Image Courtesy of The Times of Israel
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ୍ ଆଗାମୀ ୨୦ ତାରିଖ ଦିନ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେନାହିଁ ବୋଲି ଆଜି ଘୋଷଣା କରିଛନ୍ତି। ୟୁଏସ୍ କ୍ୟାପିଟଲ୍ ହିଂସାକାଣ୍ଡ ପରେ ଟ୍ରମ୍ପ୍ କ୍ଷମତା ହସ୍ତାନ୍ତର ପାଇଁ ରାଜି ହୋଇଥିଲେ ମଧ୍ୟ ଏବେ ବି ସେ ନିର୍ବାଚନ ଫଳାଫଳକୁ ଗ୍ରହଣ କରୁନାହାନ୍ତି ବୋଲି ଏଥିରୁ ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷରେ କ୍ୟାପିଟଲ ହିଂସାକୁ ନେଇ ଟ୍ରମ୍ପ୍ ପ୍ରଶାସନର ଅନେକ ବରିଷ୍ଠ ଅଧିକାରୀ ଆଜି ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଏହି ହିଂସା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଦଙ୍ଗାକାରୀମାନେ ଆମେରିକା ଗଣତନ୍ତ୍ରର ଅବମାନନା କରିଛନ୍ତି ଏବଂ ହିଂସାରେ ସଂପୃକ୍ତ ଲୋକେ ଦଣ୍ଡିତ ହେବା ଉଚିତ୍ ବୋଲି ଟ୍ରମ୍ପ୍ କହିଛନ୍ତି। ଲୋକେ ନିଜକୁ ନିୟନ୍ତ୍ରଣ କରି ଶାନ୍ତି ଫେରାଇ ଆଣିବା ଦିଗରେ କାର୍ଯ୍ୟ କରିବାକୁ ଟ୍ରମ୍ପ୍ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ଟ୍ରମ୍ପ୍ ନିଜେ ନିଜକୁ କ୍ଷମା କରିବା ଉପରେ ମଧ୍ୟ ବିଚାରବିମର୍ଶ ଚଳାଇଛନ୍ତି ବୋଲି ଆମେରିକୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।
Follow Us