ନିର୍ବାଚନରେ ଆମର ବିଜୟ ସମ୍ଭାବନା ଅଧିକ: ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ନିର୍ବାଚନରେ ଆମର ବିଜୟ ସମ୍ଭାବନା ଅଧିକ: ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Image Courtesy of CNBC

ୱାସିଂଟନ୍: ଆଜି ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ମତଦାନ କେନ୍ଦ୍ର ଖୋଲିବା ପରେ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି ଯେ, ଏହି ନିର୍ବାଚନରେ ତାଙ୍କର ବିଜୟ ସମ୍ଭାବନା ଅଧିକ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫ୍ଲୋରିଡା ଏବଂ ଆରିଜୋନା ଭଳି ଗୁରୁତ୍ବପୂର୍ଣ୍ଣ ରାଜ୍ୟମାନଙ୍କରେ ସେ ବିପୁଳ ସଂଖ୍ୟାରେ ବିଜୟ ହାସଲ କରି‌ବେ।

‘ଫକ୍ସ୍‌ ନିଉଜ୍‌’କୁ ଟେଲିଫୋନ୍ ମାଧ୍ୟମରେ ସାକ୍ଷାତ୍‌କାର ଦେଇ ଟ୍ରମ୍ପ୍‌ କହିଲେ, ଆମକୁ ଆନନ୍ଦ ଲାଗୁଛି। ମୋର ମନେହେଉଛି, ଆମେ ଜିତିବୁ। ମୋର ମନେହେଉଛି, ଟେକ୍ସାସ୍‌, ଫ୍ଲୋରିଡା ଏବଂ ଆରିଜୋନାରେ ଆମେ ବିପୁଳ ସଂଖ୍ୟ‌ାରେ ବିଜୟ ହାସଲ କରିବୁ। ନର୍ଥ କାରିଲୋନା ଏବଂ ପେନ୍‌ସିଲ୍‌ଭାନିଆରେ ମଧ୍ୟ ଆମର ଫଳାଫଳ ଭଲ ହେବ।

ଆଜି ସକାଳ ୬ଟା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବାଞ୍ଚଳ ରାଜ୍ୟ ନ୍ୟୁୟର୍କ, ନ୍ୟୁଜର୍ସି, ଭର୍ଜିନିଆ ଏବଂ କନେକ୍ଟିକଟ୍‌ ଓ ମେନ୍‌ରେ ମତଦାନ କେନ୍ଦ୍ର ଖୋଲି ମତଦାନ ଆରମ୍ଭ ହୋଇଥିଲା।

publive-image Image Courtesy of Inquirernet

କିନ୍ତୁ, ଏହା ପୂର୍ବରୁ ମଧ୍ୟରାତ୍ରରେ ଆମେରିକାର ସର୍ବ ପ୍ରଥମ ମତଦାନ କେନ୍ଦ୍ର ଖୋଲିଥିଲା ‘ନିଉ ‌ହାମ୍ପ୍‌ସାୟାର୍‌’ର ଡିକ୍ସଭାଇଲ୍‌ ନକ୍ ଏବଂ ମିଲ୍‌ସ୍‌ଫିଲ୍‌ଡ୍‌ରେ ନାମକ ଦୁଇଟି ଗାଁରେ। କାନାଡା ସୀମାନ୍ତବର୍ତ୍ତୀ ଅଞ୍ଚଳର ଅରଣ୍ୟ ମଧ୍ୟରେ ଥିବା ଡିକ୍ସଭାଇଲ୍‌ ନକ୍‌ରେ ମାତ୍ର ୧୨ଜଣ ଅଧିବାସୀ ରହନ୍ତି। ୧୯୬୦ ମସିହାରୁ ପାରମ୍ପରିକ ଭାବେ ଡିକ୍ସଭାଇଲ୍‌ ନକ୍ ‘ଦେଶରେ ପ୍ରଥମେ ଭୋଟ୍‌’ ଦେଇ ଆସୁଛି।

ଅଳ୍ପ କେତେ ମିନଟ୍‌ ମଧ୍ୟରେ ସେଠାରେ ଭୋଟ୍‌ ଗ୍ରହଣ ଓ ଗଣତି ଶେଷ ହୋଇଥିଲା। ଏଥିରେ ବାଇଡେନ୍‌ଙ୍କୁ ପାଞ୍ଚ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଟ୍ରମ୍ପ୍‌ଙ୍କୁ ଆଦୌ ଭୋଟ୍‌ ମିଳି ନ ଥିଲା।

ଏହାଛଡ଼ା, ଆଜି ହିଁ ଫ୍ଲୋରିଡା, ଜର୍ଜିଆ, ଟେକ୍ସାସ୍‌, ନର୍ଥ କାରୋଲିନା ଏବଂ ଓହିଓରେ ଅଧିକାଂଶ ଭୋଟ୍ ଗଣତି ହୋଇଯିବାର ସମ୍ଭାବନା ଅଛି। ଆରିଜୋନା, ୱିସକନ୍‌ସିନ୍, ମିଚିଗାନ୍, ପେନ୍‌ସିଲ୍‌ଭାନିଆରେ ମଧ୍ୟ ଶୀଘ୍ର ଭୋଟ୍‌ ଗଣତି ଆରମ୍ଭ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe