ଭାରତ ଏବଂ ଚୀନ୍‌ର ଆର୍ଥିକ କ୍ଷତି ପାଇଁ ଟ୍ରମ୍ପଙ୍କ ଷଡ଼ଯନ୍ତ୍ର: ଶୁଳ୍କ ଲାଗୁ କରିବାକୁ ଧମକ ଦେଲେ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାରସ୍ପରିକ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। ଏଥର ଟ୍ରମ୍ପ ଭାରତର ନାମ ନେଇ କହିଛନ୍ତି ଶ୍ଚିତ ଭାବରେ ଶୁଳ୍କ ଲାଗୁ କରିବେ। ଯଦି ଏହା ଘଟେ, ତେବେ ଭାରତର ରପ୍ତାନି ଏବଂ ଅର୍ଥନୀତି ଉଭୟ କ୍ଷତି ସହିବ ବୋଲି ଆଶଙ୍କା କରାଯାଉଛି...

Trump's plot to hurt India and China's economy: Threatens to impose tariffs

Trump's plot to hurt India and China's economy: Threatens to impose tariffs Photograph: (Sambad.in)

ୱାଶିଂଟନ: ପ୍ରାୟ ୧୦ ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଯାଇଥିଲେ। କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ବିଶ୍ୱାସ କରିଥିଲା ​​ଯେ, ନରେନ୍ଦ୍ର ମୋଦୀ ଶୁଳ୍କ ବିଷୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ମନାଇବାକୁ ଚେଷ୍ଟା କରିବେ। କିନ୍ତୁ ଏହା ହୋଇ ପାରିଲା ନାହିଁ।  ଏବେ ଭାରତ ଏହି ଶୁଳ୍କର ଟାର୍ଗେଟରେ ପରିଣତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଭାରତ ଉପରେ ପାରସ୍ପରିକ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। ଏହା ସହିତ କହିଛନ୍ତି ଯେ, ଏ ବିଷୟରେ ଖୁବ୍ ଶୀଘ୍ର ଘୋଷଣା କରାଯିବ।

ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି, ଭାରତ ଏବଂ ଚୀନ୍ ଭଳି ଦେଶଗୁଡ଼ିକ ଅନ୍ୟ ଦେଶର ସାମଗ୍ରୀ ଉପରେ ଯେଉଁଭଳି ଶୁଳ୍କ ଲଗାଉଛନ୍ତି, ସେହିପରି ସେମାନଙ୍କ ଉପରେ ମଧ୍ୟ ସମାନ ଶୁଳ୍କ ଲଗାଯିବ। ବିଶେଷ କଥା ହେଉଛି, ଟ୍ରମ୍ପ ପୂର୍ବରୁ ଭାରତକୁ ଟାରିଫ୍ କିଙ୍ଗ୍ ବୋଲି ସମ୍ବୋଧନ କରିଆସୁଛନ୍ତି। ଟ୍ରମ୍ପ ବିଶ୍ୱ ପ୍ଲାଟଫର୍ମରେ ଭାରତର ଶୁଳ୍କକୁ ସମାଲୋଚନା କରିଛନ୍ତି। ସେ ତାଙ୍କ ନିର୍ବାଚନ ପ୍ରଚାରରେ ମଧ୍ୟ ଶୁଳ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ଏପରି ପରିସ୍ଥିତିରେ, ଏବେ ସେ ତାଙ୍କ କଥାକୁ ଆଗକୁ ନେଉଥିବା ଦେଖାଯାଉଛି। ଏହା ସହିତ, ସେ ଶୁଳ୍କ ସମ୍ପର୍କରେ କୌଣସି ରିହାତି ଦେବାକୁ ଚାହୁଁ ନାହାନ୍ତି।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଏବେ ଆମେରିକା ମଧ୍ୟ ଅନ୍ୟ ଦେଶଗୁଡ଼ିକ ଆମେରିକୀୟ ସାମଗ୍ରୀ ଉପରେ ଯେଉଁଭଳି ଶୁଳ୍କ ଲଗାଉଛନ୍ତି ସେହିପରି ଶୁଳ୍କ ଲଗାଇବ। ସେ କହିଛନ୍ତି, ସେ ଖୁବ୍ ଶୀଘ୍ର ପାରସ୍ପରିକ ଶୁଳ୍କ ଘୋଷଣା କରିବେ। ଟ୍ରମ୍ପ କହିଛନ୍ତି, ଶୁଳ୍କ ସମ୍ପର୍କରେ କୌଣସି ରିହାତି କରାଯିବ ନାହିଁ। ଅନ୍ୟ ଦେଶଗୁଡ଼ିକ ଯେପରି ଆମେରିକା ଉପରେ ଶୁଳ୍କ ଲାଗୁ କରୁଛନ୍ତି, ଆମେ ମଧ୍ୟ ସେମାନଙ୍କ ଉପରେ ସମାନ ଶୁଳ୍କ ଲାଗୁ କରିବୁ। ଆମେ ନିରପେକ୍ଷ ହେବାକୁ ଚାହୁଁଛୁ।

ଯେପରି ଭାରତ ଏବଂ ଚୀନ୍ ଆମ ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରୁଛନ୍ତି, ସେହିପରି ସେହି ଦେଶଗୁଡ଼ିକର ସାମଗ୍ରୀ ଉପରେ ମଧ୍ୟ ସମାନ ଶୁଳ୍କ ଲାଗୁ କରାଯିବ। ଆମେରିକା କେବେ ଏହା ଲାଗୁ କରିବ ସେନେ‌ଇ କିଛି ସ୍ପଷ୍ଟ କରିନାହିଁ। ଟମ୍ପ କହିଛନ୍ତି କୋଭିଡ୍ ପୂର୍ବରୁ ମଧ୍ୟ ଏହା କରିବାକୁ ସେ ଚାହୁଁଥିଲେ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଅନେକ ଥର ଭାରତର ଟାରିଫ୍ ନୀତିକୁ ସମାଲୋଚନା କରିଛନ୍ତି। ସେ ବିଭିନ୍ନ ପ୍ଲାଟଫର୍ମରୁ ଅନେକ ଥର କହିଛନ୍ତି ଯେ, ଭାରତରେ ଅଧିକ ଶୁଳ୍କ ଲାଗୁ କରାଯାଇଛି। ଏହି କାରଣରୁ ସେ ଭାରତକୁ ଟାରିଫ୍ କିଙ୍ଗ୍ ବୋଲି କହିବାର କୌଣସି ସୁଯୋଗ ହାତଛଡ଼ା କରୁ ନାହାନ୍ତି। ଏଲନ ମସ୍କ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ବିଷୟରେ ସେ କହିଛନ୍ତି ଯେ, ଏଲନ ମସ୍କ ଭାରତରେ ବ୍ୟବସାୟ କରିବାକୁ ଚାହାନ୍ତି। କିନ୍ତୁ ଭାରତରେ କାମ କରିବାର ସବୁଠାରୁ ବଡ଼ ସମସ୍ୟା ହେଉଛି ଭାରତର ଉଚ୍ଚ ଶୁଳ୍କ ନୀତି। ଏହି କାରଣରୁ ଭାରତରେ ବ୍ୟବସାୟ କରିବା ବହୁତ କଷ୍ଟକର।

ଟ୍ରମ୍ପ ହାର୍ଲି ଡେଭିଡସନର ଉଦାହରଣ ଦେଇଛନ୍ତି। ଯାହାକୁ ଭାରତରେ ଭାରୀ ଶୁଳ୍କର ସମ୍ମୁଖୀନ ହେବାକୁ ପଡିଥିଲା। ସେ କହିଛନ୍ତି ଯେ, ଆମେରିକୀୟ କମ୍ପାନିଗୁଡ଼ିକୁ ବିଦେଶୀ ମାଟିରେ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ ବାଧ୍ୟ କରାଯାଉଛି। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଏହା କରିବାରେ ଭାରତ ଶୀର୍ଷରେ ଥିବା ପରି ମନେ ହେଉଛି। ଯଦି ଆମେରିକା ଏପରି କରିବାକୁ ମନା କରେ, ତେବେ ଭାରତ ଏହା ଉପରେ ଭାରୀ ଶୁଳ୍କ ଲାଗୁ କରେ। ସେ ଏହା ମଧ୍ୟ କହିଛନ୍ତି, କିଛି ଛୋଟ ଦେଶ ଏହି କ୍ଷେତ୍ରରେ ଭାରତକୁ ପଛରେ ପକାଇ ଦେଉଛନ୍ତି। ସେ କହିଛନ୍ତି, ଉଚ୍ଚ ଶୁଳ୍କ ଯୋଗୁ ହାର୍ଲି ଡେଭିଡସନ୍ ଭାରତରେ ବାଇକ୍ ବିକ୍ରି କରିପାରିଲା ନାହିଁ। ସେଥିପାଇଁ କମ୍ପାନିକୁ ସେଠାରେ ଏକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ ପଡିଲା।

ଅଧିକ ପଢ଼ନ୍ତୁ: ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଓଡ଼ିଶା ଟ୍ରାଭେଲ ବଜାର

ଏକ ରିପୋର୍ଟ ଅନୁଯାୟୀ, ଏହା ଲାଗୁ ହେଲେ ଭାରତର ରପ୍ତାନି କ୍ଷେତ୍ରଗୁଡ଼ିକର ବାର୍ଷିକ ୭ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୬୧ ହଜାର କୋଟି ଟଙ୍କା କ୍ଷତି ହୋଇପାରେ। ସିଟି ରିସର୍ଚ୍ଚର ରିପୋର୍ଟ ଅନୁଯାୟୀ, ଏହି ପାରସ୍ପରିକ ଶୁଳ୍କ ଯୋଗୁ ଭାରତର ରାସାୟନିକ ପଦାର୍ଥ, ଧାତୁ ଉତ୍ପାଦ ଏବଂ ଅଳଙ୍କାର ବ୍ୟତୀତ, ଅଟୋମୋବାଇଲ, ଫାର୍ମା ଏବଂ ଖାଦ୍ୟ ଉତ୍ପାଦର ସର୍ବାଧିକ କ୍ଷତି ହୋଇପାରେ।

ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କର ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି ଯେ, ସବୁଠାରୁ ଖରାପ ପରିସ୍ଥିତିରେ, ଯଦି ଆମେରିକା ଭାରତରୁ ଆମଦାନି ହେଉଥିବା ସମସ୍ତ ସାମଗ୍ରୀ ଏବଂ ସେବା ଉପରେ ୧୦ ପ୍ରତିଶତ ସମାନ ଶୁଳ୍କ ଲାଗୁ କରେ, ତେବେ ଭାରତୀୟ ଅର୍ଥନୀତିର ୫୦ ରୁ ୬୦ ବେସିସ୍ ପଏଣ୍ଟ କ୍ଷତି ହେବାର ଆଶଙ୍କା ରହିଛି। ବିଶେଷ କଥା ହେଉଛି ଏହି ଶୁଳ୍କ ଲାଗୁ ହେଲେ ଆମଦାନିରେ ୧୧ ରୁ ୧୨ ପ୍ରତିଶତ ହ୍ରାସ ଆକଳନ କରାଯାଉଛି।

ଅଧିକ ପଢ଼ନ୍ତୁ: କଶ୍ମୀରୀ ଉଦ୍ୟୋଗୀଙ୍କୁ ବିବାହ କଲେ ଅଭିନେତ୍ରୀ ନର୍ଗିସ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe