ଭାରତ ଉପରେ ଟ୍ରମ୍ପଙ୍କ ୨୬% ପାଲଟା ଶୁଳ୍କ: ସବୁ ବିଦେଶୀ କାର୍‌ ଉପରେ ୨୫% ଟିକସ

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୬ ପ୍ରତିଶତ ପାଲଟା ଶୁଳ୍କ ଲଗାଇଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ଆୟୋଜିତ ‘ମେକ୍ ଆମେରିକା ୱେଲ୍‌ଦି ଏଗେନ୍‌’ କାର୍ଯ୍ୟକ୍ରମରେ ସେ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶ ଉପରେ ପାଲଟା ଶୁଳ୍କ ଲଗାଇଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୬ ପ୍ରତିଶତ ପାଲଟା ଶୁଳ୍କ ଲଗାଇଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ଆୟୋଜିତ ‘ମେକ୍ ଆମେରିକା ୱେଲ୍‌ଦି ଏଗେନ୍‌’ କାର୍ଯ୍ୟକ୍ରମରେ ସେ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶ ଉପରେ ପାଲଟା ଶୁଳ୍କ ଲଗାଇଛନ୍ତି।

donald-trump

donald-trump

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୬ ପ୍ରତିଶତ ପାଲଟା ଶୁଳ୍କ ଲଗାଇଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ଆୟୋଜିତ ‘ମେକ୍ ଆମେରିକା ୱେଲ୍‌ଦି ଏଗେନ୍‌’ କାର୍ଯ୍ୟକ୍ରମରେ ସେ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶ ଉପରେ ପାଲଟା ଶୁଳ୍କ ଲଗାଇଛନ୍ତି। ଭାରତ ସମ୍ପର୍କରେ ସେ କହିଛନ୍ତି ଯେ ଭାରତ ଚଢ଼ା ଟିକସ ଲଗାଉଥିବା ଦେଶ। ଭାରତର ପ୍ରଧାନମନ୍ତ୍ରୀ ନିକଟରେ ଆମେରିକା ଆସିଥିଲେ। ସେ ମୋର ଜଣେ ଭଲ ବନ୍ଧୁ। କିନ୍ତୁ ଭାରତ ଆମ ଉପରେ ୫୨ ପ୍ରତିଶତ ଟିକସ ଲଗାଇଛି। ଆମେ ଭାରତ ଉପରେ ୨୬ ପ୍ରତିଶତ ପାଲଟା ଟିକସ ଲଗାଇବାକୁ ନିଷ୍ପତ୍ତି ନେଇଛୁ ବୋଲି ସେ ଘୋଷଣା କରିଥିଲେ। ଟ୍ରମ୍ପ ୟୁରୋପୀୟ ସଂଘ ସ‌ହିତ ୨୫ଟି ଦେଶ ଉପରେ ମଧ୍ୟ ପାଲଟା ଟିକସ ଲଗାଇଛନ୍ତି।

ଚୀନ୍‌ ଉପରେ ସେ ୩୪ ପ୍ରତିଶତ, ୟୁରୋପୀୟ ସଂଘ ଉପରେ ୨୦ ପ୍ରତିଶତ, ଭିଏତ୍‌ନାମ୍‌ ଉପରେ ୪୬ ପ୍ରତିଶତ, ତାଇୱାନ୍ ଉପରେ ୩୨ ପ୍ରତିଶତ ଓ ଜାପାନ ଉପରେ ୨୪ ପ୍ରତିଶତ ପାଲଟା ଟିକସ ଲଗାଇଛନ୍ତି। ଏହି ଦେଶଗୁଡ଼ିକ ଆମେରିକା ଉପରେ ୩୯-୯୦ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଲଗାଇଥିବା ଟ୍ରମ୍ପ କହିଛନ୍ତି। ସେ ଦକ୍ଷିଣ କୋରିଆ ଉପରେ ୨୫ ପ୍ରତିଶତ, ଥାଇଲ୍ୟାଣ୍ଡ ଉପରେ ୩୬ ପ୍ରତିଶତ, ସ୍ବିଜରଲ୍ୟାଣ୍ଡ ଉପରେ ୩୧ ପ୍ରତିଶତ, ବ୍ରିଟେନ୍ ଉପରେ ୧୦ ପ୍ରତିଶତ, ଦକ୍ଷିଣ ଆଫ୍ରିକା ଉପରେ ୩୦ ପ୍ରତିଶତ ଓ ବ୍ରାଜିଲ୍ ଉପରେ ୧୦ ପ୍ରତିଶତ ପାଲଟା ଟିକସ ଲଗାଇଛନ୍ତି। ଶ୍ରୀଲଙ୍କା ଉପରେ ୪୪ ପ୍ରତିଶତ ଓ ପାକିସ୍ତାନ ଉପରେ ୨୯ ପ୍ରତିଶତ ପ‌ାଲଟା ଟିକସ ଲାଗୁ କରାଯାଇଛି।

ସବୁ ବିଦେଶୀ କାର୍‌ ଉପରେ ୨୫% ଟିକସ
ଟାର୍ଗେଟ୍‌ରେ ଇୟୁ ସମେତ ୨୫ ଦେଶ

ଅଟୋମୋବାଇଲ୍‌ ‌ସମ୍ପର୍କରେ ଟ୍ରମ୍ପ କହିଛନ୍ତି ‌ଯେ ସବୁ ଦେଶ ଆମ ପ୍ରତି ଅନ୍ୟାୟ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସବୁ ବିଦେଶୀ କାର୍‌ ଉପରେ ସେ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ମୋଟରସାଇକଲ୍ ସମ୍ପର୍କରେ ଆଲୋଚନା କରିବା ବେଳେ ଭାରତ ୭୦ ପ୍ରତିଶତ ଟିକସ ଲଗାଇଥିବା ସେ କହିଥିଲେ। ଥାଇଲ୍ୟାଣ୍ଡ ଓ ଭିଏତ୍‌ନାମ୍‌କୁ ମଧ୍ୟ ସେ ଚଢ଼ା ଟିକସ ଲଗାଇଥିବାରୁ ସମ‌ା‌ଲୋଚନା କରିଥିଲେ। କାନାଡା, ମେକ୍ସିକୋ, ୟୁରୋପୀୟ ସଂଘ, ଅଷ୍ଟ୍ରେଲିଆ, ଚୀନ୍, ଦକ୍ଷିଣ କୋରିଆ ଓ ଜାପାନ ଭଳି ଦେଶ ଦୁଗ୍ଧଜାତ ଓ କୃଷିଜାତ ସାମଗ୍ରୀ ଉପରେ ଚଢ଼ା ଟିକସ ଲଗାଇଥିବାରୁ ଟ୍ରମ୍ପ ସେମାନଙ୍କୁ ନିନ୍ଦା କରିଥିଲେ। 
ଚଳିତ ମାସ ୨ରେ ପାଲଟା ଟିକସ ଲଗାଇବାକୁ ଟ୍ରମ୍ପ ପୂର୍ବରୁ ଘୋଷଣା କରିଥିଲେ। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଟ୍ରମ୍ପ କାନାଡା ଓ ମେକ୍ସିକୋ ଉପରେ ୨୫ ପ୍ରତିଶତ ଓ ଚୀନ୍ ଉପରେ ୨୦ ପ୍ରତିଶତ ଶୁଳ୍କ ଲଗାଇଥିଲେ। ଏହା ବ୍ୟତୀତ ଇସ୍ପାତ ଓ ଆଲୁମିନିୟମ ଆମଦାନି ଉପରେ ୨୫ ପ୍ରତିଶତ ଏବଂ କାନାଡାରୁ ଶକ୍ତି ଉପକରଣ ଆମଦାନି ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଇଥିଲେ। ଟ୍ରମ୍ପଙ୍କ ଶୁଳ୍କ ପ୍ରହାରରୁ ବର୍ତ୍ତିବା ଲାଗି ଭାରତ ଉଦ୍ୟମ କରିଥିଲା। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଆମେରିକା ଗସ୍ତ କରି ବାଣିଜ୍ୟ ଚୁକ୍ତି ବିଷୟରେ ଆଲୋଚନା କରିଥିଲେ। ଆମେରିକାର ଏକ ପ୍ରତିନିଧି ଦଳ ମଧ୍ୟ ଭାରତ ଆସିଥିଲେ। କିନ୍ତୁ ରାଜିନାମାକୁ ନେଇ କୌଣସି ଠୋସ୍‌ ଚିତ୍ର ସାମନାକୁ ଆସିପାରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe