ଟ୍ରମ୍ପ୍‌ଙ୍କ ଆକଳନ କୋଟିଏ! ଭାରତ ଗସ୍ତ ବେଳେ କୋଟିଏ ଲୋକ ତାଙ୍କୁ ସ୍ୱାଗତ କରିବା ଜାଣି ସେ ଖୁସିରେ ଆତ୍ମହରା ହୋଇ ପଡିଛନ୍ତି

Advertisment
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାସଭବନରେ ଏଫବିଆଇର ଚଢ଼ାଉ

NDTV

ୱାସିଂଟନ୍‌ : ଫେବ୍ରୁଆରି ୨୪ ଓ ୨୫ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସୁଛନ୍ତି।

ଅହମ୍ମଦାବାଦରେ ତାଙ୍କୁ ପାଖାପାଖି କୋଟିଏ ଲୋକ ସ୍ବାଗତ କରିବେ ବୋଲି ଆଜି ଟ୍ରମ୍ପ୍‌ କହିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କହିଛନ୍ତି, ଅହମ୍ମଦାବାଦରେ ତାଙ୍କୁ କୋଟିଏ ‌ଲୋକ ସ୍ବାଗତ ଜଣାଇବେ। ମେରିଲ୍ୟାଣ୍ଡରେ ଟ୍ରମ୍ପ୍‌ ଗଣମାଧ୍ୟମକୁ କହିଛନ୍ତି, ସେ ଭାରତ ଗସ୍ତକୁ ନେଇ ଅଧିକ ଉତ୍ସାହିତ ଅଛନ୍ତି। ଅହମ୍ମଦାବାଦରେ ବିଶ୍ବର ବୃହତ୍ତମ ଷ୍ଟାଡିୟମରେ ତାଙ୍କୁ କୋଟିଏ ଲୋକ ସ୍ବାଗତ କରିବେ। ଏହା ତାଙ୍କୁ ଅଧିକ ଉତ୍ସାହିତ କରି ପକାଇଛି। ଅହମ୍ମଦାବାଦରେ ୨୨ କିଲୋମିଟର ରୋଡ୍‌ ସୋ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ୍‌ ସାମିଲ ହେବେ। ଏହି ରୋଡ୍‌ ସୋ’ରେ ପାଖାପାଖି ଦୁଇ ଲକ୍ଷ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଟ୍ରମ୍ପ୍‌ଙ୍କୁ ସ୍ବା‌ଗତ କରିବେ ବୋଲି ଅହମ୍ମଦାବାଦ ମ୍ୟୁନିସିପାଲ୍‌ କମିସନର ବିଜୟ ନେହେରା କହିଛନ୍ତି। ଏତେ ସଂଖ୍ୟକ ଲୋକ ତାଙ୍କୁ ସ୍ବାଗତ କରିବା ଜାଣି ସେ ଖୁସିରେ ଆତ୍ମହରା ହୋଇ ପଡିଛନ୍ତି ବୋଲି ଟ୍ରମ୍ପ୍‌ କହିଛନ୍ତି।

ଏହାପୂର୍ବରୁ ଟ୍ରମ୍ପ କହିଥ‌ିଲେ ଯେ ତାଙ୍କୁ ୫୦ରୁ ୭୦ ଲକ୍ଷ ଲୋକ ସ୍ବାଗତ କରିବେ ବୋଲି ମୋଦୀ ତାଙ୍କୁ କହିଛନ୍ତି। କିନ୍ତୁ ଏତେ ଲୋକ କେଉଁଠୁ ଆସିବେ ବୋଲି ବିିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା ବୋଲି ଟ୍ରମ୍ପ ଏହି ସଂଖ୍ୟାକୁ ଆଜି କୋଟିଏରେ ପହଂଚାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe