Fifa Peace Award : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ସ୍ବପ୍ନ ଦେଖୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ଏହି ସ୍ବପ୍ନ ସାକାର ହୋଇନାହିଁ । ଏଥିପାଇଁ ସେ ମନେ ମନେ ବିଚଳିତ ଥିବେ ନିଶ୍ଚୟ । କିନ୍ତୁ ତାଙ୍କୁ ଆଉ ଏକ ପ୍ରକାରର ଶାନ୍ତି ପୁରସ୍କାର ମିଳିଛି, ଯାହାକି ତାଙ୍କୁ କିଛିଟା ସନ୍ତୁଷ୍ଟ କରିବ । 

Advertisment

ଆହୁରି ପଢନ୍ତୁ : Arrest Asim Munir: ଭାରତକୁ କ୍ଷମା ମାଗନ୍ତୁ ଟ୍ରମ୍ପ୍: ପାକିସ୍ତାନ ପ୍ରେମର ଓଲଟା ପ୍ରଭାବ, ମୁନିରଙ୍କୁ ଜେଲଦଣ୍ଡ ପାଇଁ ବଢ଼ିଲା ଚାପ

୨୦୨୬ FIFA ବିଶ୍ୱକପ୍ ପାଇଁ ଡ୍ର ସମୟରେ, ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଥମ ଫିଫା ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ଶୁକ୍ରବାର ୱାଶିଂଟନ୍ ସିଡି ସ୍ଥିତ କେନେଡି ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ତାଙ୍କୁ ଏକ ଟ୍ରଫି ଏବଂ ଏକ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ଫିଫା ଏହି ବର୍ଷ ଏହି ପୁରସ୍କାର ପ୍ରତିଷ୍ଠା କରିଛି।

ଆହୁରି ପଢନ୍ତୁ :Indigo Crisis : ୫୦୦ କିମି ପାଇଁ ଭଡ଼ା ୭୫୦୦ ଟଙ୍କା.. ସରକାର ଧାର୍ଯ୍ୟକଲେ ସର୍ବୋଚ୍ଚ ବିମାନଭଡ଼ା

ଏହି ପୁରସ୍କାର ବିଶ୍ୱ ଶାନ୍ତି ଏବଂ ଏକତାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବା ବ୍ୟକ୍ତିମାନଙ୍କୁ ସ୍ୱୀକୃତି ଦିଏ। ଟ୍ରମ୍ପ ଏହି ପୁରସ୍କାରର ପ୍ରଥମ ବିଜେତା ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ବାରମ୍ବାର କହିଛନ୍ତି ଯେ ସେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ। ତଥାପି, ନୋବେଲ ଶାନ୍ତି ପୁରସ୍କାର ପାଇଁ ତାଙ୍କର ଖୋଲା ଅନୁରୋଧ ସତ୍ତ୍ୱେ, ତାଙ୍କୁ ପ୍ରଦାନ କରାଯାଇ ନଥିଲା। କିନ୍ତୁ ନୋବେଲ ବଦଳରେ ଫିଫା ଶାନ୍ତି ପୁରସ୍କାର ପାଇଁ ସେ କେତେ ସନ୍ତୁଷ୍ଟ ହେବେ ତାହା ସମୟ କହିବ । କିନ୍ତୁ ତାଙ୍କର ବ୍ୟକ୍ତିତ୍ବକୁ ଯେଉଁମାନେ ଜାଣିଛନ୍ତି ସେମାନେ କହିପାରିବେ ଯେ ଟ୍ରମ୍ପ ଏହି ପୁରସ୍କାରକୁ ନେଇ ସନ୍ତୁଷ୍ଟ ହେବା ଲୋକ ନୁହନ୍ତି । ସେ ଆସନ୍ତା ବର୍ଷ ପୁଣି ନୋବେଲ ପାଇଁ ଚାପ ପକାଇବା ଆରମ୍ଭ କରିଦେବେ ।