ଟ୍ରମ୍ପ୍‌ଙ୍କ ବିବାଦୀୟ ବୟାନ, ଫ୍ଲାୟଡ୍‌ଙ୍କ ପାଇଁ ମହାନ୍ ଦିବସ

Advertisment
ଭିସା କଟକଣା ଲଗାଇଲେ ଟ୍ରମ୍ପ, ପ୍ରଭାବିତ ହେବେ ଭାରତୀୟ

Image Source: The Financial Express

ଇସଲାମାବାଦ: ଗତ ସପ୍ତାହରେ ପୁଲିସ ହେପାଜତରେ କୃଷ୍ଣକାୟ ନାଗରିକ(ଆଫ୍ରିକୀୟ ବଂଶୋଦ୍ଭବ) ଜର୍ଜ ଫ୍ଳାୟଡଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଆମେରିକା ବ୍ୟାପୀ ବିଦ୍ରୋହ ଦେଖାଦେଇଥିବା ବେଳେ 'ଏହା ଜର୍ଜଙ୍କ ପାଇଁ ମହାନ୍ ଦିବସ' ବୋଲି ଦେଇଥିବା ମନ୍ତବ୍ୟ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିବାଦୀୟ ହୋଇପଡି଼ଛନ୍ତି। ଆମେରିକାର ମିନିଆପଲିସ୍‌ସ୍ଥିତ ଜନୈକ ଶ୍ବେତାଙ୍ଗ ପୁଲିସ ଅଧିକାରୀଙ୍କ ଶାରୀରିକ ନିର୍ଯାତନରେ ଫ୍ଳାୟଡଙ୍କ ମୃତ୍ୟୁ ହେବାର ଏଗାର ଦିନ ପରେ ଟ୍ରମ୍ପ୍ ଏ ସମ୍ପର୍କରେ ନିଜର ନିରବତା ଭଙ୍ଗ କରି ଏପରି ବିବାଦୀୟ ବୟାନ ଦେଇଛନ୍ତି। ରଙ୍ଗଭେଦ ଏବଂ ପୁଲିସର ବର୍ବରତା ରୋକିବାରେ ଟ୍ରମ୍ପ୍ ପ୍ରଶାସନ ବିଫଳ ବୋଲି ଆନ୍ଦୋଳନକାରୀମାନେ ବିଭିନ୍ନ ନାରା ଦେଇ ବିଦ୍ରୋହ ଜାରି ରଖିଥିବା ବେଳେ ହ୍ବାଇଟ୍ ହାଉସ୍‌ ଠାରେ ଟ୍ରମ୍ପ୍ ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଗଣମାଧ୍ୟମକୁ ସମ୍ବୋଧିତ କରି ଏପରି ବୟାନ ରଖିଛନ୍ତିା

ବିଶେଷ କରି ଲକ୍ଡାଉନ୍ ପରେ ସ୍ବାଭାବିକତା ଫେରାଇ ଆଣିବା ପାଇଁ ବ୍ୟଗ୍ର ଥିବା ଆମେରିକାବାସୀଙ୍କ କର୍ମସଂସ୍ଥାନ ସମ୍ପର୍କିତ ରିପୋର୍ଟରେ ସନ୍ତୋଷ ପ୍ରକାଶ କରି ଟ୍ରମ୍ପ୍ ଉତ୍ସାହିତ ହୋଇପଡି଼ବା ସହ ଏହି ଅବସରରେ ଫ୍ଳାୟଡଙ୍କ ହତ୍ୟା ପ୍ରସଙ୍ଗକୁ ମଧ୍ୟ ବିବରଣୀରେ ସାମିଲ କରିଥିଲୋ ସେ କହିଥିଲେ, ଆମେରିକାରେ ଗତ ସପ୍ତାହରେ ଯାହା ଘଟିଗଲା ଆମେ କେବି ବି କରାଇବା ସପକ୍ଷରେ ନୁହୋ। ତେବେ ‘ଏବେ ଜର୍ଜ ଦେଶ ପାଇଁ ଏକ ମହାନ ଘଟଣା ଘଟିଲା ବୋଲି କହୁଥିବେ' ବୋଲି ଟ୍ରମ୍ପ୍ ଶେଷରେ ଟିପ୍ପଣୀ କରିଥିଲେ। ଏ ପରିପ୍ରେକ୍ଷୀରେ ସମାନତାକୁ ବିଚାର କଲେ ଏହା ଏକ ମହାନ ଦିବସ ବୋଲି ଟ୍ରମ୍ପ୍ ସଫେଇ ଦେଇଥିଲୋ ମାତ୍ର ତାଙ୍କର ଏପରି ଅପ୍ରାସଙ୍ଗିକ କୈଫିୟତ୍ ପୁଣି ବଡ଼ ବିବାଦ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe