‘ଏକଜୁଟ’ ହେବା ଲାଗି ଆମେରିକୀୟଙ୍କୁ ବୁଝାଇଲେ ଟ୍ରମ୍ପ୍‌, କିନ୍ତୁ ମହାଭିଯୋଗ ପ୍ରସଙ୍ଗ ଉଠାଇଲେ ନାହିଁ

‘ଏକଜୁଟ’ ହେବା ଲାଗି ଆମେରିକୀୟଙ୍କୁ ବୁଝାଇଲେ ଟ୍ରମ୍ପ୍‌, କିନ୍ତୁ ମହାଭିଯୋଗ ପ୍ରସଙ୍ଗ ଉଠାଇଲେ ନାହିଁ

Image Courtesy of NDTV

ଓ୍ଵାସିଂଟନ୍‌: ବୁଧବାର ଦିନ ମହାଭିଯୋଗ ପାରିତ ହେବା ପରେ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ତାଙ୍କ ପ୍ରଥମ ବିବୃତିରେ ଆମେରିକୀୟମାନଙ୍କୁ ‘ଏକଜୁଟ’ ହେବା ଲାଗି ବୁଝାଇ ଥିଲେ ମଧ୍ୟ ହିଂସାକାଣ୍ଡ ଏବଂ ମହାଭିଯୋଗ ପ୍ରସଙ୍ଗ ଆଦୌ ଉଲ୍ଲେଖ କରିନାହାନ୍ତି।

ଭିଡିଓ ରେକର୍ଡ ହୋଇଥିବା ଏକ ଭାଷଣରେ ଟ୍ରମ୍ପ୍‌ ଦେଶବାସୀଙ୍କୁ କହିଛନ୍ତି ଯେ, କ୍ଷଣିକ ଆବେଗକୁ ଅତିକ୍ରମ କରି ସଭିଏଁ ‘ଆମେରିକୀୟ’ ଭାବେ ‘ଏକଜୁଟ’ ହୁଅନ୍ତୁ। ଚାଲନ୍ତୁ, ଆମ ପରିବାରର ମଙ୍ଗଳ ପାଇଁ ଅଗ୍ରସର ହେବା।

ସପ୍ତାହକ ପୂର୍ବେ ତାଙ୍କ ସମର୍ଥକମାନେ କଂଗ୍ରେସ (କ୍ୟାପିଟଲ୍‌ ହିଲ୍‌) ଆକ୍ରମଣ କରିବା କଥାକୁ ବିଶ୍ୱାସ ନ କରି ଟ୍ରମ୍ପ୍‌ କହିଛନ୍ତି, ସେ ଘଟଣାରେ କଦାପି ହିଂସାର କୌଣସି ପ୍ରାସଙ୍ଗିକତା ନାହିଁ। କୌଣସି ବାହାନା ନାହିଁ, କୌଣସି ଅପବାଦ ନାହିଁ: ଆମେରିକା ଆଇନର ଦେଶ। ଗତ ସପ୍ତାହ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଆଇନ ଆଗରେ ହାଜର କରାଯିବ।

publive-image Image Courtesy of PBS

ଗତ ସପ୍ତାହରେ କଂଗ୍ରେସ ଆକ୍ରମଣ ଲାଗି ଉତ୍ତ୍ୟକ୍ତ ଜନତାଙ୍କୁ ଉସ୍କେଇବା ଅଭିଯୋଗରେ ବୁଧବାର ଦିନ ପ୍ରତିନିଧି ସଭା ଟ୍ରମ୍ପ୍‌ଙ୍କ ବିରୋଧରେ ଭୋଟ୍‌ ଦେଇଥିଲେ। ଏହି କାରଣରୁ ଟ୍ରମ୍ପ୍‌ ହେଲେ ଦେଶର ଇତିହାସରେ ଦୁଇଥର ମହାଭିଯୋଗର ସରବ୍ୟ ହୋଇଥିବା ପ୍ରଥମ ଆମେରିକୀୟ ରାଷ୍ଟ୍ରପତି।

ପରେ ଡେମୋକ୍ରାଟିକ୍‌ ବାଚସ୍ପତି ନେନ୍‌ସି ପିଲୋସି କହିଛନ୍ତି, ଆଜି ଦୁଇ ରାଜନୈତିକ ଦଳ ସମର୍ଥନରେ ଗୃହ ଦେଖାଇ ଦେଲା ଯେ, କେହି ଆଇନର ଊର୍ଦ୍ଧ୍ୱରେ ନୁହନ୍ତି, ଆମେରିକାର ରାଷ୍ଟ୍ରପତି ମଧ୍ୟ ନୁହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe