ଏକମାତ୍ର ବିଶ୍ବନେତା ଭାବେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଯୋଗ ଦେବେ ଟ୍ରମ୍ପ୍‌

Advertisment
ଚୀନ୍‌ର ପ୍ରଭାବ ହ୍ରାସ ପାଇଁ ଟ୍ରମ୍ପ୍‌ଙ୍କ କଠୋର ଭିସା କଟକଣା

Al Jazeera

ନ୍ୟୂୟର୍କ : ଆସନ୍ତା ସେ‌ପ୍ଟେମ୍ବର ମାସରେ ବାର୍ଷିକ ଜାତିସଂଘ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ । ତେବେ ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକମାତ୍ର ବିଶ୍ବନେତା ଯିଏ କି ବ୍ୟକ୍ତିଗତ ଭାବେ ଯୋଗ ଦେବେ। ଟ୍ରମ୍ପ୍‌ ଏହି ଅଧିବେଶନ ପାଇଁ ନ୍ୟୁୟର୍କ ଗସ୍ତ କରିବେ । ଜାତିସଂଘ ସାଧାରଣ ପରିଷଦ ବୈଠକରେ ସେ ବ୍ୟକ୍ତିଗତ ଭାବେ ଉଦ୍‌ବୋଧନ ଦେବେ। କାରଣ କରୋନା ମହାମାରୀ ପାଇଁ ଅନ୍ୟ ବିଶ୍ବ ନେତାମାନେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଭର୍ଚୁଆଲ୍‌ ଉଦ୍‌ବୋଧନ ଦେବେ।

ଟ୍ରମ୍ପ୍‌ ଏକମାତ୍ର ବିଶ୍ବନେତା ଭାବେ ଏହି ବୈଠକରେ ବ୍ୟକ୍ତିଗତ ଭାବେ ଯୋଗ ଦେବେ ବୋଲି ଆମେରିକାର ଆମ୍ବାସାଡର କେଲି କ୍ରାଫ୍ଟ୍‌ କହିଛନ୍ତି। କ୍ରାଫ୍ଟ୍‌ କହିଛନ୍ତି ଜାତିସଂଘ ଚଳିତ ବର୍ଷ ୭୫ ବ‌ର୍ଷ ପୂର୍ତ୍ତି ପାଳନ କରୁଛି। ତେଣୁ ଚଳିତ ବର୍ଷର ବୈଠକ ଅଧିକ ସ୍ବତନ୍ତ୍ର। କିନ୍ତୁ ୭୫ ବର୍ଷରେ ପ୍ରଥମ ଥର ପାଇଁ ଜାତିସଂଖ ସାଧାରଣ ପରିଷଦ ବୈଠକ ଭିଡିଓ କନଫରେନ୍ସ ମାଧ୍ୟମରେ ହେବ। କରୋନା ମହାମାରୀ ପାଇଁ ବିଶ୍ବ ନେତାମାନେ ବ୍ୟକ୍ତିଗତ ଭାବେ ବୈଠକରେ ହାଜର ହୋଇପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe