ବିଲ୍ ପାରିତ କରି ଆମେରିକାରେ ସୁବର୍ଣ୍ଣ ଯୁଗ ଆସିଲା ବୋଲି କହିଲେ ଟ୍ରମ୍ପ୍‌

Advertisment

ହ୍ୱାଇଟ୍ ହାଉସରେ ଏକ ସମାରୋହରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ‘ୱାନ୍‌ ବିଗ୍‌ ବିୟୁଟିଫୁଲ୍‌ ବିଲ୍‌’ ଉପରେ ଦସ୍ତଖତ କରିଛନ୍ତି। ଯାହା ଟିକସ ଏବଂ ଖର୍ଚ୍ଚ ହ୍ରାସର ଏକ ବ୍ୟାପକ ପ୍ୟାକେଜ୍।

ହ୍ୱାଇଟ୍ ହାଉସରେ ଏକ ସମାରୋହରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ‘ୱାନ୍‌ ବିଗ୍‌ ବିୟୁଟିଫୁଲ୍‌ ବିଲ୍‌’ ଉପରେ ଦସ୍ତଖତ କରିଛନ୍ତି। ଯାହା ଟିକସ ଏବଂ ଖର୍ଚ୍ଚ ହ୍ରାସର ଏକ ବ୍ୟାପକ ପ୍ୟାକେଜ୍।

New Project (2)

ୱାଶିଂଟନ୍‌: ହ୍ୱାଇଟ୍ ହାଉସରେ ଏକ ସମାରୋହରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ‘ୱାନ୍‌ ବିଗ୍‌ ବିୟୁଟିଫୁଲ୍‌ ବିଲ୍‌’ ଉପରେ ଦସ୍ତଖତ କରିଛନ୍ତି। ଯାହା ଟିକସ ଏବଂ ଖର୍ଚ୍ଚ ହ୍ରାସର ଏକ ବ୍ୟାପକ ପ୍ୟାକେଜ୍।

ଏହା ରିପବ୍ଲିକାନ୍-ନିୟନ୍ତ୍ରିତ ପ୍ରତିନିଧି ସଭାରେ ଅଳ୍ପ ଭୋଟରେ ପାରିତ ହୋଇଥିବା ବିଲକୁ ମଞ୍ଜୁର କରିବାର ଗୋଟିଏ ଦିନ ପରେ ଘଟିଛି। ଏହି ଆଇନ ପାରିତ ହେବା ପରେ ଆମେରିକାରେ ମଧ୍ୟବିତ୍ତଙ୍କ ଉପରେ କର ବୋଝ କମ ହେବ ବୋଲି ଆଶା କରାଯାଉଛି। 

ଏହାସହ ଏହି ବିଲ୍ ପାରିତ ହେବା ପରେ ଟ୍ରମ୍ପଙ୍କ ପ୍ରମୁଖ ନୀତିକୁ ଆଇନଗତ ଶକ୍ତି ମିଳିବ । ଯେଉଁଥିରେ ରହିଛି ମାସ ଡିପୋଟେସନ (ବହୁ ସଂଖ୍ୟାରେ ପ୍ରବାସୀ ନାଗରିକଙ୍କୁ ଦେଶରୁ ବିତାଡିତ କରିବା) । ସେନା ଓ ସୀମା ସୁରକ୍ଷା ପାଇଁ ଅଧିକ ଖର୍ଚ୍ଚ କରିବା, ଓଭର ଟାଇମ୍ କାର୍ଯ୍ୟ ଓ ଟିପ୍ସ ଆକାରରେ ମିଳୁଥିବା ଅର୍ଥ ଉପରେ କର ଛାଡ । 

ଶୁକ୍ରବାର ଦିନ ଆମେରିକା ସିନେଟ୍ ଓ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭରେ ଏଡି ବିଲ୍ ପାରିତ ହେବା ପରେ ଟ୍ରମ୍ପ କହିଛନ୍ତି କି, ଆମେରିକା ପାଇଁ ସ୍ୱତନ୍ତ୍ରତା ଦିବସ ଅବସରରେ ଏହାଠାରୁ ମୂଲ୍ୟବାନ ପୁରସ୍କାର ଆଉ କିଛି ହୋଇନପାରେ । ଏହି ବିଲ୍ ମାଧ୍ୟମରେ ମୁଁ ଦେଶର ଜନତାଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ହୋଇପାରିବ। ଏହି ବିଲ୍ ପାରିତ ହେବା ପରେ ଏହାକୁ ଆମେରିକାର ସ୍ୱବର୍ଣ୍ଣ ଯୁଗର ଆରମ୍ଭ ବୋଲି ଟ୍ରମ୍ପ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe