ଟ୍ରମ୍ପ୍‌ଙ୍କ ପୁଣି ଭିତ୍ତିହୀନ ଦମ୍ଭୋକ୍ତି : ଆମେ ନିର୍ବାଚନ ଜିତିବାକୁ ଯାଉଛେ

Advertisment
ଆତ୍ମ-କ୍ଷମା ପାଇଁ ବିଚାର କରୁଛନ୍ତି ଟ୍ରମ୍ପ୍‌! ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଟ୍ରମ୍ପ୍‌ ସାମିଲ ହେବେନାହିଁ

Image Courtesy of The Times of Israel

ଭାଲଦୋସ୍ତା(ଆମେରିକା) : ନିର୍ବାଚନ ପରବର୍ତ୍ତୀ ପ୍ରଥମ ଶୋଭାଯାତ୍ରାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣି ଏକ ଭିତ୍ତିହୀନ ଦାବି ଦୋହରାଇଛନ୍ତି। ଶନିବାର ଭାଲଦୋସ୍ତା ଓ ଜର୍ଜିଆରେ ଅନୁଷ୍ଠିତ ସମାବେଶରେ ସମର୍ଥକମାନଙ୍କୁ ଉଦ୍‌ବୋଧନ ଦେଇ ସେ ରାଷ୍ଟ୍ରପତି ନିର୍ବାଚନ ଜିତୁଛନ୍ତି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ନିର୍ବାଚିତ ଜୋ ବାଇଡେନ୍‌ଙ୍କ ବିଜୟ ସମ୍ପର୍କରେ ସେ ଟିପ୍ପଣୀ କରିବାକୁ ଯାଇ ତାଙ୍କ ରିପବ୍ଳିକାନ୍‌ ଦଳଠାରୁ ବିଜୟକୁ ହଡ଼ପ କରିନିଆଯାଇଛି ଏବଂ ସେ ତଥାପି ନିର୍ବାଚନ ଜିତିବେ ବୋଲି କହିଛନ୍ତି। ତାଙ୍କ ସହିତ ଏହି ସମାବେଶରେ ପ୍ରଥମ ମହିଳା ମିଲେନିଆ ଟ୍ରମ୍ପ୍‌ ମଧ୍ୟ ଉପସ୍ଥିତ ଥିଲେ। ତେବେ ଉପସ୍ଥିତ ଅଧିକାଂଶ ସମର୍ଥକ ମହାମାରୀ କୋଭିଡ୍‌ କଟକଣାକୁ ଭ୍ରୂକ୍ଷେପ ନକରି ବିନା ମାସ୍କରେ ଯୋଗଦେଇଥିବା ଦେଖାଯାଇଥିଲା।

ସୂଚନା ଥାଉ କି, ଜର୍ଜିଆରେ ଦୁଇ ଜଣ ରିପବ୍ଲିକାନ୍‌ ଦଳର ସିନେଟର ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର ଅବସରରେ ଟ୍ରମ୍ପ୍‌ଙ୍କୁ ଏଭଳି ଆସ୍ଫାଳନ କରିବାର ସୁଯୋଗ ମିଳିଥିଲା। ଆମେରିକା ସିନେଟ୍‌କୁ କେଉଁ ଦଳ ନିୟନ୍ତ୍ରଣରେ ରଖିପାରୁଛି ଏହି ସିନେଟର ନିର୍ବାଚନ ହିଁ ସ୍ପଷ୍ଟ କରିବ। ସେ ଡେମୋକ୍ରାଟ୍‌ ଦଳର ବିଜୟକୁ ସ୍ବୀକାର କରନ୍ତିନାହିଁ କି ନିଜ ପରାଜୟକୁ ମଧ୍ୟ ଗ୍ରହଣ କରନ୍ତି ନାହିଁ ବୋଲି କହିଛନ୍ତି। ଅପରପକ୍ଷେ, ସମର୍ଥକମାନଙ୍କୁ ଟ୍ରମ୍ପ୍‌ଙ୍କ ଏଭଳି ଦମ୍ଭୋକ୍ତି ଏହି ସିନେଟର ନିର୍ବାଚନକୁ ତାଙ୍କ ସପକ୍ଷରେ ନେଇଯାଇପାରେ ବୋଲି ଅନେକ ଆଶଙ୍କା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe