The Guardian
ନ୍ୟୁୟର୍କ: ସମଗ୍ର ବିଶ୍ୱ ପାଇଁ ‘ମୋଷ୍ଟ ଓ୍ଵାଣ୍ଟେଡ୍’ ପାଲଟିଥିବା କୁଖ୍ୟାତ ଆତଙ୍କବାଦୀ ତଥା ଆଇଏସ୍ ମୁଖ୍ୟ ଅବୁ ବକର୍ ଅଲ୍-ବାଗ୍ଦାଦିକୁ କାବୁ କରିନେବା ସହ ଆତ୍ମଘାତୀ ବିସ୍ଫୋରଣ ଘଟାଇ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଆମେରିକୀୟ ସେନା କୁକୁରର ଫଟୋକୁ ଆଜି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଛାଡ଼ିଛନ୍ତି। ଫଟୋ ତଳେ ରାଷ୍ଟ୍ରପତି ଟ୍ରମ୍ପ ଲେଖିଛନ୍ତି, ‘ଆମେ ଏଇ ସୁନ୍ଦର କୁକୁରର ଫଟୋକୁ ଦେଖାଉଛୁ, ଯିଏ କି ଏହି ମହାନ୍ କାର୍ଯ୍ୟକୁ ସଂପାଦନ କରିଛି’। ତେବେ ଏଇ କୁକୁରର ନାମକୁ ସର୍ବସାଧାରଣରେ ସେ ପ୍ରକାଶ କରି ନାହାନ୍ତି।
ଉଲ୍ଲେଖଯୋଗ୍ୟ, କୁଖ୍ୟାତ ଆତଙ୍କବାଦୀମାନଙ୍କୁ ନିପାତ କରିବା ଲାଗି ଆମେରିକା ଗଠନ କରିଥିବା ଡେଲଟା ଫୋର୍ସର ଜଣେ ସଦସ୍ୟ ହେଉଛି ଏଇ କୁକୁର। ଡେଲଟା ଫୋର୍ସର ସୈନିକମାନେ ବାଗ୍ଦାଦିକୁ ଘେରିଯିବା ପରେ ବାଗ୍ଦାଦି ଏକ ସୁଡ଼ଙ୍ଗ ଭିତରକୁ ପଳାଇଥିଲା। ଏହି ସମୟରେ ଆମେରିକୀୟ ସେନା ସେମାନଙ୍କ ସହିତ ମିଶନରେ ଯାଇଥିବା ଏହି କୁକୁରକୁ ସେହି ସୁଡ଼ଙ୍ଗ ଭିତରକୁ ଛାଡ଼ି ଦେଇଥିଲେ। ତାଲିମପ୍ରାପ୍ତ ଶିକାରୀ କୁକୁରଟି ବଗଦାଦିକୁ ସୁଡ଼ଙ୍ଗ ଭିତରେ ଗୋଡ଼ାଇ ନେବା ପରେ ସେ ବଡ଼ ପାଟିରେ କାନ୍ଦିଥିଲା। ଶେଷରେ କୋଣଠେସା ହୋଇଯାଇ ସେ ପିନ୍ଧିଥିବା ଆତ୍ମଘାତୀ ଜ୍ୟାକେଟ୍ରେ ବିସ୍ଫୋରଣ ଘଟାଇ ଆତ୍ମହତ୍ୟା କରି ଦେଇଥିଲା।
Follow Us