India Today
ୱାଶିଂଟନ୍: ହତ୍ୟା ଉଦ୍ୟମ ମୁଖରୁ ବର୍ତ୍ତିବାର ଦୁଇ ଦିନ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ୍ ନ୍ୟାସନାଲ କନକ୍ଲେଭ୍ର ଉଦଘାଟନୀ ରାତିରେ ତାଙ୍କ ଡାହାଣ କାନରେ ଏକ ବ୍ୟାଣ୍ଡେଜ୍ କରି ପ୍ରଥମ ଥର ପାଇଁ ସର୍ବ ସାଧାରଣ ସମ୍ମୁଖକୁ ଆସିଛନ୍ତି। ତାଙ୍କୁ ହତ୍ୟା ଉଦ୍ୟମ ବେଳେ ତାଙ୍କ କାନରେ ଗୁଳି ବାଜିଥିଲା। ଏବେ ଟ୍ରମ୍ପ୍ଙ୍କ ଡାହଣ ପକ୍ଷ କାନ ବ୍ୟାଣ୍ଡେଜ୍ ହୋଇଥିବା ଦେଖିବାକୁ ମିଳିଛି।
ଯେତେବେଳେ ଟ୍ରମ୍ପ ମଞ୍ଚରେ ଆବିର୍ଭାବ ହୋଇଥିଲେ, ସଂଗୀତଜ୍ଞ ଲି ଗ୍ରୀନଉଡ୍ “ଗଡ୍ ବ୍ଳେଓ୍ ୟୁଏସ୍ଏ” ଗାଇଥିଲେ ଏବଂ ସେଠାରେ ଉପସ୍ଥିିତ ସମସ୍ତେ ଆନନ୍ଦିତ ହୋଇଥିଲେ।
ଫରେନସିକ୍ ବିଶ୍ଳେଷଣରୁ ଜଣାପଡିଛି ଯେ ଶନିବାର ପେନ୍ସିଲଭେନିଆର ବଟଲରରେ ଟ୍ରମ୍ପଙ୍କ ରାଲି ଉପରକୁ ତିନୋଟି ବନ୍ଧୁକରୁ ଗୁଳିଚାଳନା କରାଯାଇଥିଲା। କିନ୍ତୁ ଗୁଳିଚାଳକ ଜଣେ ହିଁ ଥିଲେ ବୋଲି ରବିବାର ଏଫ୍ବିଆଇ କହିଛି। ପ୍ରଥମ ତିନୋଟି ଗୁଳି ବନ୍ଧୁକ ‘ଏ’ରୁ ନିକ୍ଷିପ୍ତ ହୋଇଥିଲା, ପରବର୍ତ୍ତୀ ପାଞ୍ଚଟି ଗୁଳି ବନ୍ଧୁକ ‘ବି’ରୁ ଏବଂ ଶେଷ ଗୁଳି ଏକ ସମ୍ଭାବ୍ୟ ଅସ୍ତ୍ର ‘ସି’ ଦ୍ୱାରା ଛଡ଼ାଯାଇଥିଲା ବୋଲି ଡେନଭରସ୍ଥିତ କଲରାଡୋ ବିଶ୍ୱବିଦ୍ୟାଳୟର ନ୍ୟାସନାଲ ସେଣ୍ଟର ଫର୍ ମିଡିଆ ଫରେନସିକ୍ସର ନିର୍ଦ୍ଦେଶକ କାଟାଲିନ୍ ଗ୍ରିଗୋରସ୍ ଏବଂ ସେହି ଅନୁଷ୍ଠାନର ବରିଷ୍ଠ ବୃତ୍ତିଗତ ଗବେଷଣା ସହଯୋଗୀ କୋଲ ହ୍ୱାଇଟକଟନଙ୍କ ଦ୍ବାରା କରାଯାଇଥିବା ଧ୍ବନି ବିଶ୍ଳେଷଣରୁ ଜଣାପଡ଼ିଛି। ଫରେନସିକ୍ ବିଶେଷଜ୍ଞ ରବର୍ଟ ମାହେରଙ୍କ କହିବା ଅନୁସାରେ, ଧ୍ବନି ବିଶ୍ଳେଷଣରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଗୁଳିଚାଳନାକାରୀ ଜଣେ ଥିଲେ ଏବଂ ସେ ପୋଡିୟମ୍ଠାରୁ ପ୍ରାୟ ୩୬୦ରୁ ୩୯୩ ଫୁଟ୍ ଦୂରରେ ଏକ ଛାତ ଉପରେ ଥିଲା।
Follow Us