ଇଭାଙ୍କାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଚାହିଥିଲେ ଟ୍ରମ୍ପ୍‌

Advertisment
ଇଭାଙ୍କାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଚାହିଥିଲେ ଟ୍ରମ୍ପ୍‌

New York Post

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୧୬ ମସିହାରେ ରିପବ୍ଲିକାନ୍ ଦଳର ପ୍ରାର୍ଥୀ ହୋଇ ବିଜୟୀ ହୋଇଛଥିଲେ। ଦ୍ବିତୀୟ ଥର ସେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଏବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ୨୦୧୬ ମସିହା ନିର୍ବାଚନ ବେଳର ଏକ ରୋଚକ ଖବର ଏବେ ପଦାକୁ ଆସିଛି। ପ୍ରଥମ ଥର ପାଇଁ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଝିଅ ଇଭାଙ୍କାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ତେବେ ଇଭାଙ୍କା ଏଭଳି ପ୍ରସ୍ତାବ ନରଖିବା ପାଇଁ ଟ୍ରମ୍ପଙ୍କ ନିକଟକୁ ଯାଇ କହିଥିଲେ। ଏହାପରେ ଟ୍ରମ୍ପ ମାଇକ ପେନ୍ସଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀଭାବେ ଚୟନ କରିଥିଲେ । ଟ୍ରମ୍ପଙ୍କ ପୂର୍ବତନ ଉପ ପ୍ରଚାର ପ୍ରବନ୍ଧକ ରିକ୍ ଗେଟ୍‌ସ ଲେଖିଥିବା ଏକ ପୁସ୍ତକରେ ଏହି ବିଷୟ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକ ଆସନ୍ତାମାସ ୧୩ ତାରିଖରେ ପ୍ରକାଶିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe