Image Source: Hindustan Times
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ତାଙ୍କ ବିରୋଧରେ ଚାଲିଥିବା ମହାଭିଯୋଗର ସମସ୍ତ ଅଭିଯୋଗରୁ ମୁକ୍ତ କରାଯାଇଛି। ଟ୍ରମ୍ପ୍ଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଆଧାରହୀନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦର୍ଶାଇ ସିନେଟ୍ ଏହି ମହାଭିଯୋଗ ପ୍ରସ୍ତାବକୁ ଖାରଜ କରିଦେଇଛି। ଏହା ଟ୍ରମ୍ପ୍ଙ୍କ ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଥିବା ବେଳେ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏହା ତାଙ୍କୁ ବିଶେଷ ଫାଇଦା ଦେବ ବୋଲି ମତପ୍ରକାଶ ପାଇଛି। ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ୫୨-୪୮ ଭୋଟ୍ରେ ଖାରଜ ହୋଇଯାଇଛି। ସଂସଦର କାର୍ଯ୍ୟରେ ବାଧା ସୃଷ୍ଟି କରିବା ସଂକ୍ରାନ୍ତ ଅଭିଯୋଗ ମଧ୍ୟ ସିନେଟ୍ରେ ଖାରଜ ହୋଇଛି। ମହାଭିଯୋଗର ସମ୍ମୁଖୀନ ହେବା ସତ୍ତ୍ବେ ଦ୍ବିତୀୟ ବାର ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ଯାଉଥିବା ଟ୍ରମ୍ପ୍ ଏବେ ବିରୋଧୀମାନଙ୍କୁ ସେମାନଙ୍କ ଅସ୍ତ୍ରରେ ହିଁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି।
Follow Us