ଟ୍ରମ୍ପଙ୍କ ଏଚ୍-୧ବି ନୀତି: ଭାରତୀୟଙ୍କ ଆମେରିକା ସ୍ବପ୍ନ ଉପରେ ପ୍ରହାର

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂତନ ଏଚ୍‌-୧ବି ଭିସା ଆବେଦନକାରୀମାନଙ୍କ ପାଇଁ ପ୍ରତି ବର୍ଷ ୧୦୦,୦୦୦ ଡଲାର (ପ୍ରାୟ ୮୪ ଲକ୍ଷ ଟଙ୍କା) ଫି ଘୋଷଣା କରିବା ଭାରତୀୟ ଆଇଟି ପେସାଦାରଙ୍କ ଉପରେ ବଜ୍ରପାତ ଭଳି ହୋଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂତନ ଏଚ୍‌-୧ବି ଭିସା ଆବେଦନକାରୀମାନଙ୍କ ପାଇଁ ପ୍ରତି ବର୍ଷ ୧୦୦,୦୦୦ ଡଲାର (ପ୍ରାୟ ୮୪ ଲକ୍ଷ ଟଙ୍କା) ଫି ଘୋଷଣା କରିବା ଭାରତୀୟ ଆଇଟି ପେସାଦାରଙ୍କ ଉପରେ ବଜ୍ରପାତ ଭଳି ହୋଇଛି।

jgdjdjgjdg

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂତନ ଏଚ୍‌-୧ବି ଭିସା ଆବେଦନକାରୀମାନଙ୍କ ପାଇଁ ପ୍ରତି ବର୍ଷ ୧୦୦,୦୦୦ ଡଲାର (ପ୍ରାୟ ୮୪ ଲକ୍ଷ ଟଙ୍କା) ଫି ଘୋଷଣା କରିବା ଭାରତୀୟ ଆଇଟି ପେସାଦାରଙ୍କ ଉପରେ ବଜ୍ରପାତ ଭଳି ହୋଇଛି।  ଏଚ୍‌-୧ବି ଭିସା ପ୍ରଯୁକ୍ତି ଓ ବିଜ୍ଞାନ କ୍ଷେତ୍ରରେ ଦକ୍ଷ କର୍ମଚାରୀଙ୍କ ପାଇଁ ଜରୁରୀ ଥିବା ବେଳେ ଏହି ନିଷ୍ପତ୍ତି ଭାରତୀୟମାନଙ୍କ ସଙ୍କଟ ବଢ଼ାଇ ଦେଇଛି। ଟ୍ରମ୍ପଙ୍କ  ଏହି ଘୋଷଣା ପରେ ଆମାଜନ, ମାଇକ୍ରୋସଫଟ୍‌ ଭଳି ବୃହତ୍ ଟେକ୍‌ କମ୍ପାନି ଭାରତୀୟଙ୍କ ପାଇଁ ଜରୁରୀ ପ୍ରତ୍ୟାବର୍ତ୍ତନ ନୋଟିସ୍‌ ଜାରି କରିଥିବାରୁ  ଅନେକ ପରିବାର ଏଥିରେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି।  ଟ୍ରମ୍ପ ପ୍ରଶାସନର ଏହି ବେପରୁଆ ପଦକ୍ଷେପ  ପାରିବାରିକ କାର୍ଯ୍ୟକ୍ରମ, ବିବାହ ଓ ଭ୍ରମଣରେ ସାମିଲ ହେବାକୁ ଥିବା ଲୋକଙ୍କ ପାଇଁ ଘୋର ଅଡ଼ୁଆ ସୃଷ୍ଟି କରିଛି ଏବଂ ହତାଶା ବଢ଼ିଛି। ଭାରତୀୟଙ୍କ ଆମେରିକା ସ୍ବପ୍ନ ଉପରେ ଏହା ଏକ ପ୍ରଚଣ୍ଡ ପ୍ରହାର ବୋଲି ଅନେକ ମତ ଦେଉଛନ୍ତି।

ଜଣେ ଭାରତୀୟ ଏଚ୍‌-୧ବି ଭିସାଧାରୀ ମହିଳା କହିଛନ୍ତି,‘ମୋ ମାଆ ଏବେ କାନ୍ଦୁଛନ୍ତି। ସେ କିଛି ମାସ ପରେ ଏବେ ମୋତେ ପ୍ରଥମେ ଦେଖୁଛନ୍ତି ଏବଂ ଆମେରିକାରୁ ଏଭଳି ଖବର ଆମକୁ ହତ୍‌ବାକ କରିଦେଇଛି। ଏହା ଅନ୍ୟାୟ, ବହୁତ ମାନସିକ ଆଘାତ ଦେଉଛି।’  ଅନ୍ୟ  ଜଣେ ବ୍ୟକ୍ତି କହିଛନ୍ତି, ‘ଏହା ଆମେରିକା ଦ୍ବାରା ଯାତ୍ରା ନିଷେଧ କଲା ଭଳି ପଦକ୍ଷେପ। ବୈଧ ଭିସା ଥାଇ ମଧ୍ୟ ଯଦି ପ୍ରବେଶ କରିପାରିବୁ ନାହିଁ ତା’ହେଲେ ଆମ ଅବସ୍ଥା କ’ଣ ହେବ।  ବିମାନବନ୍ଦରରେ ଅପେକ୍ଷାରତ ଲୋକେ ବିବାହ ବାତିଲ କରୁଛନ୍ତି। ଅତି ଜରୁରୀ ଓ ବ୍ୟକ୍ତିଗତ କାର୍ଯ୍ୟକ୍ରମ ଛାଡ଼ି ଲୋକେ ପୁଣି ଫେରିବା ପାଇଁ ସଂଘର୍ଷ କରୁଛନ୍ତି। ’ ଶୁକ୍ରବାର ରାତିରେ ଟ୍ରମ୍ପଙ୍କ ନୂଆ ଭିସା ନୀତି ଘୋଷଣା ପରେ ଭାରତୀୟ ପେସାଦାରଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ମାନବୀୟ ଦୃଷ୍ଟିରୁ, ଭାରତ ସରକାର ଏ ବାବଦ ନିଷ୍ପତ୍ତିର କୁପରିଣାମ କଥା ଉଲ୍ଲେଖ କରି ଚିନ୍ତା ପ୍ରକଟ କରିଛନ୍ତି। ପରିବାର ବିଚ୍ଛେଦ, ମାନସିକ ଚାପ ଓ ସାମାଜିକ କ୍ଷତି ପ୍ରତି କୌଣସି ଧ୍ୟାନ ନଦେଇ ଏଭଳି ନିଷ୍ପତ୍ତି ନିଆଯିବା ଅଯୌକ୍ତିକ ବୋଲି ଭାରତ ଦର୍ଶାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe