ହେରିସ୍‌ଙ୍କୁ ‘ନୀଚ’ ‘ଭୟାନକ’ ଓ ‘ମର୍ଯ୍ୟାଦାହୀନ’ କହିଲେ ଟ୍ରମ୍ପ୍‌

ବାଇଡେନ୍‌ ଜିତିଲେ ଚୀନ୍‌ ଆମେରିକାକୁ କିଣିନେବ: ଟ୍ରମ୍ପ୍‌

Image Courtesy of The Star

ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଜି ଡେମୋକ୍ରାଟିକ୍‌ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କମଳା ହେରିସ୍‌ଙ୍କ ଉପରେ ତୀବ୍ର ଆକ୍ରମଣାତ୍ମକ ଶବ୍ଦ ପ୍ରୟୋଗ କରି ତାଙ୍କୁ ଅତି ‘ନୀଚ, ଭୟାନକ ଏବଂ ମର୍ଯ୍ୟାଦାହୀନ’ ବୋଲି କହିଛନ୍ତି। ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ ଯେଭଳି ଉପାୟରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛନ୍ତି ତାହା ଆମେରିକାବାସୀଙ୍କୁ କ୍ଷୁବ୍ଧ କରିଛି ବୋଲି ଟ୍ରମ୍ପ୍‌ କହିଛନ୍ତି।

ଆମେରିକା ସିନେଟ୍‌ରେ କମଳା ହେରିସ୍‌ଙ୍କ କାର୍ଯ୍ୟ ଏବଂ ଚିନ୍ତାଧାରା ନିତାନ୍ତ ସଂକୀର୍ଣ୍ଣ ପ୍ରମାଣିତ ହୋଇସାରିଛି ଏବଂ ସେ ସବୁବେଳେ ମିଛ କହନ୍ତି ବୋଲି ଟ୍ରମ୍ପ୍‌ କହିଛନ୍ତି। ହେରିସ୍‌ଙ୍କ କଥାରେ ସାମାନ୍ୟତମ ସତ୍ୟତା ନଥାଏ ଏବଂ ଲୋକଙ୍କୁ ବୋକା ବନାଇବା ପାଇଁ ସେ ସର୍ବାଦା କାହାଣୀ କହନ୍ତି । ଟ୍ରମ୍ପ୍‌ ଦାବି କରିଛନ୍ତି ଯେ, କମଳା ହେରିସ୍‌ ଆମେରିକାର ସ୍ବାସ୍ଥ୍ୟ ସେବା ଯୋଜନାକୁ ହଟାଇବାକୁ ଚାହିବା ସହ ଟିକସ ବୃଦ୍ଧି କରିବାକୁ ଚାହିଛନ୍ତି। ତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ଦ୍ବାରା ମୋ ପାଇଁ ନିର୍ବାଚନ ଜିତିବା ସହଜ ହେବ ବୋଲି ସେ କହିଛନ୍ତି। କିନ୍ତୁ ଏସବୁ ମଧ୍ୟରେ ଏକ ଦ୍ବନ୍ଦ୍ବ ବଢ଼ିଯାଇଛି। ଭାରତୀୟ ଭୋଟର୍‌ଙ୍କ ମଧ୍ୟରେ ବଡ଼ ବିଭାଜନ ହୋଇପାରେ ବୋଲି ଆଶଙ୍କା ଉପୁଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe