‘ଭୋଟ୍‌ ଜାଲିଆତି’ ଆଶଙ୍କା ଯୋଗୁଁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିଳମ୍ବ କରିବାକୁ ପ୍ରସ୍ତାବ ଦେଲେ ଟ୍ରମ୍ପ୍‌

Advertisment
ହ୍ଵାଇଟହାଉସକୁ ଫେରିଲେ କରୋନା ସଂକ୍ରମିତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

Image Courtesy of Hindustan Times

ୱାସିଂଟନ୍: ନଭେମ୍ବର ମାସରେ ନିର୍ଦ୍ଧାରିତ ହୋଇଥିବା ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ବିଳମ୍ବ କରାଇବାକୁ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ପ୍ରସ୍ତାବ ଦେଇଛନ୍ତି। ମେ‌‌ଲ୍‌-ଇନ୍ ଭୋଟ୍‌ରେ ଜାଲିଆତି ହୋଇପାରେ ବୋଲି ପ୍ରମାଣ ଉପସ୍ଥାପନ ନ କରି ସେ ଏ ଭଳି ଇଚ୍ଛା ପ୍ରକାଶ କରିଛନ୍ତି।

ମେଲ୍ ଯୋଗେ ଆସୁଥିବା ଭୋଟ୍‌ରେ ଜାଲିଆତି ହୋଇପାରେ ବୋଲି ଥିବା ମିଥ୍ୟା ସମାଲୋଚନାର ପୁନଃରାବୃତି କରି ଗୁରୁବାର ସକାଳେ ଟ୍ରମ୍ପ୍‌ ଟୁଇଟ୍‌ରେ ଲେଖିଛନ୍ତି ଜନସାଧାରଣ ଠିକ୍‌ରେ, ସୁନିଶ୍ଚିତ ହୋଇ, ନିରାପଦରେ ଭୋଟ୍‌ ଦେବା ପର୍ଯ୍ୟନ୍ତ ନିର୍ବାଚନ ବିଳମ୍ବ କରାଯିବା ଉଚିତ।

ଏ ପ୍ରସଙ୍ଗରେ ହ୍ବାଇଟ୍ ହାଉସ୍‌ର କୌଣସି ପ୍ରତିନିଧି ହଠାତ୍ ବିବୃତି ଦେଇନାହାନ୍ତି।

କରୋନାଭାଇରସ୍ ମହାମାରୀ ମଧ୍ୟରେ ପ୍ରାଥମିକ ନିର୍ବାଚନରେ ବିପୁଳ ସଂଖ୍ୟାରେ ବ୍ୟବହୃତ ମେଲ୍-ଇନ୍ ବାଲଟ୍‌ର ବୈଧ୍ୟତା ଉପରେ ଟ୍ରମ୍ପ୍ ସନ୍ଦେହ ପ୍ରକଟ କରିଛନ୍ତି। ସେ ମଧ୍ୟ ଭିତ୍ତିହୀନ ଅଭିଯୋଗ କରି କହିଛନ୍ତି ଯେ, ଭୋଟ୍ ଜାଲିଆତି ହେବ। ହାରିଗଲେ ଆନୁଷ୍ଠାନିକ ଭାବେ ଘୋ‌ଷିତ ନିର୍ବାଚନ ଫଳାଫଳକୁ ଗ୍ରହଣ କରିବେ କି, ନାହିଁ କହିବାକୁ ସେ ମନା କରିଦେଇଛନ୍ତି।

ନଭେମ୍ବର ୩ ନିର୍ବାଚନରେ ଟ୍ରମ୍ପ୍ ହସ୍ତକ୍ଷେପ କରି ପାରନ୍ତି ବୋଲି ଆଶଙ୍କା ମଧ୍ୟରେ ରାଷ୍ଟ୍ରପତି ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିବା ରାଷ୍ଟ୍ରପତୀୟ ନୋମିନି ଜୋ ବାଇଡେନ୍‌ଙ୍କ ସମେତ ଡେମୋକ୍ରାଟ୍‌ମାନେ ଭୋଟର୍‌ମାନଙ୍କୁ ଓ ନିର୍ବାଚନକୁ ନିରାପଦ ରଖିବାକୁ ପ୍ରସ୍ତୁତି ଆରମ୍ଭ କଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe