ଆଜିଠାରୁ ଆମେରିକାରେ ଟ୍ରମ୍ପ ଶାସନ: ଭାରତ ଗସ୍ତ ନେଇ ଆଲୋଚନା

ଆମେରିକାରେ ଆସନ୍ତାକାଲି (ସୋମବାର)ଠାରୁ ନବନିର୍ବାଚିତ ରାଷ୍ଟ୍ରପତି   ଡୋନାଲ୍‌ଡ ଟ୍ରମ୍ପଙ୍କ ଶାସନ ଆରମ୍ଭ ହେବ।  ଟ୍ରମ୍ପ ସୋମବାର  ଦ୍ବିତୀୟ ବାର ଆମେରିକା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।

sffsfccd

ୱାସିଂଟନ: ଆମେରିକାରେ ଆସନ୍ତାକାଲି (ସୋମବାର)ଠାରୁ ନବନିର୍ବାଚିତ ରାଷ୍ଟ୍ରପତି   ଡୋନାଲ୍‌ଡ ଟ୍ରମ୍ପଙ୍କ ଶାସନ ଆରମ୍ଭ ହେବ।  ଟ୍ରମ୍ପ ସୋମବାର  ଦ୍ବିତୀୟ ବାର ଆମେରିକା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ପ୍ରବଳ ଶୀତ ଲହର ଚାଲିଥିବାରୁ ଟ୍ରମ୍ପ ଏକ ଇନ୍‌ଡୋର ଉତ୍ସବରେ ଶପଥଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ବିଶ୍ୱର ପ୍ରମୁଖ ନେତା ଓ ବ୍ୟବସାୟୀ ଯୋଗଦେବେ। ଭାରତ ପକ୍ଷରୁ ଏହି ଉତ୍ସବରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଯୋଗଦେବେ।  

ଭାରତ ଗସ୍ତ ନେଇ ଆଲୋଚନା
ହ୍ୱାଇଟ୍ ହାଉସ୍ ବୈଠକ ପାଇଁ ମୋଦୀଙ୍କୁ ନିମନ୍ତ୍ରଣ କରିପାରନ୍ତି

ଟ୍ରମ୍ପ ଶପଥ ନେବା ପୂର୍ବରୁ ତାଙ୍କର ସମ୍ଭାବ୍ୟ ଭାରତ ଗସ୍ତ ସମ୍ପର୍କରେ  ପରାମର୍ଶଦାତାଙ୍କ ସହ ଆଲୋଚନା କରିଛନ୍ତି। ଦାୟିତ୍ୱ ନେବା ପରେ ସେ ୧୦୦ ଦିନ ମଧ୍ୟରେ ଭାରତ ଓ ଚୀନ୍‌ ଗସ୍ତ କରିବାକୁ  ଚାହୁଛନ୍ତି। ଟ୍ରମ୍ପଙ୍କ ଆଗାମୀ ଗସ୍ତ ଚଳିତ ବର୍ଷ ଏପ୍ରିଲ ଶେଷ ସୁଦ୍ଧା ହେବା  ସମ୍ଭାବନା ରହିଛି।  ଏହା ସହିତ ହ୍ୱାଇଟ୍ ହାଉସ୍ ବୈଠକ ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଆମେରିକା ନିମନ୍ତ୍ରଣ କରାଯାଇପାରେ ବୋଲି ଜଣାପଡ଼ିଛି। ଆମେରିକାର ପ୍ରଧାନ ବିଚାରପତି ଜନ୍ ରବର୍ଟସ ସ୍ଥାନୀୟ ସମୟ ମଧ୍ୟାହ୍ନ ୧୨ଟା (ଭାରତୀୟ ସମୟ ରାତି ୧୦ଟା ୩୦)ରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଭାବେ ଶପଥ ପାଠ କରାଇବେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe