ଟ୍ରମ୍ପ୍‌ଙ୍କ ଗୁପ୍ତ ଯୋଜନା ଲିକ୍! ଗାଜାରୁ ପାଲେଷ୍ଟାଇନୀମାନଙ୍କୁ ଲିବ୍ୟା ପଠାଇବା ଷଡ଼ଯନ୍ତ୍ର

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସରକାର ଗାଜା ଷ୍ଟ୍ରିପର ପ୍ରାୟ ୧୦ ଲକ୍ଷ ପାଲେଷ୍ଟାଇନୀଙ୍କୁ ଲିବ୍ୟାରେ ବସତି ସ୍ଥାପନ କରାଇବାକୁ ଯୋଜନା କରିଥିଲେ। ଏହି ପ୍ରସ୍ତାବ ପ୍ରକାଶ ପାଇବା ପରେ ରାଜନୈତିକ ଏବଂ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି...

Trump's secret plan leaked! Plot to send Palestinians from Gaza to Libya

Trump's secret plan leaked! Plot to send Palestinians from Gaza to Libya Photograph: (sambad.in)

ୱାଶିଂଟନ: ଏକ ଚାଞ୍ଚଲ୍ୟକର ତଥ୍ୟରୁ ଜଣାପଡ଼ିଛି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଲିବ୍ୟାରେ ଯୁଦ୍ଧଗ୍ରସ୍ତ ଗାଜା ଷ୍ଟ୍ରିପର ପ୍ରାୟ ୧୦ ଲକ୍ଷ ପାଲେଷ୍ଟାଇନୀ ନାଗରିକଙ୍କୁ ସ୍ଥାୟୀ ଭାବରେ ବସତି ସ୍ଥାପନ କରିବା ପାଇଁ ଏକ ଗୁପ୍ତ ଯୋଜନା ପ୍ରସ୍ତୁତ କରିଥିଲେ। 

ଗାଜାରେ ଚାଲିଥିବା ସଂଘର୍ଷ, ସାଧାରଣ ନାଗରିକଙ୍କ ସୁରକ୍ଷା ଏବଂ ଆଞ୍ଚଳିକ ସ୍ଥିରତାକୁ ଧ୍ୟାନରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ଏହି ପ୍ରସ୍ତାବ ପ୍ରକାଶ ପାଇବା ପରେ ରାଜନୈତିକ ଏବଂ ଅନ୍ତର୍ଜାତୀୟ ସ୍ତରରେ ସ୍ଥିତି ସରଗରମ ହେବାରେ ଲାଗିଛି।

ଏହି ଯୋଜନାର ଲକ୍ଷ୍ୟ ହେଉଛି ଗାଜା ଷ୍ଟ୍ରିପକୁ ଏହାର ବାସିନ୍ଦାଙ୍କଠାରୁ ଖାଲି କରିବା। ଏହା ସହିତ ଇସ୍ରାଏଲକୁ ସେଠାରେ ଅବାଧ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ମାନବିକ ସହାୟତା ନାମରେ ପାଲେଷ୍ଟାଇନୀ ଜନସଂଖ୍ୟାକୁ ବଳପୂର୍ବକ ବିତାଡ଼ିତ କରିବାକୁ ଅନୁମତି ଦେବା।

କିଛି ରିପୋର୍ଟ ଅନୁଯାୟୀ, ଟ୍ରମ୍ପ୍ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀମାନେ ପ୍ରସ୍ତାବ ଦେଇଛନ୍ତି ଯେ, ଲକ୍ଷ ଲକ୍ଷ ଗାଜା ବାସିନ୍ଦାଙ୍କୁ ଲିବିୟା ଭଳି ଉତ୍ତର ଆଫ୍ରିକୀୟ ଦେଶଗୁଡ଼ିକରେ ପୁନଃସ୍ଥାପିତ କରାଯିବା ଉଚିତ୍, ଯେଉଁଠାରେ ରାଜନୈତିକ ଅସ୍ଥିରତା ଏବଂ ଆଭ୍ୟନ୍ତରୀଣ ସଂଘର୍ଷ ପୂର୍ବରୁ ଜାରି ରହିଛି।

ଏହି ଯୋଜନାଟି ଏକ ଗୁପ୍ତ ରଣନୈତିକ ପ୍ରସ୍ତାବ ଭାବରେ ପ୍ରସ୍ତୁତ କରାଯାଇଥିଲା। ଯାହା ବିଷୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେରିକାର ବୈଦେଶିକ ବିଭାଗ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ କାର୍ଯ୍ୟାଳୟରେ ଆଲୋଚନା କରାଯାଇଥିଲା। ତଥାପି, ଏହି ପ୍ରସ୍ତାବ କେବେ ସରକାରୀ ନୀତି ପାଲଟିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ଏହି ପ୍ରସ୍ତାବକୁ ମାନବାଧିକାର ସଂଗଠନ ଏବଂ ମଧ୍ୟପ୍ରାଚ୍ୟ ବ୍ୟାପାର ବିଶେଷଜ୍ଞମାନେ ତୀବ୍ର ସମାଲୋଚନା କରିଛନ୍ତି। ସେମାନେ ଯୁକ୍ତି ଦିଅନ୍ତି ଯେ ଏହି ଯୋଜନା ଅନ୍ତର୍ଜାତୀୟ ଆଇନ ଏବଂ ମାନବାଧିକାରର ଉଲ୍ଲଂଘନ କରୁଛି, କାରଣ ବଳପୂର୍ବକ ବିସ୍ଥାପନକୁ ଯୁଦ୍ଧ ଅପରାଧ ଭାବରେ ବିବେଚନା କରାଯାଇଥାଏ।

ଏହି ଯୋଜନା ପାଇଁ ଲିବ୍ୟାକୁ ମୁଖ୍ୟ ସ୍ଥାନ ଭାବରେ ଚୟନ ଯାଇଥିଲା କାରଣ ଦେଶଟି ଦୀର୍ଘ ସମୟ ଧରି ରାଜନୈତିକ ଏବଂ ସାମାଜିକ ଅସ୍ଥିରତାର ସମ୍ମୁଖୀନ ହେଉଛି ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକର ପ୍ରଭାବକୁ ସହଜରେ ଗ୍ରହଣ କରିପାରୁଛି। ରିପୋର୍ଟ ଅନୁଯାୟୀ, ଟ୍ରମ୍ପ୍ ପ୍ରଶାସନର କେତେକ ନୀତି ନିର୍ଦ୍ଧାରକମାନେ ବିଶ୍ୱାସ କରୁଥିଲେ ଯେ, ଗାଜାରୁ ବିସ୍ଥାପିତ ଲୋକଙ୍କୁ ସ୍ଥାୟୀ ଭାବରେ ଲିବ୍ୟାରେ ପୁନଃସ୍ଥାପିତ କରାଯାଇପାରିବ, ଯାହା ଇସ୍ରାଏଲକୁ ଗାଜା ଉପରେ ସାମରିକ ନିୟନ୍ତ୍ରଣ ସ୍ଥାପନ କରିବାରେ ସାହାଯ୍ୟ କରିପାରିବ। ଏହି ଯୋଜନା ଅନୁଯାୟୀ, ଯଦି ଲିବ୍ୟା ଗାଜାର ପାଲେଷ୍ଟାଇନୀମାନଙ୍କୁ ବସତି ଯୋଗାଇବାକୁ ରାଜି ହୁଏ, ତେବେ ଆମେରିକା ଏହାକୁ କୋଟି କୋଟି ଡଲାରର ଆର୍ଥିକ ସହାୟତା ଦେବ।

ଏହି ପାଣ୍ଠିକୁ ୱାଶିଂଟନ୍ ପ୍ରାୟ ଏକ ଦଶନ୍ଧି ପୂର୍ବେ ଅବରୋଧ କରିଥିଲା, ଏବଂ ଏବେ ପୁଣି ଥରେ ରିଲିଜ କରିବା ପାଇଁ ପ୍ରସ୍ତାବ ଦିଆଯାଉଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଏହି ପ୍ରସ୍ତାବ କେବଳ ମାନବାଧିକାର ଦୃଷ୍ଟିକୋଣରୁ ଅତ୍ୟନ୍ତ ବିବାଦୀୟ ନୁହେଁ, ବରଂ ଏହା ମଧ୍ୟପ୍ରାଚ୍ୟରେ ଶାନ୍ତି ଏବଂ ସ୍ଥିରତାର ସମ୍ଭାବନାକୁ ମଧ୍ୟ କ୍ଷତି ପହଞ୍ଚାଇପାରେ। ଗାଜାର ଲୋକମାନଙ୍କୁ ସେମାନଙ୍କ ଭିଟାମାଟିରୁ ବାହାର କରି ତୃତୀୟ ଦେଶରେ ପୁନଃସ୍ଥାପିତ କରିବାର ଚିନ୍ତାଧାରା ଅନେକ ସମ୍ବେଦନଶୀଳ ରାଜନୈତିକ ଏବଂ ନୈତିକ ପ୍ରଶ୍ନ ଉଠାଇବାର ଆଶଙ୍କା ରହିଛି।

ଅଧିକ ପଢ଼ନ୍ତୁ: ଜାନୁଆରିରେ ପହଲଗାମ, ମାର୍ଚ୍ଚରେ ପାକିସ୍ତାନ ଯାଇଥିଲେ ଜ୍ୟୋତି ମାଲହୋତ୍ରା

ଏହି ଯୋଜନା ପ୍ରକାଶ ପାଇବା ପରଠାରୁ, ପାଲେଷ୍ଟାଇନୀ ଅଧିକାରୀ ଏବଂ ବିଶ୍ୱ ମାନବାଧିକାର ସଂଗଠନଗୁଡ଼ିକ ଏହାକୁ ଏକ ଜାତିକୁ ଶେଷ କରିବା ପାଇଁ ଏକ ଷଡ଼ଯନ୍ତ୍ର ବୋଲି ନିନ୍ଦା କରିଛନ୍ତି। ଗାଜା ଷ୍ଟ୍ରିପରୁ ଲୋକଙ୍କୁ ବଳପୂର୍ବକ ବାହାର କରିବା ଅନ୍ତର୍ଜାତୀୟ ଶାନ୍ତି ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି ଜାତିସଂଘ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ ପୂର୍ବରୁ ଅନେକ ଥର ଚେତାବନୀ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ପଲଟୁରାମ ପାଲଟିଛନ୍ତି ଟ୍ରମ୍ପ୍: ଏବେ ଭାରତ-ପାକ୍ ଯୁଦ୍ଧବିରତି ନେଇ ଏଭଳି ମନ୍ତବ୍ୟ ଦେଲେ

USA | libya | Gaza | donald-trump 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe