Image Courtesy of Fox News
ୱାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟରକୁ ଫେରିଛନ୍ତି। ବ୍ଲୁ ଟିକ୍ ସହିତ ତାଙ୍କର ଟ୍ବିଟର ଆକାଉଣ୍ଟଙ୍କୁ ପୁନଃ ସକ୍ରିୟ କରାଯାଇଛି। ଟ୍ବିଟର୍ର ନୂଆ ମାଲିକ ଏଲନ ମସ୍କ ଟ୍ରମ୍ପ୍ଙ୍କ ଟ୍ବିଟର୍ ଆକାଉଣ୍ଟ ଉପରେ କଟକଣା ହଟାଇବା ସହିତ ଏହି ପ୍ରସଙ୍ଗରେ ଏକ ଜନମତ ସର୍ଭେ କରାଇଥିଲେ। ଏହି ସର୍ଭେରେ ୧.୫୦ କୋଟି ଲୋକ ଭାଗ ନେଇଥିଲେ ଏବଂ ଏଥିରୁ ୫୧.୮ ପ୍ରତିଶତ ଲୋକ ଟ୍ରମ୍ପ୍ ତତ୍କାଳ ଟ୍ବିଟର୍କୁ ଫେରିବା ନେଇ ସହମତି ପ୍ରକାଶ କରିଥିଲେ।
ଟ୍ରମ୍ପ୍ଙ୍କ ଟ୍ବିଟର ପ୍ରତ୍ୟାବର୍ତ୍ତନ ସପକ୍ଷରେ ଜନମତକୁ ଏଲନ ମସ୍କ ସ୍ବାଗତ କରିବା ସହ ଲୋକଙ୍କ ରାୟ ହିଁ ଆମ ପାଇଁ ସର୍ବୋଚ୍ଚ ବୋଲି କହିଛନ୍ତି। ମସ୍କଙ୍କ ଘୋଷଣା ସହିତ ଟ୍ରମ୍ପ୍ଙ୍କ ଆକାଉଣ୍ଟ୍ ସକ୍ରିୟ ହୋଇଥିବା ଦେଖାଯାଇଥିଲା। ୨୨ ମାସ ପରେ ଟ୍ରମ୍ପ୍ ଟ୍ବିଟରକୁ ଫେରିବା ମାତ୍ରେ ପ୍ରତି ସେକେଣ୍ଡରେ ତାଙ୍କର ଅନୁଗାମୀ ସଂଖ୍ୟାରେ ହଜାର ହଜାର ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି।
Follow Us