ବାଇଡେନ୍‌ଙ୍କୁ ଟ୍ରମ୍ପଙ୍କ ତାତ୍ସଲ୍ୟ: ଆମେରିକାରେ ଦୁର୍ବଳ ରାଷ୍ଟ୍ରପତି ଥିଲେ ବିଶ୍ବ ସୁରକ୍ଷିତ ନୁହଁ

ଟ୍ରମ୍ପ୍‌ଙ୍କ ଧମକ: ମୁଁ ନିର୍ବାଚିତ ନହେଲେ ରକ୍ତପାତ ହେବ, ଗଣତନ୍ତ୍ର ଶେଷ ହୋଇଯିବ

Image Courtesy of Zee News

ୱାସିଂଟନ: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଟାର୍ଗେଟ୍‌ କରିଛନ୍ତି। ଟ୍ରମ୍ପ୍‌ କହିଛନ୍ତି, ଏକବିଂଶ ଶତାବ୍ଦୀରେ ସେ ହେଉଛନ୍ତି ଏକମାତ୍ର ଆମେରିକୀୟ ରାଷ୍ଟ୍ରପତି ଯାହାଙ୍କ ଶାସନ ସମୟରେ ରୁଷିଆ କେଉଁ ଦେଶ ଉପରେ ଆକ୍ରମଣ କରିବାକୁ ସାହସ କରିନି। ଯେତେବେଳେ ଆମେରିକାରେ ଜଣେ ଶକ୍ତିଶାଳୀ ରାଷ୍ଟ୍ରପତି ଥାନ୍ତି, ସେତେବେଳେ ବିଶ୍ବ ଅପେକ୍ଷାକୃତ ସୁରକ୍ଷିତ ଥାଏ ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ସମାଲୋଚନା କରି ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ କହିଲେ ଯେ, ବାଇଡେନ୍ ୟୁକ୍ରେନବାସୀଙ୍କ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି, ଯାହାଙ୍କ ଉପରେ ରୁଷ୍ ଆକ୍ରମଣ କରିଛି। ସେ (ଟ୍ରମ୍ପ) ହେଉଛନ୍ତି ଏକବିଂଶ ଶତାବ୍ଦୀର ଏକମାତ୍ର ରାଷ୍ଟ୍ରପତି ଯାହାଙ୍କ ସମୟରେ ରୁଷ୍ ଅନ୍ୟ କେଉଁ ଦେଶ ଉପରେ ଆକ୍ରମଣ କରି ନ ଥିଲା। ଫ୍ଲୋରିଡା ସ୍ଥିତ କଞ୍ଜର୍ଭେଟିଭ୍ ପଲିଟିକାଲ ଆକ୍ସନ କନ୍‌ଫରେନ୍ସରେ ୨୦୨୪ରେ ରାଷ୍ଟ୍ରପତି ପଦ ପାଇଁ ଠିଆ ହୋଇପାରନ୍ତି ବୋଲି ସୂଚନା ଦେଇ ଟ୍ରମ୍ପ କହିଲେ ଯେ, ବୁଶ୍‌ଙ୍କ ସମୟରେ ରୁଷିଆ ଜର୍ଜିଆ ଆକ୍ରମଣ କରିଥିଲା, ଓବାମାଙ୍କ ସମୟରେ କ୍ରିମିଆକୁ ଦଖଲ କରିନେଲା ଏବଂ ବାଇଡେନ୍‌ଙ୍କ ସମୟରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି। ଟ୍ରମ୍ପ କହିଲେ ଯେ, ଆଫଗାନିସ୍ତାନରୁ ଦୟନୀୟ ପ୍ରତ୍ୟାହାର ଘଟଣା ଦେଖିବା ପରେ ରୁଷ୍ ୟୁକ୍ରେନ୍ ଆକ୍ରମଣ ପାଇଁ ସାହସ ଜୁଟାଇପାରିଲା। ଆମେରିକାରେ ଯଦି ଏଭଳି ଦୁର୍ବଳ ରାଷ୍ଟ୍ରପତି ରହନ୍ତି ତେବେ ବିଶ୍ବ ସୁରକ୍ଷିତ ରହିପାରିବ ନାହିଁ ବୋଲି କହି ଟ୍ରମ୍ପ ବାଇଡେନ୍‌ଙ୍କୁ ତାତ୍ସଲ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe