ପବନରେ ଭାଙ୍ଗିଲା ଟ୍ରମ୍ପ୍‌ଙ୍କ ସ୍ବାଗତ ତୋରଣ

ପବନରେ ଭାଙ୍ଗିଲା ଟ୍ରମ୍ପ୍‌ଙ୍କ ସ୍ବାଗତ ତୋରଣ

The Telegraph

ଅହମଦାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସ୍ବାଗତ ଉଦ୍ଦେଶ୍ୟରେ ମୋଟେରା ଷ୍ଟାଡିୟମର୍‌ ଏକ ଗେଟ୍‌ ନିକଟରେ ନିର୍ମାଣ ହୋଇଥିବା ତୋରଣ ଆଜି ପବନରେ ଭାଙ୍ଗି ପଡ଼ିଛି। ସାମାନ୍ୟ ପବନରେ ଏହି ତୋରଣ ପଡ଼ିଯିବା ଚର୍ଚ୍ଚାର ବିଷୟ ହୋଇଛି। ଗେଟ୍‌ ନମ୍ବର ୩ରେ ଏହି ତୋରଣ ନିର୍ମାଣ ହୋଇଥିଲା। ଏହି ଘଟଣା ସମୟରେ ସେଠାରେ କେହି ଉପସ୍ଥିତି ନଥିଲେ। ତେବେ ଅପରାହ୍ନରେ ଏହାକୁ ଯଥାରୀତି ସଜାଡ଼ି ଦିଆଯାଇଥିବା ବେଳେ ମାମଲାର ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe