ଉତ୍ତର କୋରିଆକୁ ଆତଙ୍କବାଦ ପ୍ରାୟୋଜକ ଦେଶ ଅଭିହିତ କରି କଟକଣା ବଢ଼ାଇବ ଆମେରିକା: ଟ୍ରମ୍ପ୍‌

Advertisment
ଉତ୍ତର କୋରିଆକୁ ଆତଙ୍କବାଦ ପ୍ରାୟୋଜକ ଦେଶ ଅଭିହିତ କରି କଟକଣା ବଢ଼ାଇବ ଆମେରିକା: ଟ୍ରମ୍ପ୍‌

Image Courtesy of TOI

ଓ୍ଵାସିଂଟନ୍‌: ଆଣବିକ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ଚଳାଉଥିବାରୁ ସୋମବାର ଦିନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଉତ୍ତର କୋରିଆକୁ ଆତଙ୍କବାଦ ପ୍ରାୟୋଜକ ଦେଶ ଭାବେ ଆଖ୍ୟାୟିତ କରି ପିୟୋଙ୍ଗ୍ୟାଙ୍ଗ୍‌ ବିରୋଧରେ ଅତିରିକ୍ତ କଟକଣା ଏବଂ ଜରିମାନା ଲାଗୁ କରାଇବାକୁ ଆମେରିକାକୁ ଅନୁମତି ଦେଇଛନ୍ତି।

ଉତ୍ତର କୋରୀୟ ନେତା ଜିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ସହ ବ୍ୟକ୍ତିଗତ ଆଘାତ ଓ ଅପମାନସୂଚକ ମନ୍ତବ୍ୟ ଆଦାନ ପ୍ରଦାନ ପରେ ରିପବ୍ଲିକାନ୍‌ ରାଷ୍ଟ୍ରପତି କହିଛନ୍ତି ଯେ ମଙ୍ଗଳବାର ଦିନ ଟ୍ରେଜେରି ବିଭାଗ ଉତ୍ତର କୋରିଆ ଉପରେ ଅତିରିକ୍ତ କଟକଣା ଘୋଷଣା କରିବ।

ଏସିଆକୁ ୧୨ ଦିନିଆ ପାଞ୍ଚ ରାଷ୍ଟ୍ର ଗସ୍ତରୁ ଫେରିବାର ସପ୍ତାହକ ପରେ ଏହି ଉତ୍ତର କୋରିଆକୁ ଏପରି ଆଖ୍ୟାୟିତ କରାଯାଇଛି। ଗସ୍ତକାଳରେ ବିଶ୍ୱ ନେତାଙ୍କ ସହ ଟ୍ରମ୍ପ୍‌ ଉତ୍ତର କୋରିଆର ଆଣବିକ ଉଚ୍ଚାଭିଳାଷକୁ ନିଜର ବକ୍ତବ୍ୟର ମୁଖ୍ୟାଂଶ କରିଥିଲେ।

ହ୍ଵାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି: ଆଜି ଆମେରିକା ଉତ୍ତର କୋରିଆକୁ ଆତଙ୍କବାଦ ପ୍ରାୟୋଜକ ଦେଶ ଭାବେ ଆଖ୍ୟାୟିତ କରୁଛି। ବହୁ ଦିନ ତଳୁ ଏହା ହେବା ଉଚିତ ଥିଲା, ବହୁ ବର୍ଷ ତଳୁ ଏହା ହେବା ଉଚିତ ଥିଲା।

ଜାତିସଂଘ ନିରାପତ୍ତା ପରିଷଦ୍‌ର କଟକଣାକୁ ବେଖାତିର କରି ଉତ୍ତର କୋରିଆ ଆଣବିକ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ପରୀକ୍ଷା କାର୍ଯ୍ୟକ୍ରମ ଚଳାଇଛି ଏବଂ ୟୁଏସ୍‌ର ମେନ୍‌ଲାଣ୍ଡ୍‌ ଉପରେ କ୍ଷେପଣ କରିବା ନିମନ୍ତେ ସମର୍ଥ ଏକ କ୍ଷେପଣାସ୍ତ୍ର ବିକଶିତ କରିବାର ଯୋଜନାକୁ ମଧ୍ୟ ଗୋପନ ରଖି ନାହିଁ। ଜାପାନ ଉପରେ ଦେଇ ଉତ୍ତର କୋରିଆ ଦୁଇଟି କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିଛି।

ସୋମବାର ଦିନ ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍‌ସି କହିଛି ଯେ ଲଙ୍ଗ୍‌-ରେଞ୍ଜ୍‌ ମିସାଇଲ୍‌ ଟେକ୍‌ନୋଲଜିକୁ ଉନ୍ନତ କରିବା ପାଇଁ ଏ ବର୍ଷ ଉତ୍ତର କୋରିଆ ଅତିରିକ୍ତ କ୍ଷେପଣାସ୍ତ୍ର ପରୀକ୍ଷା କରିପାରେ। ଫଳତଃ, ଆମେରିକା ପ୍ରତି ତାହା ବିପଦ୍‌ ବୃଦ୍ଧି କରିପାରେ।

ବ୍ୟକ୍ତିଗତ ଭାବେ କେତେକ ବିଶେଷଜ୍ଞ ଏବଂ ଆମେରିକୀୟ ଅଧିକାରୀ ଯୁକ୍ତିବାଢୁଛନ୍ତି ଯେ ଏ ଭଳି ଆଖ୍ୟା ଉତ୍ତର କୋରିଆ ପାଇଁ ପ୍ରଜୁଯ୍ୟ ହେବାର କୌଣସି ନୀତିନିୟମ ନାହିଁ। ଆନ୍ତର୍ଜାତିକ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ସେ ଦେଶ ଥରକୁ ଥର ସହାୟତା ଯୋଗାଉଥିବାର ପ୍ରମାଣ ଆବଶ୍ୟକ।

ବିଶେଷଜ୍ଞମାନେ ଆହୁରି କହିଛନ୍ତି ଯେ ଉତ୍ତର କୋରିଆ ଉପରେ ଆମେରିକା ଏଥି ପୂର୍ବରୁ ବହୁ କଟକଣା ଜାରି କରି ସାରିଥିବାରୁ ଏ ପଦକ୍ଷେପ ସାଙ୍କେତିକ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe