ସୁଫଳ ମିଳିଲେ କୋଭିଡ୍-୧୯ ଟିକା କ୍ଷେତ୍ରରେ ଚୀନ୍ ସହ କାମ କରିବାକୁ ଟ୍ରମ୍ପ୍ ଆଗ୍ରହୀ

Advertisment
ଟ୍ରମ୍ପ ଯୁଗର ଅବସାନ

Image Courtesy of Hindustan Times

ୱାସିଂଟନ୍: ବେଜିଙ୍ଗ୍ ଓ ୱାସିଂଟନ୍ ମଧ୍ୟରେ ଉତ୍ତେଜନା ଚାଲିଥିବା ସତ୍ତ୍ବେ ଯୁକ୍ତରାଷ୍ଟ୍ର ଆମେରିକାକୁ ସଫଳ କରୋନାଭାଇରସ୍ ଟିକା ଆଣିବାକୁ ଚୀନ୍ କିଂବା ଅନ୍ୟ ଦେଶମାନଙ୍କ ସହ କାମ କରିବାକୁ ରାଷ୍ଟ୍ରପତି ଟ୍ରମ୍ପ୍ ମଙ୍ଗଳବାର ଦିନ ଇଚ୍ଛା ପ୍ରକାଶ କରିଛନ୍ତି।

ଆମେରିକୀୟମାନଙ୍କ ପାଇଁ କରୋନାଭାଇରସ୍ ଟିକା କ୍ଷେତ୍ରରେ ଚୀନ୍‌କୁ ପ୍ରଶାସନ ସହଯୋଗ କରିବ କି, ବୋଲି ପଚରାଯିବାରୁ ଟ୍ରମ୍ପ୍‌ କହିଲେ, ପ୍ରଥମେ ଟିକା ଚୀନ୍ ପ୍ରସ୍ତୁତ କରୁ କି, ଅନ୍ୟ କେହି, ଆମ ପାଇଁ ହିତକାରୀ ହେଲେ ଯେକୌଣସି ଦେଶ ସହ କାମ କରିବାକୁ ଆମେ ଆଗ୍ରହୀ।

publive-image Image Courtesy of The Star

ଚୀନ୍‌ର କ୍ୟାନ୍‌ସିନୋ ବାୟୋଲୋଜିକ୍ସ୍ ଇନ୍‌କର୍ପୋରେଟଡ୍ (୬୧୮୫.ଏଚ୍‌କେ) ଏବଂ ଚୀନ୍‌ର ସାମରିକ ଗବେଷଣା ୟୁନିଟ୍ କରୋନାଭାଇରସ୍ ପ୍ରସ୍ତୁତ କରିଥିବା ନିରୋଧୀ ଟିକା ନିରାପଦ ଏବଂ ଶରୀର‌ରେ ରୋଗ ମୁକାବିଲା କ୍ଷମତା ବୃଦ୍ଧି କରୁଛି ବୋଲି ଗବେଷକମାନେ କହିବାର ଦିନକ ପରେ ଟ୍ରମ୍ପ୍ ଏ ଭଳି ମନ୍ତବ୍ୟ ଦେଇଛନ୍ତି।

ପ୍ରାଥମିକ ନୈଦାନିକ ପରୀକ୍ଷାରେ ଯେଉଁ ଅଳ୍ପ କେତୋଟି କରୋନାଭାଇରସ୍ ଟିକା ସଫଳତା ପ୍ରଦର୍ଶନ କରିଛନ୍ତି ସେମାନଙ୍କ ମଧ୍ୟରୁ ଚୀନ୍‌ର ‘କ୍ୟାନ୍‌ସିନୋ’ ଟିକା ଅନ୍ୟତମ। ସେଭଳି ଅନ୍ୟ କେତୋଟି ଟିକା ହେଉଛି, ଯୁକ୍ତରାଷ୍ଟ୍ର ଆମେରିକାର ମଡର୍ଣ୍ଣା ଇନ୍‌କର୍ପୋରେଟଡ୍ (ଏମ୍‌ଆର୍‌ଏନ୍‌ଏ.ଓ) ଏବଂ ଆମେରିକୀୟ ଔଷଧ ନିର୍ମାତା ଫାଇଜର୍ ଇନ୍‌କର୍ପୋରେଟଡ୍ (ପିଏଫ୍‌ଇ.ଏନ୍) ସହ ଭାଗିଦାରୀରେ ଜର୍ମାନିର ବାୟୋଏନ୍‌ଟେକ୍ ଏସ୍‌ଇ (୨୨ୟୁଏୱାଇ.ଏଫ୍) ଦ୍ବାରା ପ୍ରସ୍ତୁତ ଟିକା। ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟ ଏବଂ ବ୍ରିଟିସ୍-ସୁଇଡିସ୍‌ କମ୍ପାନି ଆଷ୍ଟ୍ରାଜେନିକା (ଏଜେଡ୍‌ଏନ୍.ଏଲ୍) ଦ୍ବାରା ପ୍ରସ୍ତୁତ ଟିକା ମଧ୍ୟ ସଫଳତା ପ୍ରଦର୍ଶନ କରିଥିବା ସୋମବାର ଦିନ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe