Business Standard
କୋଲକାତା : ଉତ୍ତର ଦିନାଜପୁର ଜିଲ୍ଲା ହୈମତାବାଦର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟ(୬୩)ଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ବିଧାୟକଙ୍କ ମୃତ୍ୟୁକୁ ନେଇ ବିଜେପି-ତୃଣମୂଳ ମଧ୍ୟରେ ଚାଲିଛି ଟଣାଓଟରା। ତୃଣମୂଳର ବରିଷ୍ଠ ନେତା ତଥା ରାଜ୍ୟସଭା ସଦସ୍ୟ ଡେରେକ୍ ଓବ୍ରାଏନ୍ଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳୀ ଆଜି ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ଚିଠି ପ୍ରଦାନ କରିଥିଲେ। ଚିଠି ସହିତ ବିଧାୟକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟର ନକଲ ମଧ୍ୟ ଦିଆଯାଇଛି। ମମତା ଚିଠିରେ ଲେଖିଛନ୍ତି, ବିଧାୟକଙ୍କ ମୃତ୍ୟୁ ନିଶ୍ଚିତ ଭାବରେ ଦୁର୍ଭାଗ୍ୟଜନକ। ହେଲେ ଏହା ରାଜନୈତିକ ହତ୍ୟାକାଣ୍ଡ ନୁହେଁ। ବରଂ ଟଙ୍କା ନେଣଦେଣକୁ ନେଇ ଏହା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ଅଯଥା ରାଜ୍ୟ ସରକାର ଏବଂ ତୃଣମୂଳ କଂଗ୍ରେସ ବିରୋଧରେ ଅଭିଯୋଗ କରାଯାଉଛି ବୋଲି ସେ କହିଛନ୍ତି।
Follow Us