photo-Outlook India
ରାୟପୁର:ଛତିଶଗଡ ଏପରି ଏକ ରାଜ୍ୟ ଯେଉଁଠାରେ କଂଗ୍ରେସ ୯୦ ଟି ବିଧାନସଭା ଆସନ ମଧ୍ୟରୁ ୭୦ ଟି ଦଖଲ କରିଛି। ସମଗ୍ର ଦେଶରେ ଯଦି କଂଗ୍ରେସ ସବୁଠାରୁ ଶକ୍ତିଶାଳୀ କେଉଁଠାରେ ଦେଖାଯାଏ, ତେବେ ଏହି ରାଜ୍ୟର ନାମ ହେଉଛି ଛତିଶଗଡ | ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ପଞ୍ଜାବ ଭଳି ଛତିଶଗଡ଼ରେ କଂଗ୍ରେସ ଭିତରେ କନ୍ଦଳ ଆରମ୍ଭ ହୋଇଛି। କଂଗ୍ରେସ ବିଧାୟକ ବୃହସ୍ପତି ସିଂ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ ସିଂଦେବଙ୍କ ନାମରେ ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ଅଭିଯୋଗ ଆଣିଛନ୍ତି । ଯାହା ପରେ ସମଗ୍ର ରାଜ୍ୟର ରାଜନୈତିକ ବାତାବରଣ ଗରମ ହେବାରେ ଲାଗିଛି |
ବିଧାୟକ ଅଭିଯୋଗ କରିଛନ୍ତି ଯେବେଠାରୁ ସେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ପ୍ରଶଂସା କରୁଛନ୍ତି ସେବେଠାରୁ ସେ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ ସିଂଦେବଙ୍କ ଟାର୍ଗେଟରେ ଅଛନ୍ତି। ମିଳିଥିବା ସୂଚନା ମୁତାବକ କଂଗ୍ରେସ ବିଧାୟକ ବୃହସ୍ପତି ସିଂ ଅଭିଯୋଗ କରିଛନ୍ତି ଯେ ଶନିବାର ରାତିରେ ତାଙ୍କ କାର ଉପରେ ଆକ୍ରମଣ କରାଯାଇଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଆକ୍ରମଣ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ ସିଂଦେବଙ୍କ ନିର୍ଦ୍ଦେଶରେ ଘଟିଛି ଏବଂ ଆକ୍ରମଣକାରୀମାନେ ତାଙ୍କର ସମ୍ପର୍କୀୟ। ବୃହସ୍ପତି ସିଂ ୧୮ ଜଣ ବିଧାୟକଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
ବିଧାୟକ ଅଭିଯୋଗ କରିଛନ୍ତି ଯେ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ ସିଂଦେବ ତାଙ୍କୁ ଏବଂ ୪-୫ ଜଣ ବିଧାୟକଙ୍କୁ ଆସନ ପାଇବା ପାଇଁ ହତ୍ୟା କରିପାରିବେ। ଏମାନେ ମହାରାଜା ଲୋକ | ଏହାପୂର୍ବରୁ ଆମର ପୂର୍ବପୁରୁଷମାନଙ୍କୁ ବାନ୍ଧି ପିଟିଥିଲେ। କିନ୍ତୁ ଆଜି ସେ ଏସବୁ କରିବାକୁ ସକ୍ଷମ ହେବେ ନାହିଁ | ଏପରି ଷଡଯନ୍ତ୍ର କରୁଥିବା ମନ୍ତ୍ରୀମାନଙ୍କୁ କ୍ୟାବିନେଟରୁ ହଟାଇବା ଉଚିତ୍। ବୃହସ୍ପତିଙ୍କ ସହ ୧୮ ଜଣ ବିଧାୟକ ସମାନ କଥା ଦୋହରାଇଥିଲେ |
Follow Us