ଏହି ପ୍ରସଙ୍ଗକୁ ନେଇ ଅଗଷ୍ଟ ୧୫ରେ ପୁଟିନ୍‌ଙ୍କୁ ଭେଟିବେ ଆମେରିକା ରାଷ୍ଟ୍ରପତି

କିଛି ଦିନ ତଳେ ଖବର ମିଳିଥିଲା ଯେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତ ଗସ୍ତ କରିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଶୁଳ୍କ ଚାପ ମଧ୍ୟରେ ଭାରତ ଓ ରୁଷ୍ ଏକାଠି ହୋଇ ଏହାର ମୁକାବିଲା କରିବେ ବୋଲି ଆଶା କରାଯାଉଥିଲା।

New Project

ନୂଆଦିଲ୍ଲୀ: କିଛି ଦିନ ତଳେ ଖବର ମିଳିଥିଲା ଯେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତ ଗସ୍ତ କରିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଶୁଳ୍କ ଚାପ ମଧ୍ୟରେ ଭାରତ ଓ ରୁଷ୍ ଏକାଠି ହୋଇ ଏହାର ମୁକାବିଲା କରିବେ ବୋଲି ଆଶା କରାଯାଉଥିଲା। ଏବେ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ସେ  ନିଶ୍ଚିତ କରିଛନ୍ତି ଯେ, ଅଗଷ୍ଟ ୧୫ରେ ଆଲାସ୍କାରେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ। ଏହି ବୈଠକର ଉଦ୍ଦେଶ୍ୟ ହେଉଛି ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ସମ୍ଭାବ୍ୟ ଶାନ୍ତି ଚୁକ୍ତି ଉପରେ ଆଲୋଚନା କରିବା। କିନ୍ତୁ ଟ୍ରମ୍ପ୍ ସୂଚିତ କରିଛନ୍ତି ଯେ, ଏଥିରେ 'ୟୁକ୍ରେନ୍-ରୁଷ୍ ମଧ୍ୟରେ ଅକ୍ତିଆର ହୋଇଥିବା‌ କିଛି କ୍ଷେତ୍ରର ଅଦଳବଦଳ ସାମିଲ ହୋଇପାରେ।

ହ୍ୱାଇଟ୍ ହାଉସ୍‌ରେ ଆର୍ମେନିଆ ଏବଂ ଅଜରବୈଜାନର ନେତାମାନଙ୍କୁ ଭେଟିବା ସମୟରେ ଟ୍ରମ୍ପ୍ କହିଥିଲେ, 'ଆମେ ରୁଷ ସହିତ ଆଲୋଚନା ଆରମ୍ଭ କରିବୁ। ଏହା ଏକ ବହୁତ ଜଟିଳ ବିଷୟ। କିନ୍ତୁ ଆମେ କିଛି ଫେରି ପାଇବୁ ଏବଂ କିଛି ବଦଳାଯିବ। ଏହା ଉଭୟ ପକ୍ଷ ପାଇଁ ଲାଭଦାୟକ ହେବ।' 

ତେବେ ୟୁକ୍ରେନ ଏବଂ ଏହାର ୟୁରୋପୀୟ ସହଯୋଗୀମାନେ ଦୀର୍ଘ ଦିନ ଧରି କ୍ରିମିଆ, ଡୋନେତସ୍କ, ଲୁହାନସ୍କ, ଖେରସନ ଏବଂ ଜାପୋରିଜିଆ ଭଳି ଅଧିକୃତ ଅଞ୍ଚଳ ଉପରେ ରୁଷକୁ ନିୟନ୍ତ୍ରଣ ଦେବାର ଚୁକ୍ତିକୁ ବିରୋଧ କରିଆସୁଛନ୍ତି। ପୁଟିନ ଜିଦ୍ ଧରି ବସିଛନ୍ତି ଯେ, ଯେକୌଣସି ଚୁକ୍ତିରେ ୟୁକ୍ରେନକୁ ୨୦୧୪ ମସିହାରୁ ରୁଷ ଦ୍ୱାରା ଅଧିକୃତ କିଛି ଅଞ୍ଚଳ ଛାଡିବାକୁ ପଡିବ। ଏହା ସହିତ, ସେ ୟୁକ୍ରେନକୁ ସାମରିକ ସହାୟତା ବନ୍ଦ କରିବାକୁ ଏବଂ ନାଟୋରେ ଯୋଗଦାନ ପାଇଁ ପ୍ରୟାସ ବନ୍ଦ କରିବାକୁ ପଶ୍ଚିମ ଦେଶଗୁଡ଼ିକୁ କହିଆସୁଛନ୍ତି। ଏମଧ୍ୟରେ ଟ୍ରମ୍ପ-ପୁଟିନ୍‌ଙ୍କ ଭେଟଘାଟ ପରେ ସମାଧାନର ବାଟ ବାହାର କରିପାରୁଛି କି ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe