The Globe and Mail
ୱାସିଂଟନ: ୨୦୨୦ ନିର୍ବାଚନ ପାଇଁ ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମନୋନୀତ ହୋଇଛନ୍ତି। ପାର୍ଟି ପକ୍ଷରୁ ବିଧିବଦ୍ଧ ଭାବେ ଏହି ଘୋଷଣା କରାଯାଇଛି। ଟ୍ରମ୍ପ୍ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି। ସେହିଭଳି ଦଳର ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମାଇକ୍ ପେନ୍ସ ପୁନଃ ମନୋନୀତ ହୋଇଛନ୍ତି। ରିପବ୍ଲିକାନ୍ ଦଳ ପକ୍ଷରୁ ଟ୍ରମ୍ପ୍ଙ୍କ ନାମ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ଟ୍ରମ୍ପ୍ ଖୁସି ପ୍ରକାଶ କରିଛନ୍ତି। କରୋନା ମହାମାରୀ ଯୋଗୁଁ ଚଳିତ ନିର୍ବାଚନ ଆମେରିକା ଇତିହାସରେ ଏକ ଭିନ୍ନ ନିର୍ବାଚନ ହେବାକୁ ଯାଉଛି ବୋଲି ଟ୍ରମ୍ପ୍ କହିଛନ୍ତି।
Follow Us