଓ୍ଵାଲ ଷ୍ଟ୍ରିଟ୍‌ ଜର୍ଣ୍ଣାଲ’ରେ ପ୍ରକାଶିତ ଖବରରେ ଡାନିଏଲ୍ସଙ୍କ ବ୍ୟତୀତ ଅନ୍ୟ ଜଣେ ମଡେଲଙ୍କ ସହ ମଧ୍ୟ ଟ୍ରମ୍ପ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଉଲ୍ଲେଖ ରହିଛି। ଏ ସମ୍ପର୍କରେ ଏକ ପୁସ୍ତକ ନଛାପିବାକୁ ମଧ୍ୟ ସଂପୃକ୍ତ ଲେଖକଙ୍କୁ ୧ଲକ୍ଷ ୫୦ ହଜାର ଡଲାର ଦିଆଯାଇଥିବା ଏହି ରିପୋର୍ଟରେ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe