ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ: ମୋଦୀଙ୍କ 'ଗୁପ୍ତ ଚିଠି' ନେଇ ପହଞ୍ଚିଲେ ଜୟଶଙ୍କର !

Advertisment

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ତାଙ୍କ ତରଫରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନେକ ନେତାଙ୍କୁ ନିମନ୍ତ୍ରଣ ପଠାଯାଇଛି। ଭାରତ ପକ୍ଷରୁ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଯୋଗ ଦେଇଛନ୍ତି...

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ତାଙ୍କ ତରଫରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନେକ ନେତାଙ୍କୁ ନିମନ୍ତ୍ରଣ ପଠାଯାଇଛି। ଭାରତ ପକ୍ଷରୁ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଯୋଗ ଦେଇଛନ୍ତି...

Trump's swearing-in ceremony,Jayashkar arrived with Modi's 'secret letter'!

Trump's swearing-in ceremony,Jayashkar arrived with Modi's 'secret letter'!

ନୂଆଦିଲ୍ଲୀ:  ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ  ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ତାଙ୍କ ତରଫରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନେକ ନେତାଙ୍କୁ ନିମନ୍ତ୍ରଣ ପଠାଯାଇଛି। ଭାରତ ପକ୍ଷରୁ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଯୋଗ ଦେଇଛନ୍ତି।

ସୂଚନାନୁସାରେ, ଜୟଶଙ୍କର ହାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କ ପାଇଁ ଏକ ସ୍ୱତନ୍ତ୍ର ଚିଠି ପଠାଇଛନ୍ତି। ଶପଥ ଗ୍ରହଣ ପରେ ଜୟଶଙ୍କର ଏହି ଚିଠି ଟମ୍ପଙ୍କୁ ପ୍ରଦାନ କରିବେ।

ବାସ୍ତବରେ ଜୟଶଙ୍କର ଭାରତ ପକ୍ଷରୁ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱତନ୍ତ୍ର ଦୂତ ଭାବରେ ପ୍ରତିନିଧିତ୍ୱ କରିବେ। 

ସୂଚନାଯୋଗ୍ୟ, ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ନିଜର ଦ୍ବିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। ୨୦ ଜାନୁୟାରୀ ୨୦୨୫ରେ ଆମେରିକାର ସମୟ ମଧ୍ୟାହ୍ନ ୧୨ଟାରେ (ଭାରତୀୟ ସମୟ ରାତ୍ରି ପ୍ରାୟ ସାଢ଼େ ୧୦ଟା) ସେ ଶପଥ ଗ୍ରହଣ କରିବେ।

ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ମାତ୍ରେ ଲକ୍ଷ ଲକ୍ଷ ବେଆଇନ ପ୍ରବାସୀ ଭାରତୀୟଙ୍କୁ ବହିଷ୍କାର କରିବା ପାଇଁ ସବୁଠାରୁ ବଡ ଅଭିଯାନ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିବା ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ଏହି ନୀତିକୁ ନେଇ ଦ୍ୱନ୍ଦ୍ୱରେ ଥିବା ଜଣାପଡିଛି। ଏହା ଆନୁଷ୍ଠାନିକ ଭାବେ ପ୍ରକାଶ ହେବା ପୂର୍ବରୁ ନିର୍ବାସନ ଯୋଜନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଲିକ୍ ହୋଇଛି। ଏଭଳି ପରିସ୍ଥିତିରେ ଟ୍ରମ୍ପ ସରକାର ସତର୍କ ମନୋଭାବ ପୋଷଣ କରୁଥିବା ଜଣାପଡିଛି ଏବଂ ଏହାର କାର୍ଯ୍ୟକାରିତା ପାଇଁ ସମୟ ତଥା ପଦକ୍ଷେପର ସମୀକ୍ଷା କରୁଛନ୍ତି। 

ଅଧିକ ପଢ଼ନ୍ତୁ: ପାକିସ୍ତାନ ଧମକ ଦେବା ବନ୍ଦ କରୁ: ଶାହାବାଜ ସରକାରଙ୍କୁ ତାଲିବାନର ଧମକ

ପୂର୍ବରୁ ଏନବିସି ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଥିଲେ, ଯେ ତାଙ୍କ ନିର୍ବାଚନ ପ୍ରଚାରରେ ସେ ଯେପରି ପ୍ରତିଶ୍ରୁତି ଦେଇଛନ୍ତି, ସେପରି ଦେଶରୁ ନିର୍ବାସନ ଆରମ୍ଭ କରିବା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ହେବ। କିନ୍ତୁ କେଉଁ ସହରକୁ ଟାର୍ଗେଟ କରାଯିବ କିମ୍ବା କେବେ ଦେଶାନ୍ତର ଆରମ୍ଭ ହେବ ସେ କହିବାକୁ ମନା କରି ଦେଇଥିଲେ। ନିର୍ବାସନ ନୀତି କାର୍ଯ୍ୟକାରୀ କରିବାକୁ ନିୟୋଜିତ ଅଧିକାରୀ ଏବଂ ସୁରକ୍ଷା କର୍ମୀଙ୍କ ସୁରକ୍ଷାକୁ ନେଇ ଟ୍ରମ୍ପ ସରକାର ମଧ୍ୟ ଚିନ୍ତିତ ଅଛନ୍ତି।

ଅଧିକ ପଢ଼ନ୍ତୁ: ଜମ୍ମୁ-କଶ୍ମୀରରେ ୨୦ ହଜାରରେ ବିକ୍ରି ହେଉଛନ୍ତି ରୋହିଙ୍ଗ୍ୟା କନ୍ୟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe