କଠୋର ସନ୍ଦେଶ ସହ ପାକିସ୍ତାନକୁ ଲେଫ୍‌ନାଣ୍ଟ୍‌ ପଠାଇଲେ ଟ୍ରମ୍ପ୍‌

Advertisment
ଏଚ୍‌-୧ ବି ଭିସାଧାରୀଙ୍କ ଜୀବନସାଥୀଙ୍କୁ ମିଳିିବନି ସୁବିଧା

Photo Courtesy of HT

ଓ୍ଵସିଂଟନ୍‌: ଆଗାମୀ ସପ୍ତାହମାନଙ୍କରେ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ତାଙ୍କର ଶୀର୍ଷ ସ୍ତରୀୟ କୂତନୈତିକ ଏବଂ ସମାରିକ ଉପଦେଷ୍ଟାମାନଙ୍କୁ ପାକିସ୍ତାନ ପଠାଇବେ।

ଟ୍ରମ୍ପ୍‌ ରାଗରେ ଇସ୍‌ଲାମାବାଦକୁ ‘ବିଶୃଙ୍ଖଳାକାରୀ ଏଜେଣ୍ଟ୍‌’ଙ୍କୁ ନିରାପଦ ଅମରାବତୀ ଯୋଗାଉଥିବା କହିବାର କେତେ ସପ୍ତାହ ପରେ ଏ ମାସର ଶେଷ ଆଡ଼କୁ ପାକିସ୍ତାନ ଯିବା ଲାଗି ସେକ୍ରେଟାରି ଅଫ୍‌ ଷ୍ଟେଟ୍‌ ରେକ୍ସ୍‍ ଟିଲର୍‌ସନ୍‌ ଯୋଜନା କରୁଛନ୍ତି।

ପାକସ୍ତାନୀ ଏବଂ ଆମେରିକୀୟ ସୂତ୍ରରୁ ପ୍ରକାଶ ଯେ ତାଙ୍କ ପରେ ପ୍ରତିରକ୍ଷା ସଚିବ ଜିମ୍‌ ମାଟିସ୍‌ ପାକିସ୍ତାନ ଯିବେ।

ଗସ୍ତ ସଂକ୍ରାନ୍ତରେ ଚୁମ୍ବକେ ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଯେ ଆତଙ୍କବାଦୀ ବିଶେଷକରି ଜିହାଦୀ ଦଳଙ୍କୁ ସମର୍ଥନ ଦେଉଥିବା ପାକିସ୍ତାନୀ ରାଜ୍ୟକୁ ଟ୍ରମ୍ପ୍‌ଙ୍କ ବାର୍ତ୍ତା ଅବଗତ କରାଇବାକୁ ଏହି ଗସ୍ତର ଯୋଜନା କରାଯାଇଛି।

ଆମେରିକୀୟ ସେନା ଏବଂ ସେମାନଙ୍କର ଆଫଗାନୀ ସହଯୋଗୀମାନଙ୍କ ସହ ଲଢ଼ିବା ପାଇଁ ତାଲିବାନ ଗୋଷ୍ଠୀ ଏବଂ ଜିହାଦୀ ଦଳଙ୍କୁ ପାକିସ୍ତାନ ଜାଣିଶୁଣି ସୀମପାରି ନିରାପଦ ସ୍ୱର୍ଗ ଯୋଗାଇ ଦେଉଥିବା କାରଣରୁ ଓ୍ଵାସିଂଟନ୍‌ ବହୁ ଦିନୁ ମନକଷ୍ଟ କରି ଆସୁଛି।

ସାମରିକ ଦୁର୍ଗରୂପକ ସହରରେ ବାସ କରୁଥିବା ଅଲ୍‌-କାଏଦା ନେତା ଓସାମା ବିନ୍‌ ଲାଡେନ୍‌କୁ ନିହତ କରିବାକୁ ୨୦୧୧ରେ ରାଷ୍ଟ୍ରପତି ବରାକ୍‌ ଓବାମା ପାକିସ୍ତାନକୁ କମାଣ୍ଡୋ ପଠାଇବା ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଛିଡ଼ିବା ଆରମ୍ଭ କରିଥିଲା।

ଟ୍ରମ୍ପ୍‌ ରାଷ୍ଟ୍ରପତି ହୋଇ ଆସିବା ପରେ ଓ୍ଵାସିଂଟନ୍‌ର କଷ୍ଟ ବଳି ପଡ଼ିଥିଲା। ଅଗଷ୍ଟ ସମ୍ଭାଷଣରେ ଟ୍ରମ୍ପ୍‌ କହିଥିଲେ: ଆମେ ପାକିସ୍ତାନକୁ କୋଟି କୋଟି ଡଲାର ଦେଉଥିବାବେଳେ ସେ ଆମେ ଲଢୁଥିବା ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି।

ଏ ସପ୍ତାହରେ ମାଟିସ୍‌ କଂଗ୍ରେସକୁ କହିଛନ୍ତି ଯେ ଏ କାମ ହୋଇ ପାରିବ କି ନାହିଁ ସେ ଆଉ ଥରେ ଚେଷ୍ଟା କରି ଦେଖିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe