Image Courtesy of TOI
ଓ୍ଵାସିଂଟନ୍: ମଙ୍ଗଳବାର ଦିନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କିମ୍ ଜୋଙ୍ଗ୍-ଉନ୍ଙ୍କୁ ଚେତାଇ ଦେଇ କହିଛନ୍ତି ଯେ ଉତ୍ତର କୋରିଆ ନେତାଙ୍କ ଅପେକ୍ଷା ତାଙ୍କ ପାଖରେ ଥିବା ଆଣବିକ ‘ବଟନ୍’ଟି ଖୁବ୍ ବଡ଼ ଏବଂ ଅଧିକ ଶକ୍ତିଶାଳୀ।
ଟୁଇଟ୍ କରି ଟ୍ରମ୍ପ୍ କହିଛନ୍ତି: ଏଇନେ ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ୍-ଉନ୍ କହିଛନ୍ତି ଯେ ସବୁବେଳେ ତାଙ୍କ ଟେବୁଲ୍ ଉପରେ ଆଣବିକ ‘ବଟନ୍’ ସଜ ହୋଇ ରହିଛି। ତାଙ୍କ ନିଃସ୍ୱ ଏବଂ ଅନାହାର ଦେଶରୁ କେହି ଜଣେ ଦୟାକରି ତାଙ୍କୁ ଜଣାଇଦେବେ କି, ମୋର ମଧ୍ୟ ଗୋଟାଏ ଆଣବିକ ‘ବଟନ୍’ ଅଛି। କିନ୍ତୁ, ତାହା ତାଙ୍କ ‘ବଟନ୍’ ଠାରୁ ଢେର୍ ବଡ଼ ଏବଂ ଅଧିକ ଟାଣୁଆ। ଆଉ ମୋ ‘ବଟନ୍’ କାର୍ଯ୍ୟକ୍ଷମ ମଧ୍ୟ!
ତାଙ୍କ ଟେବୁଲ୍ ଉପରେ ‘ଆଣବିକ ବଟନ୍’ ଅଛି ବୋଲି କିମ୍ ବାର୍ଷିକ ନବ ବର୍ଷ ଅଭିଭାଷଣରେ କହିବା ପରେ ଟ୍ରମ୍ପ୍ ଏ ଭଳି କହିଛନ୍ତି। କିନ୍ତୁ, ଆସନ୍ତା ମାସରେ ପିୟୋଙ୍ଗଚାଙ୍ଗ୍ ଗେମ୍ସ୍ରେ ଭାଗ ନେବା ଏବଂ ଆଲୋଚନା ପାଇଁ ଆଗ୍ରହୀ ବୋଲି କହି ନିଜର ମନ୍ତବ୍ୟକୁ ମଧୁର କରି ପକାଇଥିଲେ।
ପିୟୋଙ୍ଗ୍ୟାଙ୍ଗ୍ ସହ ଜାନୁଆରି ୯ ତାରିଖରେ ଏକ ଉଚ୍ଚସ୍ତରୀୟ ଆଲୋଚନା ପାଇଁ ମଙ୍ଗଳବାର ଦିନ ଦକ୍ଷିଣ କୋରିଆ ମଧ୍ୟ ରାଜି ହୋଇଛି।
କିନ୍ତୁ, ଜାତିସଙ୍ଘସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଦୂତ ନିକ୍କି ହେଲି ଦୁଇ କୋରିଆ ମଧ୍ୟରେ ପ୍ରସ୍ତାବିତ ଆଲୋଚନାକୁ ବ୍ୟଣ୍ଡ୍ଏଡ୍ କହି ଅଗ୍ରାହ୍ୟ କରି ଦେଇଛନ୍ତି। ସେ ଚେତାଇ ଦେଇ କହିଛନ୍ତି ଯେ ଆଣିବିକ ଶସ୍ତ୍ରରେ ବଳୀୟାନ ପିୟୋଙ୍ଗ୍ୟାଙ୍ଗ୍କୁ ଓ୍ଵାସିଂଟନ୍ କେବେ ଗ୍ରହଣ କରିବ ନାହିଁ।
Image Courtesy of Washington Examinerପିୟୋଙ୍ଗ୍ୟାଙ୍ଗ୍ ସହ ଉଚ୍ଚସ୍ତରୀୟ ଆଲୋଚନା କରିବା ସିଓଲ ଦେଇଥିବା ପ୍ରସ୍ତାବ ସମ୍ପର୍କରେ ରାଷ୍ଟ୍ରଦୂତ ନିକ୍କି ହେଲି ସାମ୍ବାଦିକମାନଙ୍କୁ କହିଛନ୍ତି: ଉତ୍ତର କୋରିଆରେ ସବୁ ଆଣବିକ ଅସ୍ତ୍ର ନିଷିଦ୍ଧ କରିବାକୁ କୌଣସି କାମ ନ କଲେ ଆମେ କୌଣସି ଆଲୋଚନାକୁ ଗୁରୁତ୍ୱ ଦେବୁ ନାହିଁ।
ଏହାକୁ ଆମେ ଏକ ବେପରୁଆ ସରକାର ବୋଲି ବିଚାର କରୁଛୁ। ଆମର ବ୍ୟାଣ୍ଡ୍ଏଡ୍ ଦରକାର ନାହିଁ। ଆମେ ହସି ହସି ଫଟୋ ଉଠାଇବାକୁ ଚାହୁଁ ନାହୁଁ।
ଆମେ ତାଙ୍କର ଆଣବିକ ଅସ୍ତ୍ର ତିଆରି ବନ୍ଦ କରାଇବାକୁ ଚାହୁଁ। ଏବେ ସେମାନେ ତାହା ତିଆରି ବନ୍ଦ କରିବା ଆବଶ୍ୟକ। ସେ ଚେତାବନୀ ଦେଇ କହିଛନ୍ତି: ଆଣବିକ ଅସ୍ତ୍ରଧାରୀ ଉତ୍ତର କୋରିଆକୁ ଆମେ ଗ୍ରହଣ କରିବୁ ନାହିଁ।
Image Courtesy of Post and Courierପରମାଣୁ ଅସ୍ତ୍ର ନେଇ ଆମେରିକା ଉପରେ ପକାଇ ପାରିବାର ସାମର୍ଥ୍ୟ ଥିବା ଇଣ୍ଟର୍କଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍ ତିଆରି କରିବା ପରେ ଆମେରିକା ଉତ୍ତର କୋରିଆ ଉପରେ ଜାତିସଙ୍ଘ କଟକଣା ପାଇଁ ପଦକ୍ଷେପ ଗ୍ରହଣ କରିଥିଲା। ସମଗ୍ର ବିଶ୍ୱରେ ଏହା ପରମାଣୁ ଯୁଦ୍ଧ ଘଟାଇବା ଆଶଙ୍କା ବଢ଼ାଇ ଦେଇଥିଲା।
ଉଭୟ କୋରିଆ ଜାନୁଆରି ୯ ତାରିଖରେ ଆଲୋଚନା କରିବାକୁ ଆଗ୍ରହୀ ହୋଇଥିବାରୁ ରାଷ୍ଟ୍ରପତି ଟ୍ରମ୍ପ୍ ଏହାକୁ ଚାପ ଅଭିଯାନର ବଡ଼ ପ୍ରମାଣ ବୋଲି ଅଭିହିତ କରିଛନ୍ତି।
ଦୁଇ ଦେଶରେ ଆଲୋଚନା ପରେ ଚାପ କୋହଳ ହେବ କି, ନାହିଁ ପଚରା ଯିବାରୁ ହ୍ଵାଇଟ୍ ହାଉସ କହିଛି କି, ଦ୍ୱୀପପୁଞ୍ଜକୁ ଆଣବିକ ଅସ୍ତ୍ର ରହିତ ନ କରିବା ଯାଏଁ ଆମେରିକା ଉତ୍ତର କୋରିଆ ଉପରେ ଯଥେଚ୍ଛା ଚାପ ପ୍ରୟୋଗ ଜାରି ରଖିବ ବୋଲି ବଦ୍ଧପରିକର।
Follow Us