ଟ୍ରମ୍ପ୍‌ଙ୍କ ପରାଜୟ ଭାରତୀୟ ଆଇଟି ବୃତ୍ତିଧାରୀଙ୍କୁ ସୁହାଇବ

Advertisment
ଚୀନ୍‌ର ପ୍ରଭାବ ହ୍ରାସ ପାଇଁ ଟ୍ରମ୍ପ୍‌ଙ୍କ କଠୋର ଭିସା କଟକଣା

Al Jazeera

ଵାସିଂଟନ: ଆମେରିକା ବଜାରରେ କର୍ମସଂସ୍ଥାନ ପାଇଁ ଆଶାୟୀ ଥିବା ଭାରତୀୟ ସୂଚନା ପ୍ରଯୁକ୍ତି ବୃତ୍ତିଧାରୀମାନଙ୍କ ପାଇଁ ଏବେ ଆଗାମୀ ନଭେମ୍ବର ଆମେରିକା ରାଷ୍ଟ୍ରପତି ନିର୍ବାଚନର ଡେମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ତଥା ପ୍ରାକ୍ତନ ଉପରାଷ୍ଟ୍ରପତି ଜୋ ବିଡେନ୍‌ ଶେଷ ଆଶା ସାଜିଛନ୍ତି। କାରଣ ନିର୍ବାଚନ ଜିତିଲେ ସେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଲଗାଇଥିବା ଏଚ୍‌-୧ବି ଭିସା କଟକଣା ହଟାଇନେବା ସହ ଗ୍ରିନ୍‌କାର୍ଡରେ ଆମେରିକା ଯିବାକୁ ଚାହୁଥିବା ପ୍ରବାସୀମାନଙ୍କୁ ପୁଣି ଆମେରିକା ଆସିବାକୁ ଅନୁମତି ଦେବେ ବୋଲି ବିଡେନ୍‌ ଘୋଷଣା କରିଛନ୍ତି।

ସୂଚନା ଥାଉ କି, ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ପଦ ହାସଲ କରିବାକୁ ଆଶା ରଖିଥିବା ରାଷ୍ଟ୍ରପତି ଟ୍ରମ୍ପ୍‌ ଆମେରିକାମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ପ୍ରବାସୀମାନଙ୍କ ରହଣି ଉପରେ କଟକଣା ଲଗାଇଛନ୍ତି। ସ୍ଥାନୀୟ ଆମେରିକୀୟମାନଙ୍କ ପାଇଁ ଅଧିକ ଚାକିରି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏଚ୍-୧ବି ଭିସା ସୁବିଧାକୁ ହଟାଇନେବା ସହ ପ୍ରବାସୀମାନେ ବିଭିନ୍ନ ସାମୟିକ ସେବା ପାଇଁ ପାଇଥିବା ଅନୁମତିଗୁଡ଼ିକୁ ମଧ୍ୟ ଚଳିତ ବର୍ଷର ବାକି ସମୟ ପାଇଁ ପ୍ରତ୍ୟାହାର କରିନେଇଛନ୍ତି। ଅପରପକ୍ଷେ, ଏହି ବହୁ ପ୍ରତୀକ୍ଷିତ ନିର୍ବାଚନରେ ବିଜୟୀ ହେଲେ ବିଡେନ୍‌ ଉକ୍ତ କଟକଣା ସବୁ ହଟାଇନେବେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe