ଟ୍ରମ୍ପଙ୍କ ଗସ୍ତ: ଦୁର୍ବଳ ଆଗ୍ରା ପୋଲକୁ ନେଇ ଚିନ୍ତାରେ ଅଧିକାରୀ

Advertisment

ଭାରତର ସାଂସ୍କୃତିକ ବିବିଧତା ସମ୍ପର୍କରେ ଟ୍ରମ୍ପଙ୍କୁ ଅବଗତ କରାଯିବ

ଭାରତର ସାଂସ୍କୃତିକ ବିବିଧତା ସମ୍ପର୍କରେ ଟ୍ରମ୍ପଙ୍କୁ ଅବଗତ କରାଯିବ

ଟ୍ରମ୍ପଙ୍କ ଗସ୍ତ: ଦୁର୍ବଳ ଆଗ୍ରା ପୋଲକୁ ନେଇ ଚିନ୍ତାରେ ଅଧିକାରୀ

ଆଗ୍ରା : ଫେବ୍ରୁଆରି ୨୪ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ତାଜମହଲ ଦେଖିବାକୁ ଆଗ୍ରା ଗସ୍ତରେ ଯିବେ। ତେବେ ଟ୍ରମ୍ପଙ୍କ ଆଗ୍ରା ଗସ୍ତ ପୂର୍ବରୁ ଏକ ଦୁର୍ବଳ ପୋଲକୁ ନେଇ ସ୍ଥାନୀୟ ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଛି। ଏବେ ଆଗ୍ରାର ସୌନ୍ଦର୍ଯ୍ୟକରଣ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ଆଗ୍ରା ସହରରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ତେବେ ଟ୍ରମ୍ପ୍‌ଙ୍କ ଆଗ୍ରା ଗସ୍ତରେ ଗୋଟିଏ ବିପଦ ସମସ୍ତ ଅଧିକାରୀଙ୍କ ମୁଣ୍ଡ ବିନ୍ଧା ବଢ଼ାଇ ଦେଇଛି। ଆଗ୍ରା ବିମାନ ବନ୍ଦରରୁ ତାଜମହଲ ଯିବା ମଧ୍ୟରେ ସରାଇ ଖ୍ବାଜା ରେଳପଥରେ ପୂର୍ତ୍ତ ବିଭାଗର ଏକ ୪୦ ବର୍ଷର ପୁରୁଣା ପୋଲ ରହିଛି। ଏହି ପୋଲ ଦେଇ କୌଣସି ଭାରୀ ଯାନ ଚଳାଚଳ କରିପାରିବ ନାହିଁ ବୋଲି ଜଣାପଡ଼ିବା ପରେ ଅଧିକାରୀ ଚିନ୍ତାରେ ପଡ଼ିଛନ୍ତି। ଏହି ଦୁର୍ବଳ ପୋଲ ଦେଇ ଟ୍ରମ୍ପ୍‌ଙ୍କ କାର ‘ବିଷ୍ଟ୍‌’ କିଭଳି ଯିବ, ତାହା ଏବେ ଚିନ୍ତାର କାରଣ ପାଲଟିଛି।

ଭାରତର ସାଂସ୍କୃତିକ ବିବିଧତା ସମ୍ପର୍କରେ ଟ୍ରମ୍ପଙ୍କୁ ଅବଗତ କରାଯିବ
ଭାରତର ସାଂସ୍କୃତିକ ବିବିଧତା ଓ ଐତିହ୍ୟ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ଭଲ ଭାବେ ଅବଗତ କରାଇବାକୁ ମୋଦୀ ସରକାର ଯୋଜନା କରୁଛନ୍ତି। ଟ୍ରମ୍ପଙ୍କ ଅହମ୍ମଦାବାଦ ଗସ୍ତ ଅବସରରେ ଭାରତର ପ୍ରାଚୀନ ସଂସ୍କୃତି ଓ ଐତିହ୍ୟକୁ ଅତି ନିଖୁଣ ଭାବେ ପ୍ରଦର୍ଶନ କରାଯିବ ବୋଲି ବିଦେଶ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗ୍‌ଲା କହିଛନ୍ତି। ଟ୍ରମ୍ପ, ତାଙ୍କ ପତ୍ନୀ ମେଲାନିଆ ଏବଂ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଫେବ୍ରୁଆରି ୨୪ରେ ଅହମ୍ମଦାବାଦରେ ପହଞ୍ଚିବେ। ଏଠାରେ ପାଖାପାଖି ୩୬ ଘଣ୍ଟା ରହିବା ପରେ ଆଗ୍ରା ଗସ୍ତରେ ଯିବେ। ଅହମ୍ମଦାବାଦରେ ନୂତନ କରି ନିର୍ମାଣ ହୋଇଥିବା ମୋଟେରା କ୍ରିକେଟ୍‌ ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟ୍ରମ୍ପ ମିଳିତ ଭାବେ ଉଦ୍‌ବୋଧନ ଦେବେ। ଏହି ଷ୍ଟାଡିୟମରେ ଦଶ ହଜାର ଲୋକଙ୍କର ଏକ ସମାବେଶ ହେବ ଏବଂ ଏଠାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସାଂସ୍କୃତିକ ଦଳମାନେ ସାଂସ୍କୃତିକ ବିଚିତ୍ରା ପରିବେଷଣ କରିବେ। ଏହି ଷ୍ଟାଡିୟମରେ ୨୮ଟି ଷ୍ଟେଜ୍‌ ନିର୍ମାଣ କରାଯାଇଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କଳାକାରମାନେ ସାଂସ୍କୃତିକ ବିଚିତ୍ରା ପରିବେଷଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe