ଟ୍ରମ୍ପ-ଜେଲେନସ୍କି ଆଲୋଚନା: ମହା-ଅନର୍ଥ, ନିଆଁରେ ଘିଅ ଢାଳିଥିଲେ ଭାନ୍ସ

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ୟୁକ୍ରେନ୍ ପ୍ରତିପକ୍ଷ ବୋଲଡିମିର ଜେଲେନସ୍କିଙ୍କ ମଧ୍ୟରେ ଶୁକ୍ରବାର ହୋଇଥିବା ଅନର୍ଥକାରୀ ବୈଠକ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି କରିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ୟୁକ୍ରେନ୍ ପ୍ରତିପକ୍ଷ ବୋଲଡିମିର ଜେଲେନସ୍କିଙ୍କ ମଧ୍ୟରେ ଶୁକ୍ରବାର ହୋଇଥିବା ଅନର୍ଥକାରୀ ବୈଠକ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି କରିଛି।

gdgdgcv

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ୟୁକ୍ରେନ୍ ପ୍ରତିପକ୍ଷ ବୋଲଡିମିର ଜେଲେନସ୍କିଙ୍କ ମଧ୍ୟରେ ଶୁକ୍ରବାର ହୋଇଥିବା ଅନର୍ଥକାରୀ ବୈଠକ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି କରିଛି। ତୀବ୍ର କଥା କଟାକଟି ଏବଂ ପରସ୍ପରକୁ ଦୋଷାରୋପ ଭିତରେ ବୈଠକ ହଠାତ ଶେଷ ହୋଇଥିବା ଘୋଷଣା କରାଯାଇଥିଲା ଏବଂ ଜେଲେନସ୍କି ଏବଂ ତାଙ୍କ ଟିମ୍‌କୁ ହ୍ବାଇଟ୍‌ହାଉସର ଅନ୍ୟ  କାର୍ଯ୍ୟକ୍ରମ ବାତିଲ କରି ପଳାଇଯିବା କୁହାଯାଇଥିଲା।  ହ୍ବାଇଟ୍‌ହାଉସ୍‌ରେ ଏଭଳି କୂଟନୈତିକ ବିପର୍ଯ୍ୟୟ ପ୍ରଥମ ଘଟଣା ବୋଲି କୁହାଯାଉଥିବା ବେଳେ ୟୁରୋପୀୟ ନେତାମାନେ ଏହି ଅନର୍ଥ ପାଇଁ ଟ୍ରମ୍ପଙ୍କୁ ଦାୟୀ କରିଛନ୍ତି। ଜେଲେନସ୍କି ଓ ତାଙ୍କ ଟିମ୍‌ ଅତି ଅସହାୟ ଭାବେ ହ୍ବାଇଟ୍‌ହାଉସ୍‌ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ସେମାନଙ୍କ ପାଇଁ ରହିଥିବା ସ୍ପ୍ରିଂ ଗ୍ରୀନ୍ ସାଲାଡ୍ ଏବଂ ରୋଜମେରି ଭଜା ଚିକେନ୍ ପ୍ଲେଟ୍‌ଗୁଡ଼ିକ ଅଛୁଆଁ ରହିଯାଇଥିଲା ଏବଂ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ବାତିଲ କରାଯାଇଥିଲା। ଜେଲେନସ୍କିଙ୍କୁ ତୁରନ୍ତ ହ୍ବାଇଟ୍ ହାଉସ୍‌ରୁ 
ବାହାରିଯିବାକୁ ନିର୍ଦ୍ଦେଶ ଦିଆଯିବା ସମସ୍ତଙ୍କୁ ବିସ୍ମିତ କରିଥିଲା।  

ସୂଚନାଯୋଗ୍ୟ, ରୁଷ୍‌-ୟୁକ୍ରେନ ଯୁଦ୍ଧରେ ବିରାମ ଦେବାପାଇଁ ଟ୍ରମ୍ପଙ୍କ ନିମନ୍ତ୍ରଣକ୍ରମେ ଜେଲେନସ୍କି ହ୍ବାଇଟ୍‌ହାଉସ୍‌ରେ ପହଞ୍ଚିଥିଲେ। ପରସ୍ପର ସହ ହାତ ମିଳାଇ ଓ ମୁହଁରେ ହସ ଉକୁଟାଇ ବୈଠକ ଭଲଭାବେ ଆରମ୍ଭ ହୋଇଥିଲା। ବୈଠକର ପ୍ରଥମ ପର୍ଯ୍ୟାୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ଓ ଆନୁଷ୍ଠାନିକତା ଦେଖିବାକୁ ମିଳିଥିଲା ଏବଂ ଟ୍ରମ୍ପ ରାଷ୍ଟ୍ରପତି ଥିଲେ ରୁଷ୍-ୟୁକ୍ରେନ୍ ଯୁଦ୍ଧ କିପରି ହୋଇ ନ ଥାନ୍ତା ସେ ବିଷୟରେ କହିଥିଲେ। ତେବେ ରୁଷିଆକୁ ଟ୍ରମ୍ପଙ୍କ ସମର୍ଥନ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଉପରାଷ୍ଟ୍ରପତି ଜେଡି ଭାନ୍ସ ଆଗଭର ହେବା ପରେ ସବୁ କିଛି ବିଗିଡ଼ି ଯାଇଥିଲା। ଉପରାଷ୍ଟ୍ରପତି ଜେଲେନସ୍କିଙ୍କ ଅପରିଣାମଦର୍ଶୀ ପଦକ୍ଷେପ ଏବଂ ଯୁଦ୍ଧକୁ ନେଇ ପ୍ରଚାରସର୍ବସ୍ବ ମନୋଭାବକୁ ସମାଲୋଚନା କରିବାରୁ ଏହାକୁ ଦୃଢ଼ତାର ସହ ଖଣ୍ଡନ କରିଥିଲେ। ତେବେ ଜେଲେନସ୍କିଙ୍କ ଉତ୍ତର ଦେବା ଶୈଳୀରେ ଟ୍ରମ୍ପ ବିରକ୍ତ ହୋଇଥିଲେ ଏବଂ ତାଙ୍କୁ ‘ମୂର୍ଖ ରାଷ୍ଟ୍ରପତି’ ବୋଲି ସମ୍ବୋଧନ କରିବା ସହ ସେ ତୃତୀୟ ବିଶ୍ବ ଯୁଦ୍ଧକୁ ଉସୁକାଉଛନ୍ତି ବୋଲି କହିଥିଲେ। ଏହାପରେ  ଟ୍ରମ୍ପ ଏହି ଯୁଦ୍ଧର ଦୋଷ ୟୁକ୍ରେନ ଉପରେ ଲଦିବା ଆରମ୍ଭ କରିବା ପରେ ତାହା ଜେଲେନସ୍କିଙ୍କୁ କ୍ଷୁବ୍ଧ କରିଥିଲା ଏବଂ ତାଙ୍କ ରାଷ୍ଟ୍ର ରୁଷ୍‌ ବିରୋଧରେ ଲଢ଼େଇ ଜାରି ରଖିବ ବୋଲି ସେ କହିଥିଲେ।   

ଯୁଦ୍ଧ ଶେଷ କରିବା ପାଇଁ କୂଟନୀତି ହିଁ ଏକ ଉପାୟ ଏବଂ ଆପଣମାନେ(ୟୁକ୍ରେନ) ଭୁଲ୍‌ ମାର୍ଗରେ ଚାଲିଛନ୍ତି ବୋଲି ଭାନ୍ସ କହିବା ପରେ କ୍ଷୁବ୍ଧ ଜେଲେନସ୍କି ଯୁକ୍ତି ବାଢ଼ିଥିଲେ ଯେ ପୁଟିନ୍ ବିଶ୍ୱାସଯୋଗ୍ୟ ନୁହନ୍ତି ଏବଂ ରୁଷ୍ କ୍ରିମିଆକୁ ଦଖଲ କରିବା ପରେ ୨୦୧୫ରେ ସ୍ୱାକ୍ଷରିତ ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କରିଥିଲେ। ପୁଟିନ୍ ଆମର ଅଂଶ, ୟୁକ୍ରେନର ବଡ଼ ଅଂଶ, ପୂର୍ବର କିଛି ଅଂଶ ଏବଂ କ୍ରିମିଆକୁ ଦଖଲ କରିଛନ୍ତି। କେହି ତାଙ୍କୁ ଅଟକାଇ ନ ଥିଲେ ବୋଲି ଜେଲେନସ୍କି କହିଥିଲେ।  ଏହା ସହିତ ୟୁକ୍ରେନ ରାଷ୍ଟ୍ରପତିଙ୍କ ସ୍ୱର ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଥିଲା। କେଉଁ ପ୍ରକାର କୂଟନୀତି ବିଷୟରେ ଆପଣ କହୁଛନ୍ତି, ଜେଡି ଭାନ୍ସ? ବୋଲି ଜେଲେନସ୍କି ପ୍ରଶ୍ନ କରିଥିଲେ। ଏହାର ଜବାବରେ ଭାନ୍ସ କହିଥିଲେ, ମୁଁ ସେହି ପ୍ରକାର କୂଟନୀତି ବିଷୟରେ କହୁଛି ଯାହା ଆପଣଙ୍କ ଦେଶର ବିନାଶକୁ ଶେଷ କରିବାକୁ ଯାଉଛି।
ଉତ୍ତେଜନା ପ୍ରକାଶ ପାଇବା ପରେ ଭାନ୍ସ ସ୍ୱର ଉତ୍ତୋଳନ କରି ଜେଲେନସ୍କିଙ୍କୁ ଟ୍ରମ୍ପଙ୍କ ପ୍ରତି ଅପମାନଜନକ ବ୍ୟବହାର କରିଥିବା ଅଭିଯୋଗ କରିଥିଲେ।

ଏହାପରେ ଜେଲେନସ୍କି ହାତ ଯୋଡ଼ି ଅଧିକ ଶାଣିତ ସ୍ୱରରେ କହିବା ଆରମ୍ଭ କରିଥିଲେ- ଆପଣ ୟୁକ୍ରେନ ଯାଇଛନ୍ତି କି? ଆପଣ ଦେଖିଛନ୍ତି କି ଆମର କ’ଣ ସମସ୍ୟା ଅଛି? ଭାନ୍ସ କହିଥିଲେ, ଓଭାଲ ଅଫିସକୁ ଆସି ଆପଣଙ୍କ ଦେଶର ବିନାଶକୁ ରୋକିବାକୁ ଚେଷ୍ଟା କରୁଥିବା ପ୍ରଶାସନ ପ୍ରତି ଏଭଳି ଅପମାନ ଗ୍ରହଣୀୟ ନୁହେଁ। ଏହି ସମୟରେ ଟ୍ରମ୍ପ ଜେଲେନସ୍କିଙ୍କୁ ତାଚ୍ଛଲ୍ୟ କରି କହିଥିଲେ, ଆପଣ କିଛି ନିର୍ଦ୍ଧାରଣ କରିବା ସ୍ଥିତିରେ ନାହାନ୍ତି ଏବଂ ନିଜ ରାଷ୍ଟ୍ରର ବିପର୍ଯ୍ୟୟ ଘଟାଇଛନ୍ତି। ଅନ୍ୟପକ୍ଷରେ ସମର୍ଥନ ପାଇଁ ଆମେରିକା ପ୍ରତି ଜେଲେନସ୍କି କୃତଜ୍ଞ ନୁହନ୍ତି ବୋଲି ଭାନ୍ସ ପୁଣି ଥରେ ଅଭିଯୋଗ କରିଥିଲେ। ସେ ପଚାରିଲେ, ଆପଣ ଥରେ ଧନ୍ୟବାଦ ଜଣାଇଛନ୍ତି କି? କ୍ରୋଧିତ ଜେଲେନସ୍କି କହିଥିଲେ, ଅନେକ ଥର। ଏହା ପରେ ପରିବେଶ ଅତି ତିକ୍ତ ହୋଇଉଠିଥିଲା ଏବଂ ଜେଲେନସ୍କିଙ୍କୁ ହ୍ୱାଇଟ୍ ହାଉସ୍‌ରୁ ବାହାରିଯିବାକୁ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe