ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି କହିଛନ୍ତି ଯେ ୨୦୨୬ରେ ତାଙ୍କର ଭାରତ ଗସ୍ତ ସମ୍ଭାବନା ରହିଛି। ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟ ଓ ସୁରକ୍ଷା ଆଲୋଚନା ତ୍ୱରାନ୍ୱିତ ହୋଇଛି ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ନୂଆ ଗତି ଦେଖିବାକୁ ମିଳିଛି ବୋଲି ଟ୍ରମ୍ପ ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କୁ କହିଛନ୍ତି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମହାନ ନେତା ଓ ବନ୍ଧୁ ବୋଲି ଅଭିହିତ କରି ସମ୍ପର୍କ ଗଭୀର କରିବାକୁ ଉତ୍ସାହ ପ୍ରକାଶ କରିଛନ୍ତି। ଏହି ମନ୍ତବ୍ୟ ଆମେରିକା-ଭାରତ ବାଣିଜ୍ୟ କାରବାରରେ ଦେଖାଦେଇଥିବା ସଙ୍କଟର ସମାଧାନ କରିବ ବୋଲି ଆଶା କରାଯାଉଛି। ଟ୍ରମ୍ପ କହିଛନ୍ତି ଯେ ଭାରତ- ଆମେରିକା ସଂପର୍କରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ଏବଂ ଏହା ଦୁଇ ରାଷ୍ଟ୍ରର ବାଣିଜ୍ୟ ଓ ସୁରକ୍ଷା ନୀତିରେ ପ୍ରତିଫଳିତ ହେବ। ନିକଟରେ ଭାରତ-ଆମେରିକା ମଧ୍ୟରେ ଏକ ଐତିହାସିକ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହୋଇଛନ୍ତି। ଆଗାମୀ ୧୦ ବର୍ଷ ପାଇଁ ଉଭୟ ରାଷ୍ଟ୍ର ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ସହମତି ପ୍ରକାଶ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us